ତୋସାଖାନା ଦୁର୍ନୀତି: ୨୮ରେ ହେବ ଶୁଣାଣି

ଇସଲାମବାଦ,୨୫।୮: ତୋସାଖାନା ଦୁର୍ନୀତି ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅଡୁଆ ଦିନକୁ ଦିନ ବଢିବାରେ ଲାଗିଛି। ଶୁକ୍ରବାର ଆବେଦନ ଉପରେ ଶୁଣାଣି କରି ପାକିସ୍ତାନ ହାଇକୋର୍ଟ ୨୮ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି।

ହାଇକୋର୍ଟ ଜଷ୍ଟିସ ଆମୀର ଫାରୁକ ଏବଂ ଜଷ୍ଟିସ ତାରିକ ମେହମୁଦ ଜାହାଙ୍ଗିରିଙ୍କ ବେଞ୍ଚ ଅଧ୍ୟକ୍ଷତା କରିଥିଲେ। ତେବେ ଶୁଣାଣିରେ ଇମ୍ରାନ ଅସୁସ୍ଥ ଥିବାରୁ ଉପସ୍ଥିତ ହୋଇପାରି ନ ଥିଲେ। ତାଙ୍କ ଦଳର ଜଣେ ସଦସ୍ୟ ଏହା ବିଷୟରେ କୋର୍ଟଙ୍କୁ ସୂଚନା ଦେଇଥିଲେ। ଏନେଇ କୋର୍ଟ ଶୁଣାଣିକୁ ୨୮ ଅଗଷ୍ଟ ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲା।

Share