Categories: ଜାତୀୟ

ଉଚ୍ଚ ସ୍ତରୀୟ ପୋଲିସ ଅଧିକାରୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ମହିଳା ଆଇପିଏସ୍‌

ଚେନ୍ନାଇ,୨୪।୨: ତାମିଲନାଡୁର ଜଣେ ମହିଳା ଆଇପିଏସ୍‌ ଅଫିସର ଜଣେ ଉଚ୍ଚ ପଦସ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ ଆଣିଛନ୍ତି ଯୌନ ଉତ୍ପିଡନା ଓ ଅସଦାଚରଣ କରିଥିବା ଅଭିଯୋଗ। କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ଇ. ପଲାନିସ୍ବାମଙ୍କ କେନ୍ଦ୍ରୀୟ ଜିଲା ଗସ୍ତବେଳେ ସୁରକ୍ଷା ଦାୟିତ୍ୱରେ ଥିଲେ ଉକ୍ତ ମହିଳା ଆଇପିଏସ୍‌। ତାଙ୍କୁ ବରିଷ୍ଠ ପୋଲିସ ଅଧିକାରୀଙ୍କ କାରରେ ଯିବାକୁ କୁହାଯାଇଥିଲା। କାର ଭିତରେ ତାଙ୍କୁ ଅସଦାଚରଣ କରାଯାଇଥିଲା।

ତେବେ ଏ ପର୍ଯ୍ୟନ୍ତ ଅଭିଯୁକ୍ତ ଅଧିକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। କିନ୍ତୁ ଗୁରୁବାର କୋଏମ୍ବାଟୁର ଗସ୍ତରେ ଆସୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ଦାୟିତ୍ୱରୁ ଅଭିଯୁକ୍ତ ଅଧିକାରୀଙ୍କୁ ହଟାଇ ଦିଆଯାଇଥିବା ସ୍ପଷ୍ଟ କରିଛି ଡିଜିପି କାର୍ଯ୍ୟାଳୟ। ଏହି ଘଟଣା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ଡିଏମ୍‌କେ ତଥା ବିରୋଧୀ ଦଳ ମୁଖ୍ୟ ଏମ୍‌.କେ. ଷ୍ଟାଲିନ। ”ସରକାର ଏଭଳି ଅଫିସରଙ୍କୁ ସୁରକ୍ଷା ଦେବା ଲଜ୍ଜାର ବିଷୟ। ଏହି ଘଟଣାରେ ସରକାରଙ୍କ ଅହଙ୍କାର ପ୍ରତିଫଳ ହେଉଛି। ମହିଳା ଅଫିସରଙ୍କ ସାହସ ଆଗରେ ମୁଁ ମୁଣ୍ଡ ନୁଆଁଉଛି“ ବୋଲି ଷ୍ଟାଲିନ କହିଛନ୍ତି।

Share