ସ୍ତ୍ରୀ ହେମାଙ୍କଠାରୁ ଅଧିକ ସମ୍ପତ୍ତିର ମାଲିକ ଧର୍ମେନ୍ଦ୍ର

ବମ୍ବେ: ଡ୍ରିମ୍‌ଗର୍ଲ ହେମା ମାଳିନୀକୁ କୌଣସି ପରିଚୟ ଲୋଡାନାହିଁ। ଅଭିନୟ ସାଙ୍ଗକୁ ନୃତ୍ୟରେ ପ୍ରଶଂସକଙ୍କୁ ବାନ୍ଧି ରଖୁଥିବା ହେମା ରାଜନୀତିରେ ମଧ୍ୟ ବେଶ୍‌ ସକ୍ରିୟ। ଏବେ ପରିବାର ସହ କାମକୁ ସେ ବେଶ୍‌ ଭଲ ଭାବେ ସମ୍ଭାଳି ଆସୁଛନ୍ତି । ୭୨ ବଷୀୟ ହେମା ନିଜର ଫିଟ୍‌ନେସ୍‌କୁ ଗୁରୁତ୍ୱ ମଧ୍ୟ ଦେଇଥାନ୍ତି। ତାଙ୍କର ଦୈନିକ ଜୀବନଚର୍ଯ୍ୟାଠାରୁ ଆରମ୍ଭ କରି ଲାଇଫ୍‌ ଲକ୍ଜୁରୀ ପର୍ଯ୍ୟନ୍ତ ସବୁକିଛି ପୂର୍ବ ନିର୍ଧାରିତ ଥାଏ।

କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକାଣୀ ହେଉଛନ୍ତି ହେମା। ତାଙ୍କ ପାଖରେ ରହିଛି ନାମୀଦାମୀ କମ୍ପାନୀର ଅନେକ ଗାଡ଼ି। ସ୍ବାମୀ ତଥା ଅଭିନେତା ଧର୍ମେନ୍ଦ୍ରଙ୍କ ସମ୍ପତ୍ତି ଯଦି ମିଶାଇ ଦିଆଯାଏ ତେବେ ହେମାଙ୍କ ସମ୍ପତ୍ତି ଆହୁରୀ ଅଧିକ ହେବ। ନିଜେ ହେମା ଏହାର ଖୁଲାସା କରିଛନ୍ତି।

ମଥୁରା ଲୋକ ସଭା ନିର୍ବାଚନ ନିମନ୍ତେ ନାମାଙ୍କନ ଦାଖଲ କରୁଥିବା ବେଳେ ହେମା ସମ୍ପତ୍ତି ବିଷୟରେ ଜଣାଇଥିଲେ। ଗତ ପାଞ୍ଚ ବର୍ଷରେ ସେ ପାଖାପାଖି ଦଶ କୋଟି ଟଙ୍କା ରୋଜଗାର କରିଥିଲେ। ଧର୍ମେନ୍ଦ୍ରଙ୍କ ମଧ୍ୟ ସମ୍ପତ୍ତି ମାମଲାରେ ସ୍ତ୍ରୀଙ୍କଠାରୁ ପଛରେ ନାହାନ୍ତି। ତାଙ୍କର ମୋଟ ସମ୍ପତ୍ତି ୧୨୩ କୋଟିରୁ ଅଧିକ ବୋଲି କୁହାଯାଉଛି।

Share