Posted inଜାତୀୟ

ଉତ୍ତର ଭାରତରେ ବର୍ଷା ବିଭୀଷିକା: ୩୪ ମୃତ

ନୂଆଦିଲ୍ଲୀ/ଶିମ୍‌ଲା, ୧୧ା୭: ଦିଲ୍ଲୀ, ହିମାଚଳପ୍ରଦେଶ, ଉତ୍ତରାଖଣ୍ଡ, ଜମ୍ମୁ-କଶ୍ମୀର ସମେତ ସାରା ଉତ୍ତର ଭାରତରେ ୩ ଦିନ ହେଲା ପ୍ରବଳ ବର୍ଷା ଲାଗିରହିଥିବାବେଳେ ଏପର୍ଯ୍ୟନ୍ତ ୩୪ ଜଣଙ୍କ ଜୀବନ ଗଲାଣି। ବିଭିନ୍ନ ସହର ଜଳାର୍ଣ୍ଣବ ହେବା ସହ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଥିବାରୁ ଟ୍ରାଫିକ ସମସ୍ୟା ଗମ୍ଭୀର ହୋଇଛି। ବିଭିନ୍ନ ନଦୀରେ ବନ୍ୟା ଆସିଛି। ବର୍ଷାରେ ପାର୍ବତ୍ୟାଞ୍ଚଳ ରାଜ୍ୟ ହିମାଚଳପ୍ରଦେଶ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ଏଠାରେ ୩ ଦିନରେ ୨୦ ଜଣଙ୍କ ଜୀବନ ଯିବା ସହ ୪୦୦ରୁ ଊର୍ଦ୍ଧ୍ୱ ପର୍ଯ୍ୟଟକ ବିଭିନ୍ନ ସ୍ଥାନରେ ଅଟକି ରହିଛନ୍ତି। ହିମାଚଳପ୍ରଦେଶରେ ବାଦଲଫଟା ବର୍ଷା ଯୋଗୁ ୩,୦୦୦ କୋଟିରୁ ଊର୍ଦ୍ଧ୍ୱ କ୍ଷତି ହୋଇଛି। ଗତ ୫୦ ବର୍ଷ ମଧ୍ୟରେ ରାଜ୍ୟରେ ଏଭଳି ବର୍ଷା ହୋଇ ନ ଥିଲା ବୋଲି ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ କହିଛନ୍ତି। ଲଗାଣ ବର୍ଷା ଓ ଭୂସ୍ଖଳନ ଯୋଗୁ ଅନେକ ଘର ଭାଙ୍ଗିବା ସହ ସାଧାରଣ ଜୀବନଯାତ୍ରା ଅଚଳ ହୋଇଯାଇଛି। ମନାଲି, କୁଲ୍ଲୁ, କିନ୍ନଉର ଏବଂ ଚାମ୍ବାରେ ଆକସ୍ମିକ ବନ୍ୟା ଆସି କେତେକ ଗାଡ଼ି ଓ ଦୋକାନ ଭାସିଯାଇଛି। ରାବି, ବେଆସ୍‌, ଚେନାବ, ସ୍ବାନ୍‌ ଆଦି ନଦୀରେ ବନ୍ୟା ଆସିଛି। ଲୋକମାନଙ୍କୁ ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ଘରେ ରହିବା ପାଇଁ ମୁଖ୍ୟମନ୍ତ୍ରୀ ସୁଖୁ ନିବେଦନ କରିଛନ୍ତି। ହିମାଚଳପ୍ରଦେଶରେ ଦୁଇ ସପ୍ତାହ ମଧ୍ୟରେ ମୌସୁମୀ ବର୍ଷା ବିତ୍ପାତରେ ମୋଟ ୭୨ ଜଣଙ୍କ ମୃତ୍ୟୁ ଘଟିବା ସହ ୮ ଜଣ ନିଖୋଜ ଥିବା କୁହାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବରିଷ୍ଠ ମନ୍ତ୍ରୀ ଓ ଅଧିକାରୀମାନଙ୍କ ସହ କଥା ହୋଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ସ୍ଥାନୀୟ ପ୍ରଶାସନ, ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (ଏନ୍‌ଡିଆର୍‌ଏଫ୍‌) ଏବଂ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବଳ (ଏସ୍‌ଡିଆର୍‌ଏଫ୍‌) ଟିମ୍‌ଗୁଡ଼ିକ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଓ ସହାୟତା କାର୍ଯ୍ୟରେ ନିୟୋଜିତ ଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।
ଉତ୍ତରାଖଣ୍ଡରେ ମଧ୍ୟ ଆକସ୍ମିକ ବନ୍ୟା ଓ ଭୂସ୍ଖଳନ ଯୋଗୁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ବିଭିନ୍ନ ନଦୀର ଜଳସ୍ତର ବିପଦ ସଙ୍କେତ ଅତିକ୍ରମ କରିଛି। ଲଗାଣ ବର୍ଷା ଯୋଗୁ ରାସ୍ତାରେ ପାଣି ଜମିରହିଥିବାରୁ ସୋମବାର ଦିଲ୍ଲୀ ଓ ଗୁରୁଗ୍ରାମରେ ସ୍କୁଲଗୁଡ଼ିକ ବନ୍ଦ ରହିଥିଲା। ଟ୍ରାଫିକ ଜାମ ଯୋଗୁ କର୍ପୋରେଟ ହାଉସ୍‌ଗୁଡ଼ିକ ସେମାନଙ୍କ କର୍ମଚାରୀମାନଙ୍କୁ ଘରେ ରହି କାମ କରିବାକୁ ପରାମର୍ଶ ଦେଇଛନ୍ତି। ହରିୟାଣା ହାଥନିକୁଣ୍ଡ ବ୍ୟାରେଜ୍‌ରୁ ଯମୁନା ନଦୀକୁ ଲକ୍ଷେ କ୍ୟୁସେକ୍‌ରୁ ଅଧିକ ଜଳ ନିଷ୍କାସନ କରିବାରୁ ଦିଲ୍ଲୀ ସରକାର ବନ୍ୟା ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ଏଥିପାଇଁ ୧୬ଟି କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି। ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲ ଉଚ୍ଚସ୍ତରୀୟ ବୈଠକରେ ବନ୍ୟା ସ୍ଥିତିକୁ ନେଇ ଆଲୋଚନା କରିଛନ୍ତି। ଯମୁନାର ଜଳସ୍ତର ବିପଦ ସଙ୍କେତ ଟପିଲେ ନଦୀ କୂଳବର୍ତ୍ତୀ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ ବୋଲି ସେ କହିଛନ୍ତି।
ଜମ୍ମୁ-କଶ୍ମୀରର କଠୁଆ ଓ ସାମ୍ବା ଜିଲାରେ ରେଡ୍‌ ଆଲର୍ଟ ଜାରି ହୋଇଛି। ରାଜସ୍ଥାନ, ପଞ୍ଜାବ ଓ ହରିୟାଣାରେ ପ୍ରବଳ ବର୍ଷା ଯୋଗୁ ଖାଲୁଆ ଅଞ୍ଚଳଗୁଡ଼ିକ ଜଳାର୍ଣ୍ଣବ ହୋଇଛି। ଲଗାଣ ବର୍ଷା ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ରାଜ୍ୟଗୁଡ଼ିକୁ ପିଏମ୍‌ କେୟାର ପାଣ୍ଠିରୁ ଅତିରିକ୍ତ ସହାୟତା ଯୋଗାଇଦେବା ଲାଗି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ କେନ୍ଦ୍ର ସରକାରଙ୍କୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ରୋଡ ଶୋ’ରେ ସାମିଲ ହେଲେ ସ୍ପେନ ପ୍ରଧାନମନ୍ତ୍ରୀ

ଭଦୋଦରା,୨୮।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଗୁଜୁରାଟ ଗସ୍ତରେ ଯାଇଛନ୍ତି। ଯେଉଁଠାରେ ସେ ରାଜ୍ୟ ତଥା ଦେଶକୁ କୋଟି କୋଟି ଟଙ୍କା ମୂଲ୍ୟର ଉପହାର ଦେବେ।...

ଦୁନିଆ ଦେଖିବ ଟାଟାର ଦମ୍‌, ରତନ ଟାଟାଙ୍କୁ ମନେ ପକାଇ ମୋଦି କହିଲେ…

ନୂଆଦିଲ୍ଲୀ,୨୮ା୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ପେନ୍‌ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ ମିଳିତ ଭାବେ ଭଦୋଦରାସ୍ଥିତ ଟାଟା ଆଡଭାନ୍ସ ସିଷ୍ଟମ ଲିମିଟେଡ୍‌ (TASL) କ୍ୟାମ୍ପସ୍‌ରେ C-295...

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଆସନ୍ତାବର୍ଷରୁ ଆରମ୍ଭ ହେବ ଜନଗଣନା, ଏଥିରେ ଆସିବ ଏପରି ପରିବର୍ତ୍ତନ

ନୂଆଦିଲ୍ଲୀ,୨୮ା୧୦: କେନ୍ଦ୍ର ସରକାରଙ୍କ ପକ୍ଷରୁ ଜନଗଣନା ସମ୍ପର୍କରେ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ଆସନ୍ତାବର୍ଷଠାରୁ ଦେଶରେ ଜନଗଣନା ଆରମ୍ଭ ହୋଇପାରେ ବୋଲି ସୂତ୍ରରୁ ପ୍ରକାଶ। ଜନଗଣନା...

୪ ମାସ ତଳେ ମାରି ପୋତି ଦେଇଥିଲେ ଜିମ୍‌ ଟ୍ରେନର

ନୂଆଦଲ୍ଲୀ,୨୮।୧୦: ଉତ୍ତରପ୍ରଦେଶର କାନପୁର ଜିଲାପାଳଙ୍କ ବଙ୍ଗଳା ନିକଟରୁ ଜଣେ ମହିଳାଙ୍କ ମୃତଦେହ ମିଳିଛି। ମହିଳା ଜଣକ ୪ ମାସ ହେଲା ନିଖୋଜ ଥିଲେ। ତାଙ୍କୁ ହତ୍ୟା...

ଇନ୍ଦୋର-ରତଲାମ ଟ୍ରେନ୍‌ରେ ଲାଗିଲା ନିଆଁ

ଇନ୍ଦୋର,୨୭ା୧୦: ମଧ୍ୟପ୍ରଦେଶର ରତଲାମ ଜିଲାରେ ରବିବାର ସନ୍ଧ୍ୟାରେ ଏକ ଡିଜେଲ ଇଲେକ୍ଟ୍ରିକାଲ୍‌ ମଲ୍ଟିପ୍ଲ ୟୁନିଟ୍‌ (ଡେମୁ) ଟ୍ରେନ୍‌ର ଇଞ୍ଜିନ୍‌ରେ ନିଆଁ ଲାଗିଯାଇଛି। ନିଆଁକୁ ତୁରନ୍ତ ଆୟତ୍ତ...

ପ୍ରଥମ ରାଲିରେ ଦମ୍ଭୋକ୍ତି ଦେଖାଇଲେ ବିଜୟ; ଜାଣନ୍ତୁ କାହାକୁ କରିବେ ସମର୍ଥନ

ଚେନ୍ନାଇ,୨୭।୧୦: ଅଭିନୟରୁ ରାଜନୀତିରେ ପ୍ରବେଶ କରିଥିବା ତାମିଲନାଡୁର ଚର୍ଚ୍ଚିତ ଅଭିନେତା ଥାଲପଥି ବିଜୟ ରବିବାର ପ୍ରଥମ ରାଜନୈତିକ ରାଲିକୁ ସମ୍ବୋଧନ କରିଛନ୍ତି। ଏଠାରେ ସେ ନିଜ...

ପଶ୍ଚିମବଙ୍ଗ ପାଇଁ ମମତା ବାନାର୍ଜୀ କରିଛନ୍ତି କ’ଣ? ଅମିତ ଶାହାଙ୍କ ଏପରି ପ୍ରଶ୍ନରେ…

ନୂଆଦିଲ୍ଲୀ/କୋଲକାତା,୨୭ା୧୦: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରବିବାର ବାଂଲାଦେଶରୁ ବେଆଇନ ଅନୁପ୍ରବେଶ ସମ୍ପର୍କରେ କହିଛନ୍ତି ଯେ, ଏଠାରେ ଅନୁପ୍ରବେଶ ବନ୍ଦ ହେଲେ ପଶ୍ଚିମବଙ୍ଗରେ ଶାନ୍ତି...

ବିମାନ ପରେ ଏବେ ନାମୀଦାମୀ ହୋଟେଲକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ, ତାଲିକାରେ ରହିଛି ଏସବୁ…

ନୂଆଦିଲ୍ଲୀ/କୋଲକାତା,୨୭ା୧୦: ବିମାନ ପରେ ଏବେ ବିଭିନ୍ନ ନାମୀଦାମୀ ହୋଟେଲକୁ ମିଳିଛି ବୋମା ଧମକ। ୪ ରାଜ୍ୟର ୨୫ରୁ ଅଧିକ ହୋଟେଲକୁ ଏହି ଧମକ ମିଳିଛି। ଗୁଜରାଟ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri