Posted inଖେଳ

ଭାରତ ନାଁରେ ୫ ଅଲୋଡା ରେକର୍ଡ: ଜାଣନ୍ତୁ ଏ ବିଷୟରେ…

ବେଙ୍ଗାଲୁରୁ,୧୭।୧୦: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ବେଙ୍ଗାଲୁରୁରେ ଖେଳାଯାଉଛି। ପ୍ରଥମ ଦିନର ଖେଳ ବର୍ଷାରେ ଧୋଇ ଯାଇଥିଲା । ଏହା ପରେ ଦ୍ୱିତୀୟ ଦିନରେ ନ୍ୟୁଜିଲାଣ୍ଡ ବୋଲରଙ୍କ ଯାଦୁ ଦେଖିବାକୁ ମିଳିଥିଲା। ଟସ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଟିମ ଇଣ୍ଡିଆ ମାତ୍ର ୪୬ ରନ୍‌ରେ ଅଲଆଉଟ୍‌ ହୋଇଥିଲା। ରିଷଭ ପନ୍ତ ଭାରତ ପାଇଁ ସର୍ବାଧିକ ୨୦ ରନ ସଂଗ୍ରହ କରିଥିଲେ। ଏଥି ସହିତ ମ୍ୟାଟ ହେନେରୀ ନ୍ୟୁଜିଲାଣ୍ଡ ପାଇଁ ସର୍ବାଧିକ ୫ ଉଇକେଟ ନେଇଥିଲେ। ୱିଲିୟମ ଓରୁକେ ୪ଟି ସଫଳତା ପାଇଥିଲେ। ଟିମ ସାଉଥୀ ଗୋଟିଏ ଉଇକେଟ ନେଇଥିଲେ।

ନ୍ୟୁଜିଲାଣ୍ଡ ବିପକ୍ଷରେ ମାତ୍ର ୪୬ ରନ୍‌ରେ ଅଳଆଉଟ୍‌ ହେବା ପରେ ଅନେକ ଅଲୋଡା ରେକର୍ଡ ଭାରତ ନାମରେ ପଞ୍ଜିକୃତ ହୋଇଛି। ଆମେ ସେହି ୫ଟି ଅଲୋଡା ରେକର୍ଡ ଉପରେ ନଜର ପକାଇବା ଯାହା ପ୍ରଥମ ଇନିଂସରେ ଭାରତ ନାମରେ ପଞ୍ଜିକୃତ ହୋଇଛି।

ଘରୋଇ ପଡ଼ିଆରେ ଭାରତର ସର୍ବନିମ୍ନ ସ୍କୋର

ଏହା ହେଉଛି ଘରୋଇ ପଡ଼ିଆରେ ଭାରତର ସର୍ବନିମ୍ନ ସ୍କୋର। ଏହାପୂର୍ବରୁ ୧୯୮୭ ରେ ଭାରତୀୟ ଦଳ ୱେଷ୍ଟଇଣ୍ଡିଜ ବିପକ୍ଷରେ ୭୫ ରନ୍‌ରେ ଅଲଆଉଟ୍‌ ହୋଇଥିଲା। ଏହି ମ୍ୟାଚ ଦିଲ୍ଲୀରେ ଖେଳାଯାଇଥିଲା। ଟେଷ୍ଟ ଇତିହାସରେ ଭାରତର ସର୍ବନିମ୍ନ ସ୍କୋର ହେଉଛି ୩୬ ରନ। ଦ୍ୱିତୀୟ ସର୍ବନିମ୍ନ ସ୍କୋର ହେଉଛି ୪୨ ରନ। ଏହିପରି ଭାବରେ ଟେଷ୍ଟ ଇତିହାସରେ ଭାରତ ତୃତୀୟ ସର୍ବନିମ୍ନ ସ୍କୋର କରିଥିଲା।

ଟପ -୭ ବ୍ୟାଟ୍ସମ୍ୟାନ୍‌ଙ୍କ ମଧ୍ୟରେ ସର୍ବାଧିକ ଶୂନ

ବେଙ୍ଗାଲୁରୁ ଟେଷ୍ଟର ପ୍ରଥମ ଇନିଂସରେ ଭାରତର ଟପ୍‌-୭ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ୪ ଜଣ ଆକାଉଣ୍ଟ ଖୋଲିପାରି ନ ଥିଲେ। ବିରାଟ କୋହଲିଙ୍କ ବ୍ୟତୀତ ସରଫରାଜ ଖାନ, କେ.ଏଲ ରାହୁଲ ଏବଂ ରବିନ୍ଦ୍ର ଜାଡେଜା ଶୂନରେ ଆଉଟ ହୋଇଥିଲେ। ଟେଷ୍ଟ ଇତିହାସରେ ଏହା ପ୍ରଥମ ଥର ପାଇଁ ଭାରତୀୟ ଦଳର ଶ୍ରେଷ୍ଠ ୭ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ୪ ଜଣ ଶୂନ୍ୟରେ ପାଭିଲିୟନକୁ ଫେରିଛନ୍ତି।

ଭାରତର ଟପ୍‌-୪ ବ୍ୟାଟ୍ସମ୍ୟାନଙ୍କ ସର୍ବନିମ୍ନ ସ୍କୋର

ଭାରତର ଟପ୍‌-୪ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଯଶସୀ ଜୟସ୍ବାଲ ୧୩ ରନ, ରୋହିତ ଶର୍ମା ୨ ରନ, ବିରାଟ କୋହଲି ଏବଂ ସରଫରାଜ ଖାନ କୌଣସି ରନ ସ୍କୋର ନକରି ଆଉଟ୍‌ ହୋଇଥିଲେ। ଏହିପରି ଭାବରେ ଭାରତର ଟପ୍‌-୪ ବ୍ୟାଟ୍ସମ୍ୟାନ ମାତ୍ର ୧୫ ରନ ଯୋଡିଥିଲେ। ଏହାପୂର୍ବରୁ ଡିସେମ୍ବର ୧୯୭୯ରେ ଟପ-୪ ବ୍ୟାଟ୍ସମ୍ୟାନ ପାକିସ୍ତାନ ବିପକ୍ଷରେ ମାତ୍ର ୧୦ ରନ ସ୍କୋର କରିପାରିଥିଲେ।

୬ ଉଇକେଟ ପାଇଁ ଦ୍ୱିତୀୟ ସର୍ବନିମ୍ନ ସ୍କୋର

ଭାରତର ଟପ୍‌-୬ ବ୍ୟାଟ୍ସମ୍ୟାନ ମାତ୍ର ୩୪ ରନ ଯୋଡିଥିଲେ। ଭାରତର ଟପ୍‌-୬ ବ୍ୟାଟ୍ସମ୍ୟାନଙ୍କ ନିଜ ମାଟିରେ ଏହା ହେଉଛି ଦ୍ୱିତୀୟ ସର୍ବନିମ୍ନ ସ୍କୋର। ଏଥି ସହିତ ଟେଷ୍ଟ ଇତିହାସରେ ଭାରତର ଟପ୍‌-୬ ବ୍ୟାଟ୍ସମ୍ୟାନ ଷଷ୍ଠ ସର୍ବନିମ୍ନ ସ୍କୋର କରିଛନ୍ତି।

ଏସୀୟ ମାଟିରେ ସର୍ବନିମ୍ନ ସ୍କୋର

ଏସୀୟ ମାଟିରେ ଟେଷ୍ଟ ମ୍ୟାଚରେ ଏହା ଭାରତର ସର୍ବନିମ୍ନ ସ୍କୋର। ଏହାପୂର୍ବରୁ ୱେଷ୍ଟଇଣ୍ଡିଜ ୧୯୮୬ରେ ପାକିସ୍ତାନ ବିପକ୍ଷରେ ୫୩ ରନ ସଂଗ୍ରହ କରିଥିଲା। ଏସୀୟ ମାଟିରେ ଟେଷ୍ଟ ମ୍ୟାଚରେ ଏହା ସର୍ବନିମ୍ନ ସ୍କୋର ଥିଲା, କିନ୍ତୁ ବର୍ତ୍ତମାନ ଏହି ଅଲୋଡା ରେକର୍ଡ ଭାରତ ନାମରେ ପଞ୍ଜିକୃତ ହୋଇଛି। ଏହା ବ୍ୟତୀତ ଫୈସଲାବାଦରେ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଇନିଂସରେ ପାକିସ୍ତାନ ଦଳ ୫୩ ରନରେ ଅଲଆଉଟ୍‌ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବ୍ୟାକ୍‌ଫୁଟ୍‌ରେ ଟିମ୍‌ ଇଣ୍ଡିଆ: ବୋଲିଂ ପରେ ବ୍ୟାଟିଂରେ କିଓ୍ବି ଖେଳାଳିଙ୍କ ଜଲଓ୍ବା

ବେଙ୍ଗାଲୁରୁ,୧୭ା୧୦: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଏକ ଅଲୋଡା ରେକର୍ଡ ନିଜ ନାମରେ କରିଛି ଭାରତ। ପ୍ରଥମ ଦିନ ବର୍ଷାରେ ଧୋଇ ଯାଇଥିବା ବେଳେ...

ଆଇପିଏଲ୍‌ ୨୦୨୫ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର ନବକଳେବର: ହଟିଲେ ରିକି ପଣ୍ଟିଂ

ନୂଆଦିଲ୍ଲୀ,୧୭।୧୦: ପ୍ରତ୍ୟେକ ଦଳ ଆଇପିଏଲ୍‌ ୨୦୨୫ ପାଇଁ ପ୍ରସ୍ତୁତ ହେଉଛନ୍ତି। ଆଗାମୀ ସିଜିନ୍‌ ପାଇଁ ଆଇପିଏଲ ଦଳରେ ଅନେକ ପରିବର୍ତ୍ତନ କରାଯାଉଛି। ଦିଲ୍ଲୀ କ୍ୟାପିଟାଲ୍ସରେ ମଧ୍ୟ...

ଟେଷ୍ଟ ଇତିହାସରେ ପ୍ରଥମଥର ପାଇଁ ଘରେ ମାଟି କାମୁଡିଲା ଟିମ୍‌ ଇଣ୍ଡିଆ: ଏମିତି ରେକର୍ଡ କଲା

ବେଙ୍ଗାଲୁରୁ,୧୭।୧୦: ବେଙ୍ଗାଲୁରୁରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଟିମ ଇଣ୍ଡିଆ ମାତ୍ର ୪୬ ରନରେ ଅଲଆଉଟ ହୋଇଥିଲା। ଟେଷ୍ଟ କ୍ରିକେଟ ଇତିହାସରେ ଘରୋଇ ମାଟିରେ...

ଧୋନୀଙ୍କ ବଡ଼ ରେକର୍ଡ ଭାଙ୍ଗିଲେ କୋହଲି

ନୂଆଦିଲ୍ଲୀ,୧୭।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ବେଙ୍ଗାଲୁରୁ ଟେଷ୍ଟରେ ଏମ୍‌ ଏସ୍‌ ଧୋନୀଙ୍କ ବଡ଼ ରେକର୍ଡ ଭାଙ୍ଗିଛନ୍ତି। ଟସ୍‌ ଜିତିବା ପରେ ରୋହିତ ଏକାଦଶ ଘୋଷଣା କରିବା ମାତ୍ରେ...

୫୫ ବର୍ଷ ପରେ ଏମିତି ଲଜ୍ଜାଜନକ ରେକର୍ଡ କଲା ଟିମ୍‌ଇଣ୍ଡିଆ

ବେଙ୍ଗାଲୁରୁ,୧୭।୧୦: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଉଛି। ପ୍ରଥମ ଦିନ ବର୍ଷା ଯୋଗୁ ଟସ...

ବେଙ୍ଗାଲୁରୁ ଟେଷ୍ଟରେ ଭାରତ ୪୬ ରନରେ ଅଲଆଉଟ୍: ଖାତା ଖୋଲିପାରିଲେନି ୫ ବ୍ୟାଟର

ନୂଆଦିଲ୍ଲୀ,୧୭ା୧୦: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ ବେଙ୍ଗାଲୁରୁରେ ଖେଳାଯାଉଛି। ଗୁରୁବାର ମ୍ୟାଚର ଦ୍ୱିତୀୟ ଦିନରେ ଖେଳ...

ଲଜ୍ଜାଜନକ ରେକର୍ଡ କଲେ କୋହଲି, ପ୍ରଶ୍ନ ଉଠାଇଲେ ସଞ୍ଜୟ ମାଞ୍ଜରେକର

ବେଙ୍ଗାଲୁରୁ,୧୭।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ବେଙ୍ଗାଲୁରୁ ଟେଷ୍ଟର ପ୍ରଥମ ଦିନ ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଥିବା ବେଳେ ଦ୍ୱିତୀୟ ଦିନ ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ ବ୍ୟାଟିଂ ବିପର୍ଯ୍ୟୟ ଘଟିଛି।...

ଏହି ୪ ଖେଳାଳିଙ୍କୁ ହିଁ ରିଟେନ୍‌ କରିବ ମୁମ୍ବାଇ ଇଣ୍ଡିଆନ୍ସ, ରୋହିତଙ୍କୁ ନେଇ ଆସିଲା ବଡ଼ ଖବର…

ନୂଆଦିଲ୍ଲୀ,୧୭।୧୦: ଆଇପିଏଲ୍‌ ୨୦୨୫ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ବଡ଼ ନିଷ୍ପତ୍ତି ନେଇଛି। ମେଗା ଅକ୍ସନ ପୂର୍ବରୁ ଦଳ ଯେଉଁ ୪ ଖେଳାଳିଙ୍କୁ ପ୍ରଥମେ ରିଟେନ୍‌ କରିବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri