Posted inଖେଳ

ଓଡ଼ିଶା ଆଗରେ କଷ୍ଟସାଧ୍ୟ ଲକ୍ଷ୍ୟ

ଭୁବନେଶ୍ୱର, ୮।୧ (ତପନ ସ୍ବାଇଁ): ଭଦୋଦରାର ମୋତିବାଗ ଷ୍ଟାଡିୟମରେ ଚାଲିଥିବା ରଣଜୀ ଟ୍ରଫି କ୍ରିକେଟ ମ୍ୟାଚରେ ଓଡ଼ିଶା ଆଗରେ ବରୋଦା କଷ୍ଟସାଧ୍ୟ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ବରୋଦାର ପ୍ରଥମ ଇନିଂସ ୩୫୧ ରନ ଜବାବରେ ଓଡ଼ିଶା ବ୍ୟାଟିଂ ବିପର୍ଯ୍ୟୟରେ ପଡ଼ି ପ୍ରଥମ ଇନିଂସରେ ମାତ୍ର ୧୭୮ରେ ଅଲ୍‌ଆଉଟ ହୋଇଥିଲା। ଶାଶ୍ୱତ ରାଓ୍ବତଙ୍କ ଶତକ ସହାୟତାରେ ବରୋଦା ଏହାର ଦ୍ୱିତୀୟ ଇନିଂସକୁ ୨୫୮/୪ରେ ଘୋଷଣା କରିବାରୁ ଓଡ଼ିଶା ଆଗରେ ୪୩୨ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ତୃତୀୟ ଦିବସ ଶେଷ ବେଳକୁ ଓଡ଼ିଶା ଗୋଟିଏ ଉଇକେଟ ହରାଇ ୧୦୩ ରନ କରିଛି। ୯ ଉଇକେଟ ସୁରକ୍ଷିତ ଥିଲେ ହେଁ ଓଡ଼ିଶା ଏବେ ମଧ୍ୟ ୩୨୯ ରନ ପଛରେ ରହିଛି। ସୋମବାର ମ୍ୟାଚର ଅନ୍ତିମ ଦିବସ। ଓଡ଼ିଶାକୁ ଲକ୍ଷ୍ୟ ପଥରେ ପହଞ୍ଚତ୍ବାକୁ ହେଲେ ଆକ୍ରମଣାତ୍ମକ ବ୍ୟାଟିଂ କରିବାକୁ ପଡ଼ିବ। ଓପନିଂ ଯୋଡ଼ିରେ ୯୫ ରନର ଭାଗୀଦାରି ପରେ ଅନୁରାଗ ଷଡ଼ଙ୍ଗୀ ୫୬ ରନରେ ଆଉଟ ହୋଇ ଯାଇଛନ୍ତି। ସେ ୧୧୩ଟି ବଲ୍‌ର ସମ୍ମୁଖୀନ ହୋଇଥିବାବେଳେ ନିଜ ଇନିଂସ ମଧ୍ୟରେ ୬ ଚୌକା ଓ ୨ ଛକା ମାରିଥିଲେ। ଅଧିନାୟକ ଶାନ୍ତନୁ ମିଶ୍ର ୪୧ ଓ ସନ୍ଦୀପ ପଟ୍ଟନାୟକ ୧ ରନରେ ଅପରାଜିତ ରହିଛନ୍ତି। ବରୋଦା ପକ୍ଷରୁ ଅତୀତ ସେଠ୍‌ ଗୋଟିଏ ଉଇକେଟ ନେଇଛନ୍ତି।

ଶାଶ୍ୱତଙ୍କ ଶତକ

ଦ୍ୱିତୀୟ ଦିବସର ଅସମାପ୍ତ ସ୍କୋର ୪୩/୧ରୁ ଖେଳ ଆରମ୍ଭ କରିଥିବା ବରୋଦାକୁ ତୃତୀୟ ଦିବସ ପ୍ରଥମ ଭାଗରେ ଝଟ୍‌କା ଦେଇଥିଲେ ଓଡ଼ିଶାର ଦେବବ୍ରତ ପ୍ରଧାନ। ସେ ଜ୍ୟୋତ୍ସ୍ନିଲ ସିଂ (୩୩)ଙ୍କୁ ଆଉଟ କରିବାରୁ ବରୋଦା ସ୍କୋର ୨୪ ଓଭର ବେଳକୁ ୬୯/୨ ହୋଇ ଯାଇଥିଲା। ମାତ୍ର ଶାଶ୍ୱତ ରାଓ୍ବତଙ୍କ ଶତକ ଓ ଅଧିନାୟକ ବିଷ୍ଣୁ ସୋଲାଙ୍କିଙ୍କ ଅର୍ଦ୍ଧଶତକ ବଳରେ ଘରୋଇ ଦଳ ଦୃଢ଼ ସ୍ଥିତିରେ ପହଞ୍ଚତ୍ ଯାଇଥିଲା। ଉଭୟ ତୃତୀୟ ଉଇକେଟ ଯୋଡ଼ିରେ ୧୭୬ ବଲ୍‌ରୁ ୧୩୯ ରନ ଯୋଗକରି ଓଡ଼ିଶା ବୋଲରଙ୍କ ପରୀକ୍ଷା ନେଇଥିଲେ। ବିଷ୍ଣଙ୍କୁ ୭୯ ରନରେ ଆଉଟକରି ଓଡ଼ିଶାକୁ ପ୍ରତୀକ୍ଷିତ ବ୍ରେକ୍‌ ଥ୍ରୁ ଦେଇଥିଲେ ଜୟନ୍ତ ବେହେରା। ମାତ୍ର ଶାଶ୍ୱତ ହାସଲ କରିଥିଲେ କ୍ୟାରିୟରର ଦ୍ୱିତୀୟ ପ୍ରଥମଶ୍ରେଣୀ ଶତକ। ସେ ୧୦୨ ରନ କରିବାପରେ ଗୋବିନ୍ଦ ପୋଦ୍ଦାରଙ୍କ ବଲ୍‌ରେ ଆଉଟ ହୋଇଥିଲେ। ଅଭିମନ୍ୟୁ ରାଜପୁତ ୩୦ ଓ ନିନାଦ ରଥଭା ୮ ରନରେ ଅପରାଜିତ ଥିବାବେଳେ ୬୧ତମ ଓଭରପରେ ଇନିଂସ ଘୋଷଣା କରିଥିଲା ବରୋଦା। ଓଡ଼ିଶା ବୋଲରଙ୍କ ମଧ୍ୟରେ ଦେବବ୍ରତ ପ୍ରଧାନ ୨ଟି ଏବଂ ଜୟନ୍ତ ବେହେରା ଓ ଗୋବିନ୍ଦ ପୋଦ୍ଦାର ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

 

ସଂକ୍ଷିପ୍ତ ସ୍କୋର
ବରୋଦା ପ୍ରଥମ ଇନିଂସ: ୩୫୧। ଓଡ଼ିଶା ପ୍ରଥମ ଇନିଂସ: ୧୭୮। ବରୋଦା ଦ୍ୱିତୀୟ ଇନିଂସ: ୨୫୮/୪ (ଘୋଷଣା)। ଓଡ଼ିଶା ଦ୍ୱିତୀୟ ଇନିଂସ: ୧୦୩/୧ (ଅନୁରାଗ ଷଡ଼ଙ୍ଗୀ-୫୬, ଶାନ୍ତନୁ ମିଶ୍ର-୪୧, ଅତୀତ ସେଠ୍‌-୧/୨୦)।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀର ବିଜୟ ଧାରା ଜାରି

ବେଙ୍ଗାଲୁରୁ,୧୦ା୪: ବୋଲରଙ୍କ ମାପଚୁପ ବୋଲିଂ ଏବଂ ଲୋକେଶ ରାହୁଲଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ୬ ଉଇକେଟରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି)କୁ...

ମେ ୧୮ରୁ କଳିଙ୍ଗ ବ୍ଲାକ୍‌ ଟାଇଗର୍ସର ଅଭ୍ୟାସ

ଭୁବନେଶ୍ୱର, ୧୦।୪(ତପନ ସ୍ବାଇଁ): ରଗ୍‌ବୀ ଇଣ୍ଡିଆ ଓ ଜିଏମ୍‌ଆର୍‌ର ମିଳିତ ଆନୁକୂଲ୍ୟରେ ରଗ୍‌ବୀ ପ୍ରିମିୟର ଲିଗ୍‌ (ଆର୍‌ପିଏଲ୍‌) ଅନ୍ଧେରି ସ୍ପୋଟର୍‌ସ କମ୍ପ୍ଲେକ୍ସ(ମୁମ୍ବାଇ ଫୁଟ୍‌ବଲ ଆରେନା)ରେ ଆସନ୍ତା...

କାଳ ବୈଶାଖୀର ତାଣ୍ଡବ, ବର୍ଷା-ଘଡ଼ଘଡ଼ିରେ ୩୦ରୁ ଊର୍ଦ୍ଧ୍ୱ ଲୋକାଙ୍କ ମୃତ୍ୟୁ

ପାଟନା,୧୦।୪: ବିହାରର ନାଳନ୍ଦା, ସିୱାନ, ଭୋଜପୁର, ଗୋପାଳଗଞ୍ଜ, ବେଗୁସରାଇ, ସରନ, ଗୟା, ଜେହାନାବାଦ ଏବଂ ଅରୱାଲରେ ଗୁରୁବାର ଅବରାହ୍ନରେ ବଜ୍ରପାତ ଏବଂ ପ୍ରବଳ ବର୍ଷା ଯୋଗୁଁ...

ସଟସର୍କିଟରୁ ଅଗ୍ନିକାଣ୍ଡ: ସବୁକିଛି ଜଳିପୋଡ଼ି ପାଉଁଶ, ଜଣେ ଆହତ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ):ଭଞ୍ଜନଗର ଥାନା ଅନ୍ତର୍ଗତ ତୁରୁମୁ ପଞ୍ଚାୟତର ଜଡାହାଟୁଣିର ବିଜୟ ଚନ୍ଦ୍ର ପାଢ଼ୀଙ୍କ ଘରେ ଗୁରୁବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଛି ସଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଆଶଙ୍କା...

ହାସିନାଙ୍କୁ ଯିବାକୁ ପଡ଼ିବ ବାଂଲାଦେଶ? କୋର୍ଟ ଜାରି କଲେ ଓ୍ବାରଣ୍ଟ

ଢାକା,୧୦।୪: ବାଂଲାଦେଶର ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ବିରୋଧରେ ଆଉ ଏକ ଗିରଫଦାରୀ ୱାରେଣ୍ଟ ଜାରି କରାଯାଇଛି। ରାଜଧାନୀ ଢାକାର ଏକ କୋର୍ଟ ଗୁରୁବାର ଏକ...

ରାଜ୍ୟ ରାଜପଥରେ ହାତୀ ଉପଦ୍ରବ

ଜି.ଉଦୟଗିରି,୧୦।୪,(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ଠାରୁ କଳିଙ୍ଗା ଯିବା ରାଜ୍ୟ ରାଜପଥ ନିକଟ ରାଇପଦାଠାରେ ଗୁରୁବାର ସା ୮ ଘଣ୍ଟିକା ଠାରୁ ହାତୀପଲ...

ଇତିହାସ ରଚିଲେ ବିରାଟ କୋହଲି: ଏପରି କାରନାମା କରିବାରେ IPLର ପ୍ରଥମ ଖେଳାଳି

ନୂଆଦିଲ୍ଲୀ,୧୦।୪: ବିରାଟ କୋହଲି IPL 2025 ରେ ଇତିହାସ ରଚିଛନ୍ତି। ସେ ଗୁରୁବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ୨୨ ରନର ଏକ ଇନିଂସ ଖେଳିଥିଲେ। ଏହି...

ପ୍ରତ୍ୟର୍ପଣ ପରେ ଆତଙ୍କବାଦୀ ରାଣାଙ୍କ ପ୍ରଥମ ଫଟୋ ଆସିଲା ସାମ୍ନାକୁ, NIA କୋର୍ଟରେ ହେବେ ହାଜର

ନୂଆଦିଲ୍ଲୀ,୧୦।୪: ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତହୱୁର ରାଣାକୁ ଗୁରୁବାର (୧୦ ଏପ୍ରିଲ, ୨୦୨୫) ଭାରତ ଅଣାଯାଇଛି। ଏନଆଇଏ ଟିମ ଏକ ସ୍ବତନ୍ତ୍ର ବିମାନ ଯୋଗେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image