ଆକାଶରେ ଉଡ଼ିଲା କାର

ଇସ୍ତାନବୁଲ, ୧୨।୨: ତୁର୍କୀର ପୂର୍ବାଞ୍ଚଳର  ଇଜମିରରେ ଟର୍ନାଡୋର କରାଳ ରୂପ ଦେଖିବାକୁ ମିଳିଛି। ମଧ୍ୟରାତ୍ରରେ ଆସିଥିବା ଟର୍ନାଡୋ ଯୋଗୁ ଆଖପାଖ ଅଞ୍ଚଳରେ କାର, ଗଛ ଉଡ଼ୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହି ଘଟଣାରେ ବହୁ ବିଲ୍ଡିଂର ଛାତ ଭୁଷୁଡ଼ି ପଡ଼ିଥିବାବେଳେ ୧୬ ଜଣ ଆହତ ହୋଇଥିବା ତୁର୍କୀ ଅଫିସିଆଲଙ୍କ ପକ୍ଷରୁ କୁହାଯାଇଛି।

ଟର୍ନାଡୋର ଏଭଳି ରୂପ ପୂର୍ବ ଦେଶ ଗୁଡ଼ିକରେ କିମ୍ବା ଲାଟିନ ଆମେରିକାରେ ଦେଖିବାକୁ ମିଳେ। କିନ୍ତୁ ଜଳବାୟୁରେ ପରିବର୍ତ୍ତନ ଯୋଗୁ ଏଭଳି ପ୍ରାକୃତିକ ବିପର୍ଯ୍ୟୟ ଆମଠାରୁ ଦୂରରେ ନୁହେଁ ବୋଲି ଇଜମିର ମେୟର ଟଙ୍କ ସୋୟର କହିଛନ୍ତି।

Share