ଟସ୍‌ ଜିତିଲା ଏଲ୍‌ଏସ୍‌ଜି, ବୋଲିଂ ନିଷ୍ପତ୍ତି…

ମୁମ୍ବାଇ, ୧୯।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୩୧ ତମ ମ୍ୟାଚ୍‌ରେ ମଙ୍ଗଳବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ବିପକ୍ଷରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍‌(ଏଲ୍‌ଏସ୍‌ଜି) ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମହାରାଷ୍ଟ୍ର ମୁମ୍ବାଇର ଡ. ଡି.ଓ୍ବାଇ. ପାଟିଲ ସ୍ପୋର୍ଟସ ଏକାଡେମୀ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଏଲ୍‌ଏସ୍‌ଜି ଅଧିନାୟକ କେ.ଏଲ୍‌. ରାହୁଲ ଟସ ଜିଣିବା ପରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଆର୍‌ସିବି ଅଧିନାୟକ ଫାଫ୍‌ ଡୁ ପ୍ଲେସିସ୍‌ଙ୍କ ନେତୃତ୍ୱରେ ଟିମ୍‌ ବ୍ୟାଟିଂ ଆରମ୍ଭ କରିଛି।
ଏଲ୍‌ଏସ୍‌ଜି ଟିମ୍‌ରେ କେ.ଏଲ୍‌. ରାହୁଲ (ଅଧିନାୟକ), କ୍ୱିଣ୍ଟନ ଡି କକ (ଓ୍ବିକେଟ୍‌ କୁମାର), ମନୀଷ ପାଣ୍ଡେ, ଦୀପକ ହୁଡା, ମାର୍କସ ଷ୍ଟୋନିସ, ଆୟୁଷ ବାଡୋନି, ଜାସନ ହୋଲ୍ଡର, କ୍ରୁନାଲ ପାଣ୍ଡ୍ୟା, ଦୁଷ୍ମାନଥା ଚାମିରା, ଆଭେଶ ଖାନ, ରବି ବିଷ୍ଣୁ ପ୍ରମୁଖ ଖେଳୁଛନ୍ତି।

ସେହିପରି ଆରସିବି ପକ୍ଷରୁ ଫାଫ ଡୁ ପ୍ଲେସିସ (ଅଧିନାୟକ), ଅନୁଜ ରାୱତ, ବିରାଟ କୋହଲି, ଗ୍ଲେନ ମ୍ୟାକ୍ସୱେଲ, ଦୀନେଶ କାର୍ତ୍ତିକ, ଶାହବାଜ ଅହମ୍ମଦ, ସୁୟାଶ ପ୍ରଭାସାଇ, ଭାନିନ୍ଦୁ ହସରାଙ୍ଗା, ଜୋଶ ହାଜଲେଉଡ, ହର୍ଷଲ ପଟେଲ, ମହମ୍ମଦ ସିରାଜ ପ୍ରମୁଖ ଖେଳୁଛନ୍ତି।

 

Share