Categories: ଜାତୀୟ

ରାହୁଲଙ୍କ ଅଯୋଗ୍ୟତା ବିରୋଧରେ ମଶାଲ ଶୋଭାଯାତ୍ରା, ବହୁ ନେତା ଗିରଫ, ସତ୍ୟ-ସତ୍ୟାଗ୍ରହକୁ ଡରୁଛନ୍ତି ସରକାର କହିଲା କଂଗ୍ରେସ…

ନୂଆଦିଲ୍ଲୀ,୨୮।୩ : ରାହୁଲ ଗାନ୍ଧୀଙ୍କୁ ଲୋକସଭାରୁ ଅଯୋଗ୍ୟତା ଘୋଷଣା କରିବା ନେଇ କଂଗ୍ରେସ ପକ୍ଷରୁ ସରକାରଙ୍କ ବିରୋଧରେ ଏକ ମୋର୍ଚ୍ଚା ଖୋଲାଯାଇଛି। ଏପରିସ୍ଥଳେ କଂଗ୍ରେସ ମଙ୍ଗଳବାର ପୁରୁଣା ଦିଲ୍ଲୀର ଚାନ୍ଦନୀ ଚୌକ ଠାରେ ଥିବା ଲାଲକିଲ୍ଲାଠାରୁ ଟାଉନ ହଲ ପର୍ଯ୍ୟନ୍ତ ମଶାଲ ଶୋଭାଯାତ୍ରା କରିଛି।

କଂଗ୍ରେସ ଲୋକତନ୍ତ୍ର ବାଚାଓ ମଶାଲ ଶାନ୍ତି ଶୋଭାଯାତ୍ରା ବାହାର କରିବାକୁ ଚେଷ୍ଟା କରିଥିଲା, କିନ୍ତୁ ପୋଲିସ ସେମାନଙ୍କୁ ଅଟକାଇଥିଲା। ବିରୋଧ ପ୍ରଦର୍ଶନ ଆରମ୍ଭ ହେବା ପୂର୍ବରୁ ଜେପି ଅଗ୍ରୱାଲଙ୍କ ସମେତ ଅନେକ କଂଗ୍ରେସ କର୍ମୀଙ୍କୁ ଲାଲକିଲ୍ଲା ନିକଟରେ ଅଟକ ରଖାଯାଇଥିଲା। ପୋଲିସ କହିଛି ଯେ ମଶାଲ ଶୋଭାଯାତ୍ରାକୁ ଅନୁମତି ମିଳି ନାହିଁ।

ପୋଲିସ ଏବଂ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପୋଲିସ କିଛି କଂଗ୍ରେସ କର୍ମୀଙ୍କୁ ଗିରଫ କରି ବସରେ ନ୍ୟୁ ପୋଲିସ ଲାଇନକୁ ନେଇ ଯାଇଥିଲା।

କଂଗ୍ରେସ କହିଛି ଯେ ଏକଛତ୍ରବାଦୀ ଶାସକ ସତ୍ୟ ଏବଂ ସତ୍ୟାଗ୍ରହକୁ ଡରୁଛନ୍ତି। ଏହାର ଜବାବ ଦେଶର ସାଧାରଣ ଜନତା ଦେବେ।
ଏହା ସହିତ ବୁଧବାର ସାରା ଦେଶରେ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହେବ। ମାର୍ଚ୍ଚ ୨୯ ରୁ ଏପ୍ରିଲ ୮ ପର୍ଯ୍ୟନ୍ତ ବ୍ଲକ ସ୍ତରରେ ‘ଜୟ ଭାରତ ସତ୍ୟାଗ୍ରହ’ କରାଯିବ।

 

Share