ଭୁବନେଶ୍ୱର,୨।୫(ବ୍ୟୁରୋ): ମଦୁଆ ଡ୍ରାଇଭରଙ୍କ ପାଇଁ କଡ଼ା ହେଲା ନିୟମ। ମଦ ପିଇ ଅନ୍ୟକୁ ଦୁର୍ଘଟଣା କଲେ ଲାଇସେନ୍ସ ବାଜ୍ୟାପ୍ତି ହେବ । ଏହା ସହ ମଦପିଇ ଗାଡ଼ି ଚଲାଇ ଧରାପଡ଼ିଲେ ଦେବାକୁ ପଡ଼ିବ ୫ ହଜାର ଜରିମାନା। କମିଶନରେଟ ପୋଲିସର ଭୁବନେଶ୍ୱର ୟୁପିଡଏଭଳି ପଦକ୍ଷେପ ନେବାକୁ ଯାଉଛିି । ଏପରିକି ମଦ ପିଇ ଅନ୍ୟର ଜୀବନ ହାନି କଲେ ଗିରଫ ହେବେ ଡ୍ରାଇଭର।
ରାଜଧାନୀର ବିଭିନ୍ନ ଚ୍ରାଫିକ ପୋଷ୍ଟରେ କଏଦ ହୋଇଥିବା ସିସିଟିଭି ଫୁଟେଜରେ କଏଦ୍ ହୋଇଥିବା ଦୃଶ୍ୟରୁ ଯାହା ଜଣା ପଡୁଛି ବେପରୁଆ ଗାଡି ଚାଳନା ଯୋଗୁ ଅନେକ ଦୁର୍ଘଟଣା ଘଟୁଛି। ଏହାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି।