ବ୍ରହ୍ମପୁର ଅଫିସ,୧୬।୭: ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅଧୀନ ଲାଞ୍ଜିପଲ୍ଲୀ ଶ୍ରୀକୃଷ୍ଣନଗର ପଞ୍ଚମ ଲାଇନ୍ ନୂଅଁାବନ୍ଧ ହୁଡାରେ ଥିବା ତ୍ରିନାଥ ମନ୍ଦିରରୁ ଚୋରି ହୋଇଛି। ଚୋରମାନେ ଗୁରୁବାର ବିଳମ୍ବିତ ରାତିରେ ମନ୍ଦିରର ମୁଖ୍ୟ ଫାଟକ ତାଲା ଭାଙ୍ଗି ହୁଣ୍ଡିରୁ ପ୍ରାୟ ୨୦ ହଜାର ଟଙ୍କା ନେଇଯାଇଥିବା ଅଭିଯୋଗ ହୋଇଛି। ଶୁକ୍ରବାର ପୂଜକ ଏମ୍. ଲକ୍ଷ୍ମଣ ତାରିଲୁ ମନ୍ଦିରକୁ ଆସିଥିଲେ। ଗ୍ରୀଲ ତାଲା ଭଙ୍ଗା ଯାଇଥିବା ବେଳେ ଦାନ ହୁଣ୍ଡିକୁ ଦୁର୍ବୃତ୍ତମାନେ ତାଡି ଟଙ୍କା ନେଇଯାଇଥିବା ଦେଖି ସ୍ଥାନୀୟ ଅଧିବାସୀଙ୍କୁ ଜଣାଇଥିଲେ। ଏ ନେଇ ମନ୍ଦିର ଟ୍ରଷ୍ଟି ମନୋଜ ତରାଇ ବୈଦ୍ୟନାଥପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହୁଣ୍ଡିରୁ ସମସ୍ତ ନୋଟ ଟଙ୍କା ଗାଏବ ଥିବା ବେଳେ କଏନ ସବୁ ବିଛାଡି ହୋଇପଡିଛି। ଚୋରମାନେ ତାଲା ଭାଙ୍ଗିବା ପାଇଁ ବ୍ୟବହାର କରିଥିବା ଏକ ଲୁହା ଛଡ଼କୁ ପୋଲିସ ଜବତ କରିଛି।