Categories: ଜାତୀୟ

ଉଦ୍ଧବଙ୍କ ପାଇଁ ଅଗ୍ନି ପରୀକ୍ଷା, ଗୁରୁବାର ହୋଇପାରେ ଫ୍ଲୋର ଟେଷ୍ଟ୍‌…

ମୁମ୍ବାଇ, ୨୯।୬ : ମହାରାଷ୍ଟ୍ରର ରାଜନୈତିକ ଅସ୍ଥିରତା ଏକ ନୂଆ ମୋଡ଼ ଆଡକୁ ଗତି କରୁଛି । ଗୋଟିଏ ପଟେ ସରକାର ଗଠନ ପାଇଁ ଭାଜପାର ଯୋଜନା ଜୋରଦାର ହେବାରେ ଲାଗିଛି। ଅନ୍ୟ ପଟେ ଏକନାଥ ସିନ୍ଧେ ଦଳର ବିଧାୟକମାନଙ୍କ ସହିତ ଗୁଆହାଟୀର ରାଡିସନ ବ୍ଲୁ ହୋଟେଲ ଛାଡିଛନ୍ତି।

ଏହାପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭୀସ ମହାରାଷ୍ଟ୍ରର ରାଜ୍ୟପାଳଙ୍କୁ ଫ୍ଲୋର ଟେଷ୍ଟ ପାଇଁ ଏକ ଚିଠି ଲେଖିଛନ୍ତି। ସେ ମଙ୍ଗଳବାର ସାରେ ସେ ରାଜ୍ୟପାଳ ଭଗତ ସିଂ କୋଶୟାରୀଙ୍କୁ ମଧ୍ୟ ଭେଟିଛନ୍ତି। ଏଥିସହିତ ଫ୍ଲୋର ଟେଷ୍ଟ ମାମଲାରେ ଶିବସେନା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବ ବୋଲି କୁହାଯାଉଛି। ରାଜନୈତିକ ସଙ୍କଟ ମଧ୍ୟରେ ରାଜ୍ୟପାଳ ବିଧାନସଭାର ଏକ ସ୍ବତନ୍ତ୍ର ଅଧିବେଶନ ଡାକିଛନ୍ତି। କୁହାଯାଉଛି ଯେ ଏହି ସମୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଅଗ୍ନି ପରୀକ୍ଷାର ସମ୍ମୁଖୀନ ହେବେ ।

ତେବେ ଗୁରୁବାର ପୂର୍ବାହ୍ନ ୧୧ରେ ଉଦ୍ଧବ ଠାକରେଙ୍କୁ ତାଙ୍କର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ପଡିବ ବୋଲି ଏଥିରେ କୁହାଯାଇଛି। ରାଜ୍ୟପାଳ ବିଧାନସଭା ସଚିବଙ୍କୁ ସମସ୍ତ କାର୍ଯ୍ୟ ଗୁରୁବାର ସନ୍ଧ୍ୟା ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ ଜାରି କରିଥିବା କୁହାଯାଉଛି। ଏକନାଥ ସିନ୍ଧେ ଦଳର ସମସ୍ତ ବିଧାୟକ ଗୁରୁବାର ସକାଳେ ମୁମ୍ବାଇରେ ପହଞ୍ଚିବେ ବୋଲି କୁହାଯାଉଛି। ବିଧାନସଭାର ସମସ୍ତ ପ୍ରକ୍ରିୟାର ଭିଡିଓଗ୍ରାଫି ମଧ୍ୟ କରାଯିବ।

Share