Categories: ଜାତୀୟ

ଟୁରିଷ୍ଟ ବସ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ୫ ଜୀବନ

ଅମ୍ବାଲା,୨୭।୧୨: ହରିୟାଣାର ଅମ୍ବାଲା-ଦିଲ୍ଲୀ ରାଜପଥରେ ଥିବା ହେଲିଙ୍ଗ ଟଚ ହସ୍ପିଟାଲ ନିକଟରେ ସୋମବାର ସକାଳେ ଏକ ବଡ଼ ଦୁର୍ଘଟଣା ଘଟିଛି। ସକାଳ ପ୍ରାୟ ୩ ଟା ବେଳେ କାଟ୍ରା ଠାରୁ ଦିଲ୍ଲୀ ଯାଉଥିବା ତିନୋଟି ଟୁରିଷ୍ଟ ବସ୍‌ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଆଠ ଜଣ ଆହତ ହୋଇଥିବା ଜଣାଯାଇଛି। ଦୁର୍ଘଟଣାର ସୂଚନା ପାଇବା ମାତ୍ରେ ରାଜପଥରେ ପାଟ୍ରୋଲିଂ କରୁଥିବା ଡାଏଲ ୧୧୨ର କାର ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ବହୁ ଚେଷ୍ଟା ପରେ ବସ୍‌ରେ ଫସି ରହିଥିବା ଯାତ୍ରୀମାନଙ୍କୁ ଟାଣି ହୋଇ ହେଲିଙ୍ଗ ଟଚ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

Share