ବାଲକୋନିରୁ ଖସି ପର୍ଯ୍ୟଟକଙ୍କ ମୃତ୍ୟୁ, ହତ୍ୟା ସନ୍ଦେହ

ପୁରୀ ଅଫିସ,୮।୪: ପୁରୀରେ ଏକ ଘରୋଇ ହୋଟେଲରେ ଜଣେ ପର୍ଯ୍ୟଟକ ମୃତ୍ୟୁ ଘଟିଛି । ସେ ହେଲେ ଚୟନ ରୟ । ଚୟନ ପଶ୍ଚିମବଙ୍ଗ ଚବିଶ ପ୍ରଗଣା ଅଞ୍ଚଳର ବୋଲି ଜଣାପଡିଛି। ଏହି ଘଟଣା ସମ୍ପର୍କରେ ହୋଟେଲ କର୍ତ୍ତୁପକ୍ଷ ପୁରୀ ସମୁଦ୍ରକୂଳ ଥାନାରେ ଜଣାଇଥିଲେ। ଅନ୍ୟପକ୍ଷେ ପରିବାର ଲୋକଙ୍କ ପକ୍ଷରୁ ପୁଅଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି।

ସୂଚନାନୁସାରେ, ଚୟନ ତାଙ୍କ ୪ ଜଣ ସାଙ୍ଗଙ୍କ ସହ ପୁରୀ ବୁଲିବାକୁ ଆସିଥିଲେ । ଗୁରୁବାର ଅପରାହ୍ନରେ ସେ ହୋଟେଲ ବାଲକୋନିରୁ ଖସି ପଡ଼ିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ତାଙ୍କ ସହ ଥିବା ୪ ବନ୍ଧୁ ଏବେ ଫେରାର ଅଛନ୍ତି । ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।

Share