ମିଛ କରୋନା ନେଗେଟିଭ ରିପୋର୍ଟ ନେଇ ବୁଲିବାକୁ ଯାଇଥିବା ୧୩ ପର୍ଯ୍ୟଟକ ଗିରଫ

ଡେରାଡୁନ,୧୫ ।୭: ପର୍ଯ୍ୟଟନସ୍ଥଳି ବୁଲିବାକୁ ଗଲେ କରୋନା ନେଗେଟିଭ ରିପୋର୍ଟ ସାଙ୍ଗରେ ଧରିବା ବାଧ୍ୟତାମୂଳକ ହୋଇଯାଇଛି । ଉତ୍ତରାଖଣ୍ଡ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଏହା ବାଧ୍ୟତାମୂଳକ । ଏହି ସମୟରେ କେତେକ ଲୋକ କରୋନା ନେଗେଟିଭ ମିଛ ରିପୋର୍ଟ ନେଇ ବିଭିନ୍ନ ପର୍ଯ୍ୟଟନସ୍ଥଳି ବୁଲିବାକୁ ପ୍ରସ୍ତୁତ ହେଉଥିବା ଜଣାପଡିଛି । ଉତ୍ତରାଖଣ୍ଡ ବୁଲିବାକୁ ଆସିଥିବା ଏମିତି ୧୩ ଜଣ ପର୍ଯ୍ୟଟକଙ୍କୁ ଗିରଫ କରାଯାଇଛି । ଏମାନେ ମିଛ କରୋନା ନେଗେଟିଭ ରିପୋର୍ଟ ନେଇ ଉତ୍ତରାଖଣ୍ଡରେ ପ୍ରବେଶ କରିବା ସମୟରେ ଧରାପଡିଛନ୍ତି । ପୋଲିସ ମହାମାରୀ ନିୟମ ଅନୁଯାୟୀ ଏମାନଙ୍କ ନାଁରେ ମମଲା ଦାୟର କରିଛି । ସୂଚନାଯୋଗ୍ୟ, ବିହାର ଓ ଗାଜିଆବାଦରୁ ଆସିଥିବା ଏହି ପର୍ଯ୍ୟଟକମାନଙ୍କୁ ଆଶାରୋଡି ଚେକ୍‌ପୋଷ୍ଟରେ ଚେକିଂ କରିବା ସମୟରେ ଏମାନେ ମିଛ କରୋନା ନେଗେଟିଭ ରିପୋର୍ଟ ଆଣିଥିବା ଜଣାପଡିଥିଲା । ଗୋଟିଏ ଗାଡିରେ ୧୦ ଜଣ ଥିବା ବେଳେ ଅନ୍ୟ ଏକ ଗାଡିରେ ୩ ଜଣ ଥିବା ପୋଲିସ କହିଛି ।

Share