ପୃଥିବୀର ୧୦ ଧନୀ ସହର: ତାଲିକାରେ ଆମେରିକାର ୪-ଚାଇନାର ୨, ଭାରତର ଶୂନ…

ଓ୍ବାଶିଂଟନ,୧୯।୪ : ନିବେଶ ସ୍ଥାନାନ୍ତରଣ ସଂସ୍ଥା ହେନଲି ଆଣ୍ଡ ପାର୍ଟନର୍ସଙ୍କ ଏକ ରିପୋର୍ଟରେ ପୃଥିବୀର ସବୁଠାରୁ ଧନୀ ସହରଗୁଡିକର ଏକ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ପ୍ରଥମ ୧୦ ଧନୀ ସହୀ ମଧ୍ୟରେ ଆମେରିକାର ୪ ଏବଂ ଚାଇନାର ୨ ସହର ରହିଛି। ତେବେ ତାଲିକାରେ ଭାରତର କୌଣସି ସହର ସ୍ଥାନ ପାଇ ନାହିଁ। ତାଲିକା ଅନୁଯାୟୀ, ଆମେରିକାର ନ୍ୟୁୟର୍କ ସିଟି ହେଉଛି ୫୮ ବିଲିୟନେୟାରଙ୍କ ସହ ବିଶ୍ୱର ସବୁଠାରୁ ଧନୀ ସହର। ତା’ପରେ ଜାପାନର ରାଜଧାନୀ ଟୋକିଓ ଏବଂ ଆମେରିକାର କାଲିଫର୍ନିଆ ସହର ସାନ ଫ୍ରାନ୍ସିସ୍କୋ ବେ ଏରିଆ ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛି।

୧ ମିଲିୟନ ଡଲାରରୁ ଅଧିକ ପୁଞ୍ଜି ବିନିଯୋଗ ଯୋଗ୍ୟ ସମ୍ପତ୍ତି ସହିତ ହାଇ-ନେଟ-ୱର୍ଥ ବ୍ୟକ୍ତିବିଶେଷଙ୍କର ବିଶ୍ଳେଷଣ କରାଯାଇ ଏହି ତାଲିକା ପ୍ରସ୍ତୁତ କରାଯାଇଛି। ତାଲିକାରେ, ଦୁନିଆର ୧୦ଟି ଧନୀ ସହର ମଧ୍ୟରୁ ୪ ଟି ଆମେରିକାରେ ଅଛି । ସେ ସବୂ ସହର ମଧ୍ୟରେ ନ୍ୟୁୟର୍କ ସିଟି, ବାଇ ଏରିଆ, ଲସ ଆଞ୍ଜେଲସ ଏବଂ ସିକାଗୋ ରହିଛି। ଚାଇନାର ଦୁଇଟି ସହର ବେଜିଂ ଏବଂ ସାଂଘାଇ ମଧ୍ୟ ଶ୍ରେଷ୍ଠ ୧୦ରେ ଅନ୍ତର୍ଭୁକ୍ତ। ବ୍ରିଟେନର ରାଜଧାନୀ ଲଣ୍ଡନ ଏହି ତାଲିକାରେ ଚତୁର୍ଥ ସ୍ଥାନରେ ରହିଛି। ସିଙ୍ଗାପୁର ବିଶ୍ୱର ସବୁଠାରୁ ଧନୀ ସହର ତାଲିକାରେ ୫ମ ସ୍ଥାନରେ ଥିବାବେଳେ ଅଷ୍ଟ୍ରେଲୀୟ ସହର ସିଡନୀ ଦଶମ ସ୍ଥାନରେ ରହିଛି।

ଭାରତର ମୁମ୍ବାଇ ଏହି ତାଲିକାରେ ଆଗୁଆ ରହିଛି। ମୁମ୍ବାଇରେ ୨୯ ବିଲିୟନେୟାର ଅଛନ୍ତି। ଏହା ୨୧ତମ ସ୍ଥାନରେ ରହିଛି। ଦିଲ୍ଲୀରେ ୧୬ ବିଲିୟନେୟାର, ୮ କୋଟିପତି ବେଙ୍ଗାଲୁରୁରେ ,କୋଲକାତାରେ ୭ ଏବଂ ହାଇଦ୍ରାବାଦରେ ୫ ଏହି ତାଲିକାରେ ସ୍ଥାନ ପାଇବାରେ ସଫଳ ହୋଇଛନ୍ତି। ଏସବୁ ସହରର ସ୍ଥାନ ତାଲିକାରେ ଯଥାକ୍ରମେ ୩୬,୬୦, ୬୩ ଏବଂ ୬୫ତମ ସ୍ଥାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ପରବର୍ତ୍ତୀ ହିଂସା ଆଶଙ୍କା କଲେ ଆମେରିକୀୟ ଭୋଟର

ଓ୍ବାଶିଂଟନ,୨୮ା୧୦: ୨୦୨୦ ଭଳି ଏଥର ମଧ୍ୟ ରାଷ୍ଟ୍ରପତି ନିର୍ବାଚନ ପରେ ରାଜନୈତିକ ହିଂସାକାଣ୍ଡ ଘଟିପାରେ ବୋଲି ଅନେକେ ଆମେରିକୀୟ ଆଶଙ୍କା ବ୍ୟକ୍ତ କରିଛନ୍ତି। ନିକଟରେ ଏପି-ଏନ୍‌ଓଆର୍‌ସି...

କାନାଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା: ୪ ଭାରତୀୟଙ୍କ ଚାଲିଗଲା ଜୀବନ

ଓଟ୍ଟାଓ୍ବା,୨୮ା୧୦: କାନାଡାର ଓଣ୍ଟାରିଓ ପ୍ରଦେଶରେ ଏକ କାର୍‌ ଦୁର୍ଘଟଣାରେ ୪ ଜଣ ଭାରତୀୟଙ୍କ ମୃତ୍ୟୁ ଘଟିବା ସହ ଅନ୍ୟ ଜଣେ ଆହତ ହୋଇଛନ୍ତି। ଦୁର୍ଘଟଣାରେ କାର୍‌ଟି...

ଇସ୍ରାଏଲ୍‌ ଆକ୍ରମଣରେ ଗଲାଣି ୧୭୬ ସାମ୍ବାଦିକଙ୍କ ଜୀବନ

ଗାଜା ସିଟି,୨୮ା୧୦:ଗାଜାର ଏକ ସରକାରୀ ଗଣମାଧ୍ୟମ କାର୍ଯ୍ୟାଳୟ ଉପରେ ଇସ୍ରାଏଲ୍‌ର ବୋମାମାଡ଼ ଯୋଗୁ ୫ ଜଣ ଖବରଦାତାଙ୍କ ମୃତ୍ୟୁ ଘଟିଛି। ଏମାନଙ୍କୁ ମିଶାଇ ଗତବର୍ଷ ଅକ୍ଟୋବର...

ଚାଇନାକୁ ଟାର୍ଗେଟ କଲେ ଟ୍ରମ୍ପ, କହିଲେ ଆମେରିକା ନିକଟରେ ଅଛି…

ଓ୍ବାଶିଂଟନ,୨୮।୧୦: ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଏକ ନିର୍ବାଚନ ରାଲିରେ କହିଛନ୍ତି ଯେ ଚାଇନା ସହିତ ବିବାଦ ହେଲେ ଆମେ ସେମାନଙ୍କୁ ପରାସ୍ତ...

ପ୍ରଧାନମନ୍ତ୍ରୀ ହିଁ ବନ୍ଦ କରିପାରିବେ ଯୁଦ୍ଧ, ମୋଦିଙ୍କ ଲିଡରଶିପକୁ ପ୍ରଶଂସା କଲେ ଜେଲନସ୍କି

କ୍ୱିଭ,୨୮।୧୦: ରୁଷିଆ-ୟୁକ୍ରେନ ଯୁଦ୍ଧକୁ ଅଢେଇ ବର୍ଷରୁ ଅଧିକ ସମୟ ବିତିଗଲାଣି। ଏହି ଯୁଦ୍ଧରେ ହଜାର ହଜାର ଲୋକ ପ୍ରାଣ ହରାଇଲେଣି। ହେଲେ ଯୁଦ୍ଧ ବନ୍ଦ ହେବାର...

ଭାରତୀୟ ବଂଶୋଦ୍ଭବଙ୍କ ସହ ଆଜି ଦୀପାବଳି ପାଳିବେ ବାଇଡେନ

ଓ୍ବାଶିଂଟନ,୨୮ା୧୦: ଆମେରିକାର ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡେନ ଦୀପାବଳିକୁ କେତେ ପସନ୍ଦ କରନ୍ତି ତାହା ସମଗ୍ର ବିଶ୍ୱ ପୂର୍ବରୁ ମଧ୍ୟ ଦେଖିସାରିଛି। ପ୍ରତିବର୍ଷ ଏଠାରେ ଦୀପାବଳିର...

ଆମେରିକା ରାଷ୍ଟ୍ରପତି ନିର୍ବାଚନ ୨୦୨୪

ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ମାତ୍ର ୯ ଦିନ ବାକି। ହ୍ବାଇଟ୍‌ ହାଉସ୍‌ ପାଇଁ ୨ ପ୍ରତିଦ୍ୱନ୍ଦ୍ୱୀ ଉପରାଷ୍ଟ୍ରପତି କମଲା ହାରିସ୍‌ ଏବଂ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ...

ବାଂଲାଦେଶରେ ହିନ୍ଦୁ କର୍ମଚାରୀଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରାଯାଉଛି

କୋଲକାତା,୨୭ା୧୦: ବାଂଲାଦେଶରେ ଶେଖ୍‌ ହାସିନାଙ୍କ ସରକାରର ପତନ ପରେ ମୌଳବାଦୀ ସଂଗଠନଗୁଡ଼ିକର ଶକ୍ତି ବୃଦ୍ଧି ପାଇବା ସହ ସଂଖ୍ୟାଲଘୁ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର ବଢ଼ିଛି। ସରକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri