Categories: ଖେଳ

ଅଷ୍ଟ୍ରେଲିଆ ଆଗରେ ୨୩୬ ରନ୍‌ର ବିଶାଳ ଲକ୍ଷ୍ୟ ରଖିଲା ଭାରତ

ଥିରୁଭାନନ୍ତପୁରମ,୨୬।୧୧: ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍‌ର ରବିବାର ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ଆମନ୍ତ୍ରଣ ପାଇ ଟିମ୍‌ ଇଣ୍ଡିଆ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା। ବ୍ୟାଟର ଯଶସ୍ବୀ ଜସ୍‌ୱାଲ, ରୁତୁରାଜ ଗାଇକୱାଡ୍‌ ଏବଂ ଇଶାନ୍‌ କିଷାନଙ୍କ ଦମ୍‌ଦାର ଅର୍ଦ୍ଧଶତକ ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୪ ଉଇକେଟ୍‌ ହରାଇ ୨୩୫ ରନ୍‌ କରିଥିଲା। ଫଳରେ ଅଷ୍ଟ୍ରେଲିଆ ଆଗରେ ୨୩୬ ରନ୍‌ର ବିଜୟ ଟାର୍ଗେଟ୍‌ ରଖିଛି ଭାରତ।

ଭାରତର ଦୁଇ ଓପନର ପ୍ରାରମ୍ଭିକ ଭଲ ଷ୍ଟାଟ୍‌ ଦେଇଥିଲେ। ଯଶସ୍ବୀ ଜସ୍‌ୱାଲ ୨୫ ବଲ୍‌ରେ ୯ ଚଉକା ଏବଂ ୨ ଛକା ସହାୟତାରେ ୫୩ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଇନିଂସ୍‌ ଖେଳିଥିଲେ। ସେହିପରି ରୁତୁରାଜ ଗାଇକୱାଡ୍‌ ମଧ୍ୟ ୪୦ ବଲ୍‌ରେ ୩ ଚଉକା ଏବଂ ୧ ଛକାରେ ୫୨ ରନ୍‌ କରିଥିଲେ। ଏପରିକି ଇଶାନ୍‌ କିଷାନ ମଧ୍ୟ ୩୨ ବଲ୍‌ରେ ୩ ଚଉକା ଏବଂ ୪ ଛକା ସହାୟତାରେ ୫୨ ରନ୍‌ର ଧୂଆଁଧାର ଇନିଂସ୍‌ ଖେଳିଥିଲେ। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୧୦ଟି ବଲ୍‌ ଖେଳି ୨ ଛକା ସହାୟତାରେ ୧୯ ରନ୍‌ କରିଥିଲେ। ଶେଷ ବେଳକୁ ରିଙ୍କୁ ସିଂ ୯ ବଲ୍‌ରେ ୪ ଚଉକା ଏବଂ ୩ ଛକାରେ ୩୧ ରନ୍‌ର ବିସ୍ଫୋରକ ଇନିଂସ୍‌ ଖେଳିଥିଲେ। ଫଳରେ ଟିମ୍‌ ଇଣ୍ଡିଆ ୨୩୫ ରନ୍‌ କରିବାରେ ସକ୍ଷମ ହୋଇଥିଲା।

Share