Categories: ଜାତୀୟ

୪୦୦୧ ବିଧାୟକଙ୍କ ମୋଟ ସମ୍ପତ୍ତି ୫୪୫୪୫ କୋଟି, ୩ ରାଜ୍ୟର ବାର୍ଷିକ ବଜେଟଠାରୁ ଅଧିକ: ଏଡିଆର ରିପୋର୍ଟ…

ନୂଆଦିଲ୍ଲୀ,୧।୮ : ଦେଶର ୪୦୦୧ ସିଟିଂ ବିଧାୟକଙ୍କ ମୋଟ ସମ୍ପତ୍ତି ୫୪୫୪୫ କୋଟି ଟଙ୍କା ରହିଛି, ଯାହା ୨୦୨୩-୨୪ ପାଇଁ ନାଗାଲାଣ୍ଡ, ମିଜୋରାମ ଏବଂ ସିକ୍କିମ ଆଦି ୩ ରାଜ୍ୟର ମିଳିତ ବାର୍ଷିକ ବଜେଟ ଠାରୁ ଅଧିକ। ଯାହା ୪୯,୧୦୩ କୋଟି ଟଙ୍କା ଅଟେ। ୨୦୨୩-୨୪ପାଇଁ ନାଗାଲାଣ୍ଡର ବାର୍ଷିକ ବଜେଟ ହେଉଛି ୨୩,୦୮୬ କୋଟି, ମିଜୋରାମର ୧୪,୨୧୦ କୋଟି ଏବଂ ସିକ୍କିମର ୧୧,୮୦୭ କୋଟି ଟଙ୍କା।

ଆସୋସିଏଶନ ଫର ଡେମୋକ୍ରାଟିକ ରିଫର୍ମସ (ଏଡିଆର) ଏବଂ ନ୍ୟାଶନାଲ ଇଲେକ୍ସନ ୱାଚର ଏକ ରିପୋର୍ଟରେ ଏହା ପ୍ରକାଶ ପାଇଛି। ଗତ ର୍ନିବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପୂର୍ବରୁ ବିଧାୟକଙ୍କ ଦ୍ୱାରା ଦାଖଲ ହୋଇଥିବା ଆଫିଡେଭିଟରୁ ତଥ୍ୟ ବାହାର କରାଯାଇଛି।

ରିପୋର୍ଟରେ କୁହାଯାଇଛି ମୋଟ ୪୦୩୩ ବିଧାୟକଙ୍କ ମଧ୍ୟରୁ ୪୦୦୧ଙ୍କର ଆଫିଡେଭିଟ ବିଶ୍ଳେଷଣ କରାଯାଇଛି। ଏଥିରେ କୁହାଯାଇଛି ୮୪ଟି ରାଜନୈତିକ ଦଳ ଏବଂ ସ୍ବାଧୀନ ବିଧାୟକଙ୍କର ହାରାହାରି ସମ୍ପତ୍ତି ହେଉଛି ୧୩.୬୩ କୋଟି ଟଙ୍କା।

Share