ଭୁବନେଶ୍ୱର,୨।୮(ବ୍ୟୁରୋ): ଦିନକୁ ଦିନ ଗଞ୍ଜାମର ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। କରୋନା ସଂକ୍ରମଣ ଚିହ୍ନଟ ହେବାଠାରୁ ଆରମ୍ଭ କରି ମୃତକଙ୍କ ସଂଖ୍ୟାରେ ଜିଲା ସର୍ବାଗ୍ରେ ରହିଛି। ଇତି ମଧ୍ୟରେ ଜିଲାରେ ମୋଟ ୧୦୯୯୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧୦୦ ଟପିଛି। ରବିବାର ଆଉ ୪ଜଣଙ୍କ ମୃତ୍ୟୁ ହେବା ପରେ ଜିଲାରେ ମୃତ୍ୟୁ ସଂଖ୍ୟା ୧୦୩କୁ ବୃଦ୍ଧି ପାଇଛି। ସେହିଭଳି ଅନ୍ୟ ରୋଗରେ ୬ଜଣଙ୍କ ମୃତ୍ୟୁ ଘଟିଛି।
ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୪,୯୧୩ ହୋଇଥିବା ବେଳେ ଗଞ୍ଜାମର ୧୦,୯୯୨ ରହିଛି। ସେଥିରୁ ୭୪୮୧ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩୪୦୪ ଆକ୍ଟିଭ୍ କେସ୍ ରହିଛି।