ଲଗାଣ ବର୍ଷାରେ କାଙ୍ଗୁରକୋଣ୍ଡା ପୋଲ ବୁଡ଼ିଲା: ୩୨୬ ଜାତୀୟ ରାଜପଥରେ ଯାତାୟତ ଠପ୍‌

ମାଲକାନଗିରି,୨୬।୭(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଠାରୁ ମୋଟୁ ଯିବା ୩୨୬ ନମ୍ବର ଜାତୀୟ ରାଜ ପଥ କାଙ୍ଗୁରୁକୋଣ୍ଡାଠାରେ ଲଗାଣ ବର୍ଷାରେ ପୋଲ ଉପରେ ୩ ଫୁଟର ଜଳ ପ୍ରବାହିତ ହେଉଛି। ଯାହା ଫଳରେ ଉଭୟ ପଟରେ ଶତାଧିକ ଜାନବାହାନ ଅଟକି ରହିଛି । ହାଇଦ୍ରାବାଦରୁ ମୋଟୁ ଦେଇ ଓଡ଼ିଶାକୁ ଆସୁଥିବା ଯାତ୍ରୀବାହୀ ବସଗୁଡିକ ଅଟକି ଥିବାରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିପରି ଭୁବନେଶ୍ୱରରୁ ମାଲକାନଗିରି କାଲିମେଳା ବସ୍‌ ଗୁଡିକ ମଧ୍ୟ ଅଟକି ରହିଛି । ପୋଲିସ ତରଫରୁ ଉଭୟ ପଟେ ବ୍ୟାରିକେଟ୍‌ କରାଯାଇ କୌଣସି ଜାନବାହାନକୁ ଛଡାଯାଉ ନାହିଁ।