ଚାଇନା ବିରୋଧରେ ପିଓକେରେ ମଶାଲ ରାଲି

ମୁଜାଫରବାଦ୍‌, ୮।୯: ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ରେ ଚାଇନା ବିରୋଧୀ ପ୍ରଦର୍ଶନ ଜାରି ରହିଛି। ସ୍ଥାନୀୟ ମୁଜାଫରବାଦ୍‌ରେ ନୀଲମ୍‌ ଏବଂ ଝେଲମ୍‌ ନଦୀରେ ନିର୍ମିତ ହେଉଥିବା ବନ୍ଧକୁ ସ୍ଥାନୀୟ ବାସିନ୍ଦା ବିରୋଧ କରି ମଶାଲ ରାଲି କରିଛନ୍ତି। ଏହି ବନ୍ଧ ଚାଇନା କମ୍ପାନୀ ଦ୍ୱାରା କରାଯାଉଛି। ଲୋକେ ହାତରେ ମଶାଲ ଧରି ପାକିସ୍ତାନ ଏବଂ ଚାଇନା ବିରୋଧୀ ସ୍ଲୋଗାନ୍‌ ଦେଇଛନ୍ତି। ସ୍ଥାନୀୟ ବାସିନ୍ଦା ଲଗାତାର ବନ୍ଧ ନିର୍ମାଣ ବିରୋଧରେ ପ୍ରଦର୍ଶନ ଜାରି ରଖିଛନ୍ତି। ପୂର୍ବରୁ ଅଗଷ୍ଟ ୨୫ରେ ମଧ୍ୟ ଏଭଳି ପ୍ରଦର୍ଶନ କରାଯାଇଥିଲା। ଲୋକେ ‘ଦରିଆ ବଚାଓ, ମୁଜାଫରବାଦ ବଚାଓ’ ଏବଂ ‘ନୀଲମ୍‌-ଝେଲମ୍‌ ବହେନ ଦୋ, ହମେ ଜିନ୍ଦା ରହନେ ଦୋ’ ଆଦି ସ୍ଲୋଗାନ ଦେଉଥିବାରୁ ୧୭ ସେକେଣ୍ଡର ଏକ ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହି ନଦୀବନ୍ଧ ପ୍ରକଳ୍ପ ୨୦୨୬ ସୁଦ୍ଧା ଶେଷ ହେବାର ସମ୍ଭାବନା ରହିଛି।

Share