Categories: ଜାତୀୟ

ମାସିକ ଫି’ ନ ଦେବାରୁ ନିର୍ଯାତନା

ଥିରୁଭାନନ୍ତପୁରମ୍‌,୨୬।୮: ସ୍କୁଲର ମାସିକ ଟ୍ୟୁଶନ ଫି’ ନେବାରୁ ଜଣେ ଛାତ୍ରଙ୍କୁ ତଳେ ବସି ପରୀକ୍ଷା ଦେବାକୁ ସ୍କୁଲ କର୍ତ୍ତୃପକ୍ଷ ବାଧ୍ୟ କରିଥିବା ଅଭିଯୋଗ ହୋଇଛି। କେରଳର ଏକ ଘରୋଇ ସ୍କୁଲରେ ଶୁକ୍ରବାର ଏଭଳି ଘଟଣା ଘଟିଛି। ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ତାଙ୍କ ପୁଅ ସପ୍ତମ ଶ୍ରେଣୀରେ ପଢ଼ୁଥିବାବେଳେ କୌଣସି କାରଣରୁ ମାସିକ ଫି’ଦେବାରେ ବିଳମ୍ବ ହୋଇଥିଲା। ତେଣୁ ସ୍କୁଲ ଅଧ୍ୟକ୍ଷ ପରୀକ୍ଷାରେ ତାଙ୍କ ପୁଅକୁ ତଳେ ବସି ପରୀକ୍ଷା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଛାତ୍ରଙ୍କ କହିବା ଅନୁସାରେ ଶୁକ୍ରବାର ମାସିକ ପରୀକ୍ଷା ଚାଲଥିବାବେଳେ ଅଧ୍ୟକ୍ଷ ଶ୍ରେଣୀ କକ୍ଷକୁ ଆସି ଯେଉଁମାନେ ମାସିକ ଫି’ ଦେଇନାହାନ୍ତି, ସେମାନେ ଠିଆ ହେବାପାଇଁ କହିଥିଲେ। ଏହାପରେ ମୁଁ ଠିଆ ହେବାରୁ ସେ ମୋତେ ତଳେ ବସି ପରୀକ୍ଷା ଦେବାକୁ କହିଥିଲେ। ଫଳରେ ସାଙ୍ଗମାନଙ୍କ ସାମ୍ନାରେ ମୋତେ ଲଜ୍ଜିତ ହେବାକୁ ପଡ଼ିଥିଲା। ଅପରପକ୍ଷେ ସ୍କୁଲ ପରିଚାଳନା କମିଟି ଛାତ୍ରଙ୍କ ବାପାଙ୍କ ସହ କଥାବାର୍ତ୍ତା ପରେ ଏହି ମାମଲାର ସମାଧାନ ହୋଇଥିବା ଜଣାପଡ଼ିଛି।

Share