Categories: ଜାତୀୟ

ଏନ୍‌କାଉଣ୍ଟରରେ ନିପାତ ହେଲା ଲଶ୍କର ଆତଙ୍କବାଦୀ

ଜମ୍ମୁ,୧୪।୧୨: ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲାରେ ସୁରକ୍ଷା ବଳର ଏନକାଉଣ୍ଟରେ ନିହତ ହୋଇଛି ଲଶ୍କର-ଇ-ତୋଇବା (ଏଲଇଟି)ର ଜଣେ ଟପ୍‌ ପାକିସ୍ତାନୀ ଆତଙ୍କବାଦୀ। ଏ ନେଇ ଅଧିକାରୀମାନେ ମଙ୍ଗଳବାର ସୂଚନା ଦେଇଛନ୍ତି। ଅନ୍ୟ ଜଣେ ଆତଙ୍କବାଦୀଙ୍କ ପାଇଁ ସେହି ଅଞ୍ଚଳରେ ସର୍ଚ୍ଚ ଅପରେଶନ ଚାଲିଛି।

ପୁଞ୍ଚ ଜିଲାର ବେହରାମଗାଲା ଅଞ୍ଚଳରେ ସଶସ୍ତ୍ର ଆତଙ୍କବଦୀ ଥିବା ସମ୍ପର୍କରେ ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ପାଇବା ପରେ ସେନା ଓ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେଶନ୍‌ ଆରମ୍ଭ ହୋଇଥିଲା। ମଙ୍ଗଳବାର ସକାଳୁ ସୁରକ୍ଷା ବଳ ଉପରେ ଗୁଳି ମାଡ଼ କରି ଖସି ପଳେଇବାକୁ ଉଦ୍ୟମ କରିଥିଲେ ଜଣେ ଆତଙ୍କବାଦୀ। ସେନା ପକ୍ଷରୁ ଜବାବୀ ଗୁଳି ମାଡ଼ରେ ଆତଙ୍କବାଦୀ ନିହତ ହୋଇଛନ୍ତି। ତାଙ୍କ ପାଖରୁ ଏକେ-୪୭, ୪ ମାଗାଜିନ, ଏକ ଗ୍ରେନେଡ୍‌, ପାଉଚ ସହ କିଛି ଟଙ୍କା ମିଳିଛି। ତାଙ୍କ ନାମ ଆବୁ ଜାରାରା ଓ ସେ ପାକିସ୍ତାନର ବୋଲି ପ୍ରତିରକ୍ଷା ପ୍ରବକ୍ତା କହିଛନ୍ତି।

Share