ନୂଆଦିଲ୍ଲୀ,୧୫।୫: ଋଣଭାରରେ ବୁଡ଼ି ରହିଥିବା ଫ୍ୟୁଚର ରିଟେଲ ଗ୍ରୁପ୍ର ମୁଖ୍ୟ ବିତ୍ତୀୟ ଅଧିକାରୀ (ସିଏଫ୍ଓ) ସି.ପି. ତୋଷନୀଓ୍ବାଲ କମ୍ପାନୀରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫା ମେ’ ୧୨ରୁ କାର୍ଯ୍ୟକାରୀ ହୋଇଛି। ତୋଷନୀଓ୍ବାଲଙ୍କ ପୂର୍ବରୁ କମ୍ପାନୀର ଅନେକ ବରିଷ୍ଠ ଅଧିକାରୀ ଇସ୍ତଫା ଦେଇସାରିଛନ୍ତି। ଗତ ମାସରେ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ଫ୍ୟୁଚର ରିଟେଲ ସହିତ ହେବାକୁ ଥିବା ୨୪,୭୧୩ କୋଟି ଟଙ୍କାର କାରବାରକୁ ରଦ୍ଦ କରିଦିଆଯାଇଥିଲା। ଏହାପରେ କମ୍ପାନୀର ଅନେକ ଅଧିକାରୀ ଏବଂ ସଚିବ ଇସ୍ତଫା ଦେବା ଆରମ୍ଭ କରିଥିଲେ। ରିଲାଏନ୍ସ ଇଣ୍ଡଷ୍ଟ୍ରିର ଶେୟାରହୋଲ୍ଡରମାନେ ଫ୍ୟୁଚର ରିଟେଲ ସହ କାରବାର ବିପକ୍ଷରେ ମତଦାନ କରିବା ଦ୍ୱାରା ଏଭଳି ହୋଇଥିଲା। ସିଏଫ୍ଓ ତୋଷନୀଓ୍ବାଲ ମେ’ ୧୨ରେ କାର୍ଯ୍ୟକାଳ ଶେଷ ହେଉଥିବା ସମ୍ପର୍କରେ ଇସ୍ତଫାପତ୍ରରେ ଉଲ୍ଲେଖ କରିଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।