ତାଣ୍ଡବ ରଚିଲା ଘୂର୍ଣ୍ଣିଝଡ଼ ‘ଚିଡୋ’, ହଜାରେରୁ ଅଧିକ ମୃତ

ପ୍ୟାରିସ,୧୬।୧୨: ଶନିବାର ଫ୍ରାନ୍ସର ହିନ୍ଦ ମହାସାଗରରେ ମାୟୋଟେ ଦ୍ୱୀପ ଅଞ୍ଚଳକୁ ସାଇକ୍ଲୋନ ‘ଚିଡୋ’ ଧକ୍କା ଦେଇ ଏହି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ସୃଷ୍ଟି କରିଥିଲା। ଏହି ଘୂର୍ଣ୍ଣିବଳୟ ଦ୍ୱୀପର ଫ୍ରେଞ୍ଚ ଅଂଶକୁ ଘଣ୍ଟା ପ୍ରତି ୨୦୦ କିଲୋମିଟର (୧୨୪ ମାଇଲ ପ୍ରତି ଘଣ୍ଟା)ରେ ପବନ ବହିଥିଲା। ଏହି ଘୂର୍ଣ୍ଣିବଳୟ ଦ୍ୱାରା ଦ୍ୱୀପ ଅଞ୍ଚଳର ବହୁ କ୍ଷୟକ୍ଷତି କରିଛି। ଫ୍ରାନ୍ସ ଟିଭିର ରିପୋର୍ଟ ଅନୁଯାୟୀ ଏହି ବିପର୍ଯ୍ୟୟରେ ଶହ ଶହ ଲୋକଙ୍କର ମୃତ୍ୟୁ ଘଟିଛି। ଅଧିକାରୀ ଜଣକ ଟିଭି ଚ୍ୟାନେଲ ମାୟୋଟେ ଲା ୧ଆରେରେ କହିଛନ୍ତି ଯେ ମୁଁ ଭାବୁଛି ଏହି ଘୂର୍ଣ୍ଣି ଝଡ଼ରେ ଶହ ଶହ ଲୋକଙ୍କର ମୃତ୍ୟୁ ଘଟିଛି, ବୋଧହୁଏ ଏହି ସଂଖ୍ୟା ପ୍ରାୟ ଏକ ହଜାର କିମ୍ବା ହଜାର ହଜାର ହୋଇପାରେ।
ଶନିବାରର ହୋଇଥିବା ଏହି ଘୂର୍ଣ୍ଣିଝଡ଼ ହେଉଛି ୯୦ ବର୍ଷ ମଧ୍ୟରେ ମାୟୋଟେକୁ ଆସିଥିବା ସବୁଠାରୁ ଭୟଙ୍କର ଘୂର୍ଣ୍ଣିଝଡ଼। ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ କହିଛନ୍ତି, ମୋର ଚିନ୍ତାଧାରା ମାୟୋଟେରେ ଥିବା ଆମ ଦେଶବାସୀଙ୍କ ସହ ଅଛି, ଯେଉଁମାନେ କିଛି ଘଣ୍ଟା ଅତି ଭୟଙ୍କର ବିପଦ ସହିଛନ୍ତି। କେତେକ ଲୋକ ସବୁକିଛି ହରାଇଛନ୍ତି, ଆହୁରି ଅନେକେ ପ୍ରାଣ ହରାଇଛନ୍ତି।
ଦକ୍ଷିଣ-ପୂର୍ବ ଭାରତ ମହାସାଗରରେ ଅବସ୍ଥିତ ମାୟୋଟ, ଫ୍ରାନ୍ସ ଏବଂ ୟୁରୋପୀୟ ୟୁନିଅନର ସବୁଠାରୁ ଗରିବ ଅଞ୍ଚଳ। ଏହି ଅଞ୍ଚଳରେ ବେଆଇନ ପ୍ରବାସୀଙ୍କ ସଂଖ୍ୟା ବହୁତ ଅଧିକ । ଏଥି ସହିତ, ଜନସଂଖ୍ୟାର ୭୫ପ୍ରତିଶତରୁ ଅଧିକ ଦାରିଦ୍ର ସୀମାରେଖା ତଳେ ବାସ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶରେ କେବେ ହେବ ନିର୍ବାଚନ ସୂଚନା ଦେଲେ ୟୁନୁସ ସରକାର

ଢାକା,୧୬।୧୨: ବାଂଲାଦେଶ ନିର୍ବାଚନକୁ ନେଇ ଏକ ବଡ ଅପଡେଟ ଆସିଛି। ନୋବେଲ ବିଜେତା ତଥା ମଧ୍ୟବର୍ତ୍ତୀକାଳୀନ ସରକାରର ମୁଖ୍ୟ ମହମ୍ମଦ ୟୁନୁସ ନିର୍ବାଚନ ସମ୍ପର୍କରେ ସୂଚନା...

ନୂଆବର୍ଷରେ ଭାରତକୁ ବଡ଼ ଉପହାର ଦେବେ ପୁଟିନ୍‌!

ନୂଆଦିଲ୍ଳୀ,୧୬।୧୨: ଭାରତ ଏବଂ ରୁଷିଆ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଆଜି ସମଗ୍ର ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରୁଷିଆ ରାଷ୍ଟ୍ରପତି...

ବାଂଲାଦେଶ ଏବେ କାଙ୍ଗାଳଦେଶ? ୟୁଟ୍ୟୁବରଙ୍କ ପ୍ରଶ୍ନରେ ରାଗିଗଲେ ପାକିସ୍ତାନୀ

ଇସଲାମାବାଦ,୧୬।୧୨: ଭାରତର ପଡୋଶୀ ଦେଶ ବାଂଲାଦେଶରେ ବର୍ତ୍ତମାନ ଅନେକ ଅଶାନ୍ତି ଦେଖାଦେଇଛି। ଯେଉଁଠାରେ ଶେଖ ହସିନାଙ୍କ ପତନ ପରେ ହିନ୍ଦୁମାନଙ୍କୁ ନିର୍ଯ୍ୟାତନା ଦିଆଯାଉଛି। ଏହି କାରଣରୁ...

ଚାଇନାର ନୂଆ ଅସ୍ତ୍ରକୁ ଦେଖି ବିଶ୍ୱ ଛାନିଆ, କ୍ଷଣକରେ ଶତ୍ରୁ ଦେଶର ସେନା ହେବେ ଦୃଷ୍ଟିହୀନ

ବେଜିଂ,୧୬।୧୨: ସୀମାରେ ଚାଇନାର ଘୃଣ୍ୟ କାର୍ଯ୍ୟକଳାପ ବିଷୟରେ ସମସ୍ତେ ଅବଗତ ଅଛନ୍ତି। ଏହାର ବିସ୍ତାର ନୀତି ଅନୁଯାୟୀ ପ୍ରାୟ ପ୍ରତ୍ୟେକ ପଡୋଶୀ ଦେଶ ସହିତ ସୀମା...

ପାକିସ୍ତାନରେ ପାଳନ ହେଲା ରାଜ କପୁରଙ୍କ ୧୦୦ତମ ଜୟନ୍ତି

ଇସଲାମାବାଦ,୧୫।୧୨: ଭେଟେରାନ ହିନ୍ଦୀ ସିନେମା ଅଭିନେତା ରାଜ କପୁରଙ୍କ କେବଳ ଭାରତରେ ନୁହେଁ ଆମ ପଡୋଶୀ ଦେଶ ପାକିସ୍ଥାନରେ ମଧ୍ୟ ପ୍ରଶଂସକ ଅଛନ୍ତି। ସମ୍ପ୍ରତି କପୁର...

ଡୋନାଲ୍ଡ ଟ୍ରମ୍ପଙ୍କୁ ନ୍ୟୁଜ ଚ୍ୟାନେଲ ଦେବ ୧୨୭ କୋଟି

ଓ୍ବାଶିଂଟନ,୧୫।୧୨: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଭୁଲ ମନ୍ତବ୍ୟ ଦେବା ଏବିସି ନ୍ୟୁଜକୁ ମହଙ୍ଗା ପଡିଛି। ବର୍ତ୍ତମାନ ଚ୍ୟାନେଲକୁ ୧୫ମିଲିୟନ ଆମେରିକୀୟ...

ମହଙ୍ଗା ପଡିଲା ହିଜାବ ନ ପିନ୍ଧି ଷ୍ଟେଜରେ ପରଫର୍ମ କରିବା

ତେହେରାନ,୧୫।୧୨: ହିଜାବ ନ ପିନ୍ଧି କନ୍ସର୍ଟରେ ପ୍ରଦର୍ଶନ ପାଇଁ ଇରାନରେ ଜଣେ ୟୁଟ୍ୟୁବ ଗାୟିକା ଗିରଫ ହୋଇଛନ୍ତି। ୟୁଟ୍ୟୁବରେ ଏକ ଭର୍ଚୁଆଲ କନ୍ସର୍ଟ କରିଥିବା ଜଣେ...

ବାଂଲାଦେଶରୁ କେମିତି ହଠାତ୍‌ ନିଖୋଜ ହୋଇଗଲେ ୩୫୦୦ ଲୋକ

ଢାକା,୧୫।୧୨: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କରିଥିବା ତଦନ୍ତ କମିଶନ ମଧ୍ୟବର୍ତ୍ତୀକାଳୀନ ରିପୋର୍ଟରେ କହିଛନ୍ତି ଯେ ଲୋକଙ୍କ ନିଖୋଜ ଘଟଣାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri