ଟସ୍‌ ଜିତିଲା କେକେଆର, ବ୍ୟାଟିଂ ନିଷ୍ପତ୍ତି…

ମୁମ୍ବାଇ, ୧୪।୫: ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୬୧ତମ ମ୍ୟାଚ୍‌ରେ ଶନିବାର କୋଲକାତା ନାଇଟ୍‌ ରାଇଡର୍ସ୍‌(କେକେଆର) ସନ୍‌ ରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ବିପକ୍ଷରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ମହାରାଷ୍ଟ୍ର ପୁଣେର କ୍ରିକେଟ ଆସୋସିଏଶନ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ କେକେଆର୍‌ ଅଧିନାୟକ ଶ୍ରେୟାସ ଆୟର ଟସ ଜିଣିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏସ୍‌ଆର୍‌ଏଚ୍‌ ଅଧିନାୟକ କେନ ୱିଲିୟମସନଙ୍କ ନେତୃତ୍ୱରେ ଟିମ୍‌ ବୋଲିଂ ଆରମ୍ଭ କରିଛି।

ଏସ୍‌ଆର୍‌ଏଚ୍‌ ଟିମ୍‌ରେ କେନ ୱିଲିୟମସନ (କ୍ୟାପଟେନ), ଅଭିଷେକ ଶର୍ମା, ରାହୁଲ ତ୍ରିପାଠୀ, ଆଡେନ ମାର୍କ୍ରାମ, ନିକୋଲାସ ପୁରାନ (ଓ୍ବିକେଟ କିପର), ଶଶାଙ୍କ ସିଂ, ଜେ ସୁଚିଟ, ଶ୍ରେୟାସ ଗୋପାଳ, ଭୁବନେଶ୍ୱର କୁମାର, ମାର୍କୋ ୟାନସେନ, ଟି ନାଟାରାଜନ, ଉମରନ ମଲିକ ପ୍ରମୁଖ ଖେଳୁଛନ୍ତି।

ସେହିପରି କେକେଆର ଟିମ୍‌ରେ ଭେଙ୍କଟେଶ ଆୟର, ସୁନୀଲ ନାରିନ, ଶ୍ରେୟାସ ଆୟର (ଅଧିନାୟକ), ନୀତୀଶ ରାଣା, ସାମ ବିଲିଙ୍ଗସ (ଓ୍ବିକେଟ କିପର), ରିଙ୍କୁ ସିଂ, ଆଣ୍ଡ୍ରେ ରସେଲ, ଟିମ ସାଉଥୀ, ଶିବମ ମାଭି, ଉମେଶ ଯାଦବ, ବରୁଣ ଚକ୍ରବର୍ତ୍ତୀ ପ୍ରମୁଖ ଖେଳୁଛନ୍ତି।

Share