ନଏଜି-ଲି ଗ୍ରାଣ୍ଡ,୧୦ା୨: ପ୍ୟାରିିସ ଅଲିମ୍ପିକ ଗେମ୍ସ ୬ ମାସରୁ କମ୍ ସମୟ ରହିଥିବା ବେଳେ ଫ୍ରାନ୍ସର ଅଗ୍ରଣୀ ମହିଳା ଫେନ୍ସର ‘ଅସ୍ବାଭାବିକ’ ଡୋପ୍ ଟେଷ୍ଟ ଫଳାଫଳ ଯୋଗୁ ସସ୍ପେଣ୍ଡ ହୋଇଛନ୍ତି। ଫେନ୍ସିଂରେ ୩ଥର ଅଲିମ୍ପିଆନ ୟସୋରା ଥିବସ ଗତ ଟୋକିଓ ଅଲିମ୍ପିକ୍ସରେ ଫଏଲ ଟିମ୍ ଇଭେଣ୍ଟରେ ରୌପ୍ୟ ଜିତିଥିଲେ।
ସେ ୨୦୨୨ରେ ଫଏଲ୍ ଇଭେଣ୍ଟରେ ବ୍ୟକ୍ତିଗତ ବିଶ୍ୱ ଚାମ୍ପିୟନ ହୋଇଥିଲେ। ଫ୍ରେଞ୍ଚ ଫେନ୍ସିଂ ଫେଡେରେଶନ ପକ୍ଷରୁ ଦିଆଯାଇଥିବା ଏକ ସୂଚନା ଅନୁସାରେ ଥିବସଙ୍କଠାରୁ ଜାନୁଆରୀ ୧୪ରେ ସାମ୍ପଲ ସଂଗ୍ରହ କରାଯାଇଥିଲା। ଫଳାଫଳରେ ଅସ୍ବାଭାବିକ ପରିଲକ୍ଷିତ ହୋଇଥିଲା। ସାମ୍ପୁଲରେ କେଉଁ ନିଷିଦ୍ଧ ପଦାର୍ଥ ରହିଥିଲା ତାହାର ନାମ ପ୍ରକାଶ କରାଯାଇ ନାହିଁ। ହେଲେ ଥିବସଙ୍କୁ ସସ୍ପେଣ୍ଡ କରାଯାଇଥିଲା।