ନୂଆଦିଲ୍ଲୀ,୮ା୪: ଗତ ବର୍ଷ ଫେବୃୟାରୀରେ ରୁଷିଆ-ୟୁକ୍ରେନ ଯୁଦ୍ଧ ପରଠାରୁ ପ୍ରଥମ ଥର ପାଇଁ ସୋମବାର ୪ ଦିନିଆ ଭାରତ ଗସ୍ତରେ ଆସିବେ ୟୁକ୍ରେନ୍ ଉପବୈଦେଶିକ ମନ୍ତ୍ରୀ ଏମିନ୍ ଡିଜାରୋଭା। ଏହି ଅବସରରେ ସେ ଭାରତ-ୟୁକ୍ରେନ୍ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଆଲୋଚନା କରିବେ। ଏପରିକି ରୁଷିଆ ଆକ୍ରମଣରେ କ୍ଷତିଗ୍ରସ୍ତ ୟୁକ୍ରେନ୍ର ଭିତ୍ତିଭୂମିର ମରାମତି ପାଇଁ ମାନବିକ ସହାୟତା ଏବଂ ଯନ୍ତ୍ରପାତି ଯୋଗାଇ ଦେବାକୁ ଭାରତ ସହିତ ଆଲୋଚନା କରିବେ ବୋଲି ଜଣାପଡିଛି। ଅନ୍ୟପକ୍ଷେ ଉପବୈଦେଶିକ ମନ୍ତ୍ରୀ ଏମିନ୍ ଡିଜାରୋଭା ଭାରତ ବୈଦେଶିକ ବ୍ୟାପାର ଓ ସଂସ୍କୃତି ମନ୍ତ୍ରୀ ମୀନାକ୍ଷୀ ଲେଖୀ ଏବଂ ଡେପୁଟି ଜାତୀୟ ସୁରକ୍ଷା ପରାମର୍ଶଦାତା ବିକ୍ରମ ମିଶ୍ରିଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହଛି। ଏପରିକି ଏମିନ୍ ଜାପାରୋଭ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୟୁକ୍ରେନ ଗସ୍ତରେ ଯିବାକୁ ନିମନ୍ତ୍ରଣ କରିବେ ବୋଲି ଆଶା କରାଯାଉଛି।