Categories: ବାଣିଜ୍ୟ

ବେଦାନ୍ତକୁ ସର୍ବୋଚ୍ଚ ରପ୍ତାନିକାରୀ ପୁରସ୍କାର

ଭୁବନେଶ୍ୱର,୨୬।୬: ଦେଶର ସର୍ବବୃହତ୍‌ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମକୁ ନିକଟରେ ଆଉ ଏକ ଜାତୀୟସ୍ତରର ସମ୍ମାନ ଓ ସ୍ବୀକୃତି ପ୍ରଦାନ କରାଯାଇଛି। ବିଶେଷକରି କୋଲକାତାର ଶ୍ୟାମା ପ୍ରସାଦ ମୁଖାର୍ଜୀ ବନ୍ଦର (ପୂର୍ବ କୋଲକାତା ବନ୍ଦର ଟ୍ରଷ୍ଟ) ଦ୍ୱାରା ହଳଡିଆ ଡକ୍‌ କମ୍ପ୍ଲେକ୍ସ ମାଧ୍ୟମରେ ୨୦ ଫୁଟ ସମାନ୍ତରାଳ ୟୁନିଟ୍‌ କଣ୍ଟନେରାଇଜ୍‌ଡ କାର୍ଗୋ ରପ୍ତାନିକାରୀ ଭାବେ ବେଦାନ୍ତ ଆଲୁମିନିୟମକୁ ଶ୍ରେଷ୍ଠ ରପ୍ତାନିକାରୀର ମାନ୍ୟତା ଦିଆଯାଇଛି। ଏପରିକି ୨୦୨୨-୨୩ ବର୍ଷ ପାଇଁ କମ୍ପାନୀକୁ ଉକ୍ତ ସମ୍ମାନ ମିଳିଥିବା ବେଦାନ୍ତ ଗ୍ରୁପ ପକ୍ଷରୁ ସୂଚନା ଦିଆଯାଇଛି। ଅପରପକ୍ଷରେ କୋଲକାତାଠାରେ ଅନୁଷ୍ଠିତ ଏକ ବାଣିଜ୍ୟ ସମାରୋହ ଅବସରରେ ବନ୍ଦର,ଜାହାଜ ଏବଂ ଜଳପଥ ମନ୍ତ୍ରଣାଳୟ ମନ୍ତ୍ରୀ ସାନ୍ତନୁ ଠାକୁରଙ୍କ ଦ୍ୱାରା ବେଦାନ୍ତକୁ ଉକ୍ତ ପୁରସ୍କାର ପ୍ରଦାନ କରାଯାଇଥିଲା। ଏ ସମ୍ପର୍କରେ ବେଦାନ୍ତ ଲିମିଟେଡ (ଝାରସୁଗୁଡ଼ା ୟୁନିଟ)ର ସିଇଓ ସୁନୀଲ ଗୁପ୍ତା କହିଛନ୍ତି, ଏହି ପୁରସ୍କାର ସର୍ବୋଚ୍ଚ ଗୁଣବତ୍ତା, ନବସୃଜନ ଏବଂ ବିଶ୍ୱସ୍ତରୀୟ ଗ୍ରାହକ ସନ୍ତୋଷର ପ୍ରତିନିଧିତ୍ୱ କରିବାକୁ ଉତ୍ସାହିତ କରିଛି। ଏପରିକି ଉତ୍କର୍ଷତା ପାଇଁ ଆମର ନିରନ୍ତର ପ୍ରୟାସର ଏକ ଅଂଶ ଭାବେ ଆମେ ଆମର ରପ୍ତାନି କ୍ଷମତାକୁ ବିସ୍ତାର କରି ଭାରତୀୟ ଅର୍ଥନୀତିର ଅଭିବୃଦ୍ଧିରେ ସହଯୋଗ କରିବାକୁ ଧ୍ୟାନ ଦେଉଛୁ। ବିଶେଷ କରି ଆଗାମୀ ବର୍ଷରେ ଆମେ ନୂତନ ମାନଦଣ୍ଡ ସ୍ଥିର କରିବାକୁ ଅପେକ୍ଷା କରିଛୁ। ସେହିଭଳି ସର୍ବଭାରତୀୟସ୍ତରରେ ଆଲୁମିନିୟମ୍‌ ଉତ୍ପାଦଗୁଡିକର ଏକ ବ୍ୟାପକ ସୀମା ପ୍ରଦାନ କରି ବେଦାନ୍ତ ଆଲୁମିନିୟମ୍‌ ଭାରତ ସମେତ ୫୦ରୁ ଅଧିକ ଦେଶରେ ଗ୍ରାହକଙ୍କ ଆବଶ୍ୟକତାକୁ ପୂରଣ କରିଥାଏ।

Share