ଖାର୍ଗୋନ୍: ବାଘ ପ୍ରତିକ୍ରିୟା ଜାଣିବା ପାଇଁ ଏହାର ଲାଞ୍ଜକୁ ବାଡ଼ିରେ ଛୁଇଁବା ମଧ୍ୟପ୍ରଦେଶ ଖାର୍ଗୋନ୍ ଜିଲାର ଜଣେ ଚାଷୀଙ୍କ ପାଇଁ ମହଙ୍ଗା ପଡ଼ିଛି। ବାଘ ଆକ୍ରମଣରେ ସନ୍ତୋଷ (୩୫) ନାମକ ଚାଷୀଙ୍କର ମୃତ୍ୟୁ ଘଟିଛି। ବନ ଅଧିକାରୀଙ୍କ ସୂଚନା ଅନୁଯାୟୀ ସନ୍ତୋଷ ବାଘ ଲାଞ୍ଜକୁ ବାଡ଼ିରେ ଛୁଇଁବା ପରେ ଏହା ତତ୍୍କ୍ଷଣାତ୍ ବୁଲିପଡ଼ି ତାଙ୍କ ବେକକୁ ଜୋର୍ରେ କାମୁଡ଼ି ଧରିଥିଲା। ସଙ୍ଗେ ସଙ୍ଗେ ସନ୍ତୋଷଙ୍କୁ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ଗୁରୁବାର ତାଙ୍କର ମୃତ୍ୟୁ ଘଟିଛି। ବାଘ ବର୍ତ୍ତମାନ ସୁଦ୍ଧା ଧରାପଡ଼ି ନ ଥିବାବେଳେ ଗାଁ ଲୋକେ ଜଙ୍ଗଲକୁ ନ ଯିବା ଲାଗି ବନ ବିଭାଗ ସତର୍କ କରାଇଛି। ଫରେଷ୍ଟରଙ୍କ ସୂଚନା ଅନୁଯାୟୀ, ବାଘଟି ମହାରାଷ୍ଟ୍ର ଜଲଗାଁଓ ଜିଲାର ୟାଓ୍ବାଲ ବନ୍ୟପ୍ରାଣୀ ଅଭୟାରଣ୍ୟରୁ ଖାର୍ଗୋନ୍ ଜିଲାର ଚିରିୟା ଜଙ୍ଗଲକୁ ପଳାଇଆସିଥିଲା। ଏହା ଅମ୍ବା ଦୋଚାର ଅଞ୍ଚଳରେ ପ୍ରବେଶ କରି ଏକ ବଡ଼ ଶିକାର ପରେ ବିଶ୍ରାମ ନେଉଥିବାବେଳେ ଗାଁ ଲୋକେ ସେଠାରେ ପହଞ୍ଚତ୍ ବାଘକୁ ହଇରାଣ କରିବା ଆରମ୍ଭ କରିଥିଲେ। ବାଘଟି ଉତ୍ତରପୂର୍ବ ଦିଗରେ ୧୦-୧୨ କିଲୋମିଟର ପଳାଇଯାଇ ଖୁସିୟାଲା ଗ୍ରାମର ଏକ ପଡ଼ିଆରେ ବିଶ୍ରାମ ନେଉଥିବାବେଳେ ସନ୍ତୋଷଙ୍କ ସହ ଗାଁର ଅନ୍ୟ କେତେଜଣ ସେଠାରେ ପହଞ୍ଚତ୍ଥିଲେ। ସନ୍ତୋଷଙ୍କ ଦୁଃସାହସିକ କାର୍ଯ୍ୟ ପାଇଁ ତାଙ୍କୁ ଜୀବନ ଦେବାକୁ ପଡ଼ିଛି।