ମାର୍ଚ୍ଚରେ ଭାରତ ଆସିପାରନ୍ତି ଆମେରିକା ବୈଦେଶିକ ମନ୍ତ୍ରୀ, ରାଇସିନା ଡାଏଲଗରେ ନେବେ ଭାଗ

ୱାଶିଂଟନ,୩୦ ।୧: ଆମେରିକାର ବୈଦେଶିକ ମନ୍ତ୍ରୀ ଏଣ୍ଟନି ବ୍ଲିଂକନ ମାର୍ଚ୍ଚରେ ଭାରତ ଆସିପାରନ୍ତି । ବ୍ଲିଂକନ ଏହି ସମୟରେ ରାଇସିନା ଡାଏଲଗରେ ଭାଗ ନେବାର ସମ୍ଭାବନା ରହିଛି । ସେ ରାଜଧାନୀ ଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକରେ ସାମିଲ ହେବେ । ଅଧିକାରୀଙ୍କ ସୂଚନା ଅନୁଯାୟୀ, ବ୍ଲିଂକନଙ୍କ ବୈଠକକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

ଜଣେ ଅଧିକାରୀ କହିଛନ୍ତି ନୂଆଦିଲ୍ଲୀରେ ବ୍ଲିଂକନଙ୍କ ବୈଠକ ପାଇଁ ବୈଦେଶିକ ବିଭାଗ ମାର୍ଚ୍ଚର ପ୍ରଥମ ସପ୍ତାହ ଉପରେ ନଜର ରଖିଛନ୍ତି, ଯାହା ଚତୁର୍ଦ୍ଦଶ ସୁରକ୍ଷା ସଂଳାପ(କ୍ୱାଡ)ର ନେତାଙ୍କ ସହ ରାଷ୍ଟ୍ରପତି ଜୋ ବାଇଡେନଙ୍କ ବୈଠକ ପାଇଁ ଏକ ରନ-ଅପ ହେବ । ସୂତ୍ରର ସୂଚନା ଅନୁଯାୟୀ, ବୈଦେଶିକମନ୍ତ୍ରୀ ବ୍ଲିଂକନ ମେ ୨୦୨୩ରେ ହେବାକୁ ଥିବା କ୍ୱାଡ ନେତାଙ୍କ ଶିଖର ସମ୍ମିଳନୀର ଶୁଭାରମ୍ଭ ପାଇଁ ଭାରତୀୟ ସମକକ୍ଷ ଅନ୍ୟ ଅଧିକାରୀଙ୍କ ସହ ସାକ୍ଷାତ୍ କରିବେ ।

Share