Advertisement
Categories: ଜାତୀୟ

ସିବିଆଇକୁ ଭର୍ସନା, କେତେଜଣଙ୍କୁ ଦଣ୍ଡ ଦେଇଛ ପଚାରିଲେ ଏସ୍‌ସି…

ନୂଆଦିଲ୍ଲୀ,୪।୯: ସିବିଆଇର କାର୍ଯ୍ୟ ଶୈଳୀ ନେଇ ସୁପ୍ରିମକୋର୍ଟ (ଏସ୍‌ସି) ଶନିବାର ଏକ ମାମଲାର ଶୁଣାଣି ସମୟରେ ଭର୍ସନା କରିବା ସହିତ କଠୋର ପ୍ରଶ୍ନ ପଚାରିଛନ୍ତି। ସୁପ୍ରିମକୋର୍ଟ ସିବିଆଇକୁ ମାମଲା ସମାଧାନର ସଫଳତା ହାର ପଚାରିଛନ୍ତି। ଇତିମଧ୍ୟରେ କେତେ ମାମଲା ସମାଧାନ ହୋଇଛି ଏସ୍‌ସି ସିବିଆଇକୁ ପ୍ରଶ୍ନ କରିଛନ୍ତି। ସେହିପରି କେତେଜଣଙ୍କୁ ଦଣ୍ଡ ଦିଆଯାଇଛି? ବର୍ତ୍ତମାନ ସିବିଆଇ ସହିତ ବିଚାରାଧୀନ ମାମଲା ସଂଖ୍ୟା କେତେ ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି।

୫୪୨ ଦିନ ବିଳମ୍ବ ପରେ ସିବିଆଇ ଏକ ମାମଲାରେ ଆବେଦନ କରିବାରୁ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରଛନ୍ତି। ୨୦୧୮ରେ ସିବିଆଇ ଦ୍ୱାରା ଦାଖଲ ହୋଇଥିବା ଏକ ମାମଲାର ଶୁଣାଣି ସମୟରେ ଏସ୍‌ସି ଏଭଳି କହିଛନ୍ତି। ଏହି ମାମଲାରେ ଜମ୍ମୁ-କଶ୍ମୀର ହାଇକୋର୍ଟ ନିଜର ରାୟ ପ୍ରଦାନ କରିଥିଲେ।

ଯେଉଁ ମାମଲାରେ ଏଜେନ୍ସି ଅଭିଯୁକ୍ତମାନଙ୍କୁ ଟ୍ରାଏଲ କୋର୍ଟ ଏବଂ ହାଇକୋର୍ଟରେ ଦୋଷୀ ସାବ୍ୟସ୍ତ କରିବାରେ ସଫଳ ହୋଇଛି, ତାହାର ସଂଖ୍ୟା କୋର୍ଟରେ ହାଜର କରିବାକୁ ଏସ୍‌ସି ସିବିଆଇ ନିର୍ଦ୍ଦେଶକଙ୍କୁ ଆଦେଶ ଦେଇଛନ୍ତି।

ବିଚାରପତି ସଞ୍ଜୟ କିଶାନ କୌଲ ଏବଂ ଏମ. ସୁନ୍ଦରେଶଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ. ସିବିଆଇ ପାଇଁ କେବଳ ମାମଲା ପଞ୍ଜିକରଣ କରିବା ଏବଂ ଅନୁସନ୍ଧାନ କରିବା ପର୍ଯ୍ୟାପ୍ତ ନୁହେଁ। ମାମଲାର ସଫଳତା ସମାଧାନ କିପରି କରାଯିବ ସେଥିପ୍ରତି ଦୃଷ୍ଟି ଦେବା ଉପରେ ଏସ୍‌ସି ଗୁରୁତ୍ୱାରୋପ କରିଛନ୍ତି।

Share