Categories: ବାଣିଜ୍ୟ

ବ୍ଲାକ୍‌ ଜେଡ୍‌କୁ ଟପ୍‌ ଏକ୍ସପର୍ଟ ଆଓ୍ବାର୍ଡ

ନୂଆଦିଲ୍ଲୀ,୩।୯ (ଅଭୟ ଦାଶ): ଦେଶର ଅଗ୍ରଣୀ ଅଗରବତି ନିର୍ମାତା ମହୀଶୂର ଦୀପ ପ୍ରଫ୍ୟୁମେରୀ ହାଉସ (ଏମ୍‌ଡିପିଏଚ୍‌)ର ପ୍ରମୁଖ ବ୍ରାଣ୍ଡ୍‌ ବ୍ଲାକ୍‌ ଜେଡ୍‌କୁ ଶ୍ରେଷ୍ଠ ରପ୍ତାନି ପୁରସ୍କାର(ଟପ୍‌ ଏକ୍ସପର୍ଟ ଆଓ୍ବାର୍ଡ) ମିଳିଛି। ଏପରିକି ବ୍ରାଣ୍ଡ୍‌ର ଗୁଣବତ୍ତା ଓ ଅଗରବତି ହସ୍ତଶିଳ୍ପ ବର୍ଗରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପୁରସ୍କାର ଦିଆଯାଇଛି। ଉଲ୍ଲେଖଯୋଗ୍ୟ,ବୟନଶିଳ୍ପ ମନ୍ତ୍ରଣାଳୟ ଅଧୀନରେ ଥିବା ଏକ୍ସପର୍ଟ ପ୍ରମୋଶନ କାଉନସିଲ ଫର୍‌ ହାଣ୍ଡିକ୍ରାଫ୍‌ଟ୍ସ (ଇପିଏଚ୍‌ସି) ପକ୍ଷରୁ ନୂଆଦିଲ୍ଲୀଠାରେ ଆୟୋଜିତ ୨୪ତମ ହାଣ୍ଡିକ୍ରାଫ୍‌ଟ୍ସ ଏକପର୍ଟ ଆଓ୍ବାର୍ଟ ସେରିମନି ଉତ୍ସବରେ ବ୍ଲାକ୍‌ ଜେଡ୍‌କୁ ଟପ୍‌ ଏକ୍ସପର୍ଟ ଆଓ୍ବାର୍ଡ ଦିଆଯାଇଥିବାବେଳେ ଇପିସିଏଚ୍‌ ପକ୍ଷରୁ ଏମ୍‌ଡିପିଏଚ୍‌କୁ ମଧ୍ୟ ମେରିଟ୍‌ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ବିଶେଷକରି ୨୦୨୯-୨୦ବର୍ଷ ଏବଂ ୨୦୨୦-୨୧ବର୍ଷ ପାଇଁ ମୋଟ ୧୨୩ଟି ସଂସ୍ଥାକୁ ବିଭିନ୍ନ ବର୍ଗରେ ପୁରସ୍କାର ଦିଆଯାଇଥିଲାବେଳେ ୨୦୧୯-୨୦ ର୍ବ ପାଇଁ ବ୍ଲାକ୍‌ ଜେଡ୍‌କୁ ଟପ୍‌ ଏକ୍ସପର୍ଟ ଆଓ୍ବାର୍ଡ ଦିଆଯାଇଛି। ସେହିଭଳି ବୟନଶିଳ୍ପ ମନ୍ତ୍ରୀ ଗିରିରାଜ ସିଂହଙ୍କଠାରୁ ଏମ୍‌ଡିପିଏଚ୍‌ର ନିର୍ଦ୍ଦେଶକ ଅଙ୍କିତ ଅଗ୍ରଓ୍ବାଲ ଉକ୍ତ ପୁରସ୍କାର ଗ୍ରହଣ କରିଥିଲେ। ଏହି ପରିପ୍ରେକ୍ଷୀରେ ବୟନ ଶିଳ୍ପ ସଚିବ ରଚନା ଶାହା, ଆଇପିଓଏସ୍‌ ବିକାଶ ଆୟୁକ୍ତ ଅମ୍ରିତ ରାଜ ଏବଂ ଇପିସିଏଚ୍‌ର ଇଡି ଆର୍‌. କେ. ବର୍ମା ଓ ଅନ୍ୟମାନେ ଉପସ୍ଥିତ ଥିଲେ।
ଏ ସମ୍ପର୍କରେ ଏମ୍‌ଡିପିଏଚ୍‌ର ନିର୍ଦ୍ଦେଶକ ଅଙ୍କିତ ଅଗ୍ରଓ୍ବାଲ କହିଥିଲେ, ଇପିସିଏଚ୍‌ଠାରୁ ଆମେ ଏହି ପୁରସ୍କାର ପାଇଁ ବେଶ୍‌ ଉତ୍ସାହିତ ଥିଲାବେଳେ ଆମର କାର୍ଯ୍ୟକୁ ସ୍ବୀକୃତି ଦେଇଥିବାରୁ ଆମେ ବୟନ ଶିଳ୍ପ ମନ୍ତ୍ରଣାଳୟ ଓ ଏକ୍ସପର୍ଟ କାଉନସିଲକୁ ଧନ୍ୟବାଦ ଜଣାଉଛୁ।

Share