Posted inଜାତୀୟ

ସର୍ବାଧିକ ଚାନ୍ଦା ଦେଇଥିବା ଦେଶର ଶ୍ରେଷ୍ଠ ୧୦ କମ୍ପାନୀ

ନୂଆଦିଲ୍ଲୀ,୧୫।୩: ନିର୍ବାଚନ କମିଶନ (ଇସି) ଇଲେକ୍ଟୋରାଲ ବଣ୍ଡ୍‌ ତଥ୍ୟ ସାର୍ବଜନୀନ କରିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ଗତ ୧୨ ତାରିଖରେ ଇଲେକ୍ଟୋରାଲ ବଣ୍ଡ୍‌ ସମ୍ପର୍କିତ ସବିଶେଷ ତଥ୍ୟ ଇସିଙ୍କ ନିକଟରେ ତାଖଲ କରିଥିଲେ। ମାର୍ଚ୍ଚ ୧୫ ଅପରାହ୍ନ ୫ଟା ସୁଦ୍ଧା ଉକ୍ତ ତଥ୍ୟକୁ ଓ୍ବେବ୍‌ସାଇଟ୍‌ରେ ଅପ୍‌ଲୋଡ୍‌ କରିବା ପାଇଁ ଶୀର୍ଷ ଅଦାଲତ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତଦନୁଯାୟୀ ଏସ୍‌ବିଆଇ ଦାଖଲ କରିଥିବା ସବିଶେଷ ବିବରଣୀକୁ ଇସି ଦୁଇ ଭାଗରେ ପ୍ରକାଶ କରିଛନ୍ତି।
ଅପ୍‌ଲୋଡ୍‌ ହୋଇଥିବା ତଥ୍ୟ ଅନୁଯାୟୀ ଇଲେକ୍ଟୋରାଲ ବଣ୍ଡ୍‌ କ୍ରେତାଙ୍କ ମଧ୍ୟରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌, ମେଘା ଇଞ୍ଜିନିୟରିଂ, ପିରାମାଲ ଏଣ୍ଟରପ୍ରାଇଜେସ୍‌, ଟରେଣ୍ଟ ପାଓ୍ବାର, ଭାରତୀ ଏୟାରଟେଲ୍‌, ଡିଏଲ୍‌ଏଫ୍‌ କମର୍ସିଆଲ ଡେଭେଲପର୍ସ, ବେଦାନ୍ତ ଲିଃ, ଆପୋଲୋ ଟାୟାର, ଲକ୍ଷ୍ମୀ ମିତ୍ତଲ, ଏଡେଲଓ୍ବେଇସ୍‌, ପିଭିଆର୍‌, କେଭେଣ୍ଟର, ସୁଲା ଓ୍ବାଇନ୍‌, ଓ୍ବେଲ୍‌ସ୍ପୁନ୍‌, ସନ୍‌ ଫାର୍ମା ପ୍ରମୁଖ ରହିଛନ୍ତି। କିନ୍ତୁ ଦେଶର ଦୁଇ ବୃହତ୍‌ ଶିଳ୍ପଗୋଷ୍ଠୀ ଆଦାନୀ ଗ୍ରୁପ୍‌ କିମ୍ବା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ନାଁ ତାଲିକାରେ ନାହିଁ। ଇଲେକ୍ଟୋରାଲ ବଣ୍ଡ୍‌ ଜରିଆରେ ସର୍ବାଧିକ ଚାନ୍ଦା ଦେଇଥିବା କମ୍ପାନୀ ମଧ୍ୟରେ ଫିଉଚର ଗେମିଂ ଆଣ୍ଡ ହୋଟେଲ ସର୍ଭିସେସ୍‌ ପିଆର୍‌ ଏବଂ ମେଘା ଇଞ୍ଜିନିୟରିଂ ଆଣ୍ଡ ଇନ୍‌ଫ୍ରାଷ୍ଟ୍ରକ୍ଚର୍ସ ଲିଃ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେମାନେ ଯଥାକ୍ରମେ ୧,୩୬୮ କୋଟି ଏବଂ ୯୬୬ କୋଟି ଟଙ୍କାର ବଣ୍ଡ୍‌ କିଣିଛନ୍ତି। ଏହା ବ୍ୟତୀତ ସର୍ବାଧିକ ଚାନ୍ଦା ପ୍ରଦାନକାରୀ ୧୦ କମ୍ପାନୀ ମଧ୍ୟରେ କ୍ୱିକ୍‌ ସପ୍ଲାଏ ଚେନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ୪୧୦ କୋଟି ଟଙ୍କାର ବଣ୍ଡ୍‌ କିଣି ତୃତୀୟ ସ୍ଥାନରେ ଥିବାବେଳେ ବେଦାନ୍ତ ଲିମିଟେଡ୍‌ ୪୦୦ କୋଟି, ହଳଦିଆ ଏନର୍ଜି ଲିମିଟେଡ୍‌ ୩୭୭ କୋଟି, ଭାରତୀ ଗ୍ରୁପ୍‌ ୨୪୭ କୋଟି, ଏସେଲ୍‌ ମାଇନିଂ ଆଣ୍ଡ ଇଣ୍ଡ୍‌ସ ଲିମିଟେଡ୍‌ ୨୨୪ କୋଟି ଟଙ୍କାର ବଣ୍ଡ୍‌ କିଣିଥିବା ତଥ୍ୟରୁ ଜଣାପଡ଼ିଛି। ସେହିପରି ଓ୍ବେଷ୍‌ଟର୍ନ ୟୁପି ପାଓ୍ବାର ଟ୍ରାନ୍ସମିଶନ କମ୍ପାନୀ ଲିଃ ୨୨୦ କୋଟି, କେଭେଣ୍ଟର ଫୁଡ୍‌ପାର୍କ ଇନ୍‌ଫ୍ରା ଲିଃ ୧୯୫ କୋଟି ଏବଂ ମଦନଲାଲ୍‌ ଲିଃ ୧୮୫ କୋଟି ଟଙ୍କାର ବଣ୍ଡ୍‌ କିଣିଛି।
ଏହି ବଣ୍ଡ୍‌ ଜରିଆରେ ଭାଜପା, କଂଗ୍ରେସ, ଏଆଇଏଡିଏମ୍‌କେ, ବିଆର୍‌ଏସ୍‌, ଶିବସେନା, ଟିଡିପି, ଓ୍ବାଇଏସ୍‌ଆର୍‌ କଂଗ୍ରେସ, ଡିଏମ୍‌କେ, ଜେଡିଏସ୍‌, ଏନ୍‌ସିପି, ତୃଣମୂଳ କଂଗ୍ରେସ, ଜେଡିୟୁ, ଆର୍‌ଜେଡି, ଏଏପି ଏବଂ ସମାଜବାଦୀ ପାର୍ଟିକୁ ଚାନ୍ଦା ମିଳିଛି। ଇସି ପ୍ରଥମ ଭାଗରେ ୩୩୭ ପୃଷ୍ଠାର ତଥ୍ୟ ଦେଇଛନ୍ତି, ଯେଉଁଥବରେ ଇଲେକ୍ଟୋରାଲ ବଣ୍ଡ୍‌ କ୍ରେତା ଓ କ୍ରୟ ତାରିଖ ଉଲ୍ଲେଖ ରହିଛି। ସେହିପରି ଦ୍ୱିତୀୟ ଭାଗ ୪୨୬ ପୃଷ୍ଠାରେ ଇଲେକ୍ଟୋରାଲ ବଣ୍ଡ୍‌ରୁ ଅର୍ଥ ପାଇଥିବା ରାଜନୈତିକ ଦଳଗୁଡ଼ିକର ବିବରଣୀ, ତାରିଖ ଏବଂ ଦାନ ପରିମାଣ ଉଲ୍ଲେଖ କରାଯାଇଛି। ତେବେ ବଣ୍ଡ୍‌ ନମ୍ବର ଦିଆଯାଇ ନାହିଁ।
ସୂଚନାଯୋଗ୍ୟ, ଫେବୃଆରୀ ୧୫ରେ ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ କ୍ରମେ କେନ୍ଦ୍ର ସରକାରଙ୍କ ଇଲେକ୍ଟୋରାଲ ବଣ୍ଡ୍‌କୁ ଅସାମ୍ବିଧାନିକ ଏବଂ ତଥ୍ୟ ଜାଣିବା ଅଧିକାର ଉଲ୍ଲଂଘନ କରୁଥିବା ଦର୍ଶାଇ ଏହାକୁ ରଦ୍ଦ କରିଦେଇଥିଲେ। କେଉଁମାନେ କେଉଁ ଦଳକୁ କେତେ ଟଙ୍କା ଏହି ବଣ୍ଡ୍‌ ଜରିଆରେ ପ୍ରଦାନ କରିଛନ୍ତି, ତାହାର ସବିଶେଷ ତଥ୍ୟ ମାର୍ଚ୍ଚ ୬ ସୁଦ୍ଧା ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିବାକୁ ଏସ୍‌ବିଆଇକୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ଏତେ କମ୍‌ ସମୟ ମଧ୍ୟରେ ସମସ୍ତ ତଥ୍ୟ ଏକାଠି କରିବା ଓ ସେଗୁଡ଼ିକୁ ମିଳାଇବା ସମ୍ଭବ ନୁହେଁ କହି ଏସ୍‌ବିଆଇ ଜୁନ୍‌ ୩୦ ପର୍ଯ୍ୟନ୍ତ ସମୟ ମାଗିଥିଲା। ଏସ୍‌ବିଆଇର ନିବେଦନକୁ ସିଜେଆଇ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ପୀଠ ଖାରଜ କରିଦେବା ସହ ୧୨ ତାରିଖ ସୁଦ୍ଧା ତଥ୍ୟ ଦାଖଲ କରିବାକୁ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri