ଜମ୍ମୁ,୨୨ ।୧: ସାଧାରଣତନ୍ତ୍ର ଦିବସ ପୂର୍ବରୁ ଶ୍ରୀନଗରରେ ସୁରକ୍ଷା କୋର ଗ୍ରୁପର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସୁରକ୍ଷା ସମିକ୍ଷା ଓ ୨୦୨୨ରେ ଆତଙ୍କବାଦୀ ବିରୋଧି ଗତିବିଧିକୁ ନେଇ ରଣନୀତି ପ୍ରସ୍ତୁତ କରିବାକୁ ନେଇ ଆଲୋଚନା ହୋଇଛି । ଶ୍ରୀନଗର ସ୍ଥିତ ସେନାର ୧୫ କୋର ମୁଖ୍ୟାଳୟରେ ଶୁକ୍ରବାର କୋର ଗ୍ରୁପର ବୈଠକରେ ଆତଙ୍କବାଦୀ ବିରୋଧି ଅପରେଶନ, ସୀମା ପାର ଗତିବିଧି ଉପରେ କଡା ନଜର ଓ ନାର୍କୋ ଟେରର ଓ ଟେରର ପଣ୍ଡିଂକୁ ନେଇ ରଣନୀତି ପ୍ରସ୍ତୁତ କରାଯାଇଛି । ବୈଠକରେ ହାଇବ୍ରିଡ ଆତଙ୍କବାଦୀଙ୍କୁ ନେଇ ବି ଚର୍ଚ୍ଚା ହୋଇଛି । ଏହି ବୈଠକରେ ନାଗରିକ ପ୍ରଶାସନ, ସୁରକ୍ଷା ଏଜେନ୍ସିର ଶୀର୍ଷ ଅଧିକାରୀମାନେ ବି ଉପସ୍ଥିତ ରହିଥିଲେ ।