ଟସ୍‌ ଜିତିଲା ଜିଟି, ବୋଲିଂ ନିଷ୍ପତ୍ତି…

କୋଲକାତା, ୨୪।୫ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ରେ ମଙ୍ଗଳବାର ଗୁଜରାଟ ଟାଇଟନ୍ସ(ଜିଟି) ରାଜସ୍ଥାନ ରୟାଲର୍‌ସ(ଆର୍‌ଆର୍‌) ବିପକ୍ଷରେ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ପଶ୍ଚିମବଙ୍ଗର କୋଲକାତାସ୍ଥିତ ଇଡେନ୍‌ ଗାର୍ଡେନ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଜିଟି ଟିମ୍‌ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ ଜିଣିବା ପରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଆର୍‌ଆର୍‌ ଅଧିନାୟକ ସଞ୍ଜୁ ସାମସନଙ୍କ ନେତୃତ୍ୱରେ ବ୍ୟାଟିଂ ଆରମ୍ଭ କରିଛି।

ଆର୍‌ଆର୍‌ ଟିମ୍‌ରେ ଜୋସ ବଟଲର୍‌, ଯଶସ୍ବ ଜୟସୱାଲ, ସଞ୍ଜୁ ସାମସନ (ଓ୍ବିକେଟ କିପର ଏବଂ ଅଧିନାୟକ), ଦେବଦତ୍ତ ପାଦିକ୍କାଲ, ଶିମରୋନ ହେଟମିୟର, ରିୟାନ ପାରାଗ, ରବିଚନ୍ଦ୍ରନ ଅଶ୍ୱିନ, ୟୁଜଭେନ୍ଦ୍ର ଚହଲ, ଟ୍ରେଣ୍ଟ ବୋଲ୍ଟ, ନବଦୀପ ସୈନି, ପ୍ରସିଦ୍ଧ କୃଷ୍ଣା ପ୍ରମୁଖ ଖେଳୁଛନ୍ତି।

ସେହିପରି ଜିଟି ଟିମ୍‌ରେ ରିଦ୍ଧିମାନ ସାହା (ଓ୍ବିକେଟ କିପର), ଶୁବମାନ ଗିଲ, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଅଭିନାଭ ମନୋହର, ଡେଭିଡ ମିଲର, ରାହୁଲ ଟିୱାଟିଆ, ରସିଦ ଖାନ, ଅଲଜାରି ଜୋସେଫ, ଲକି ଫର୍ଗୁସନ, ୟଶ ଦିନଲ, ମହମ୍ମଦ ଶାମି ଖେଳୁଛନ୍ତି।

Share