ମଦ ପିଇ ଇଫେଲ୍‌ ଟାଓ୍ବାର ଚଢ଼ିଲେ ପର୍ଯ୍ୟଟକ

ପ୍ୟାରିସ, ୧୭।୮: ପ୍ୟାରିସର ଇଫେଲ୍‌୍‌ ଟାଓ୍ବାରରେ ଦୁଇ ମଦ୍ୟପ ଆମେରିକୀୟ ପର୍ଯ୍ୟଟକ ଗତ ସୋମବାର ଉନ୍ମତ୍ତକାଣ୍ଡ ଭିଆଇଥିଲେ। ଉଭୟେ ଟାଓ୍ବାରର ଦ୍ୱିତୀୟ ଏବଂ ତୃତୀୟ ମହଲା ମଝିରେ ଶୋଇ ପଡିଥିଲେ। ଟାଓ୍ବାର ପରିଚାଳନା କର୍ତ୍ତୃପକ୍ଷଙ୍କ ସୂଚନାନୁସାରେ ଉଭୟ ପର୍ଯ୍ୟଟକ ଟାଓ୍ବାରରେ ପ୍ରବେଶ କରିବା ପାଇଁ ରବିବାର ରାତି ପ୍ରାୟ ୧୦.୪୦ ମିନିଟ୍‌ରେ ଟିକେଟ କିଣିଥିଲେ।

କିନ୍ତୁ ସୁରକ୍ଷାବଳୟ ଭେଦ କରି ଉଭୟେ ଟାଓ୍ବାର ଉପରକୁ ଚାଲିଯାଇଥିଲେ। ଏହାପରେ ଅଗ୍ନିଶମ କର୍ମଚାରୀ, ସ୍ବତନ୍ତ୍ର ପ୍ରଶିକ୍ଷିତ କର୍ମଚାରୀ ସେଠାରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ। ପୋଲିସ ଉଭୟଙ୍କୁ ଅଟକ ରଖି ପଚରାଉଚରା କରୁଛି। ସୂଚନାଯୋଗ୍ୟ, ଗତ ଶନିବାର ଇଫେଲ୍‌ ଟାଓ୍ବାରରେ ବୋମା ଥିବାର ସୂଚନା ପାଇବା ପରେ ପୋଲିସ ଏହାକୁ ଖାଲି କରିଥିଲା।

Share