ପ୍ରବଳ ତାତି ଉଜାଡ଼ିଲା ପର୍ଯ୍ୟଟନ ଶିଳ୍ପ: ୟୁରୋପରେ ପର୍ଯ୍ୟଟକଙ୍କ ସଂଖ୍ୟା ୨୦ ପ୍ରତିଶତ କମିଲା…

ଓ୍ବାଶିଂଟନ,୧୯।୭ : ୟୁରୋପରେ ବର୍ତ୍ତମାନ ଅତ୍ୟଧିକ ଉତ୍ତାପ ସମସ୍ୟାର ସାମ୍ନା କରୁଛି। ଇଟାଲୀରେ ଅବସ୍ଥା ବିଶେଷ ଖରାପ, ଯେଉଁଠାରେ ତାପମାତ୍ରା ୪୦ ରୁ ୪୫ ଡିଗ୍ରୀ ସେଲସିୟସରେ ପହଞ୍ଚିବ ବୋଲି ଆଶା କରାଯାଉଛି। ପାଣିପାଗ ବିଭାଗ ଭୟ କରୁଛି ୨୦୨୧ ମସିହାରେ ସିସିଲିରେ ୟୁରୋପର ସର୍ବୋଚ୍ଚ ତାପମାତ୍ରା ରେକର୍ଡ ୪୮.୮ ଡିଗ୍ରୀ ସେଲସିୟସ ଭାଙ୍ଗି ଯାଇପାରେ।

ଅତ୍ୟଧିକ ତାପମାତ୍ରା ଫ୍ରାନ୍ସ, ସ୍ପେନ, ପୋଲାଣ୍ଡ ଏବଂ ଗ୍ରୀସ ସମେତ ଦକ୍ଷିଣ ଏବଂ ପୂର୍ବ ୟୁରୋପର ଅନ୍ୟ ଦେଶରେ ଅନୁଭୁତ ହେଉଛି। ପାଣିପାଗର ପରିବର୍ତ୍ତନ ଧାରା ଯୋଗୁଁ ୟୁରୋପକୁ ପର୍ଯ୍ୟଟନ ପାଇଁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ଉପରେ ନକାରାତ୍ମକ ପ୍ରଭାବ ପଡିଛି। ୟୁରୋପୀୟ ପର୍ଯ୍ୟଟନ ସହ ଜଡିତ ବିଶେଷଜ୍ଞମାନେ କହିଛନ୍ତି ପ୍ରବଳ ଉତ୍ତାପ ଯୋଗୁ ୟୁରୋପ ପରିଦର୍ଶନ କରୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ପ୍ରାୟ ୨୦ ପ୍ରତିଶତ ହ୍ରାସ ପାଇଛି। ପ୍ରବଳ ତାତି ପର୍ଯ୍ୟଟନ ଶିଳ୍ପକୁ ଉଜାଡ଼ି ଦେଇଛି। ଅତୀତରେ ୟୁରୋପରେ ଭୟଙ୍କର ଉତ୍ତାପ ସୃଷ୍ଟି ହୋଇଥିଲା, କିନ୍ତୁ ଏଥର ଅବଧି ଅଧିକ ଅଟେ।

Share