ଚିଡିଆଖାନାରେ ମଣିଷଖିଆ କଲରାପତରିଆ ବାଘ ଦେଖିବେ ପର୍ଯ୍ୟଟକ

ସମ୍ବଲପୁର,୧ା୧୦(ପ୍ରମୋଦ ବହିଦାର): ସମ୍ବଲପୁର ମୋତିଝରଣସ୍ଥିତ ଚିଡ଼ିଆଖାନା(ଡିଅରପାର୍କ)ରେ ପର୍ଯ୍ୟଟକମାନେ ଏକ ମଣିଷଖିଆ କଲରାପତରିଆ ଦେଖିପାରିବେ। ଚିଡ଼ିଆଖାନାରେ ସ୍ବତନ୍ତ୍ର ଭାବେ କାଚରେ ନିର୍ମିତ ଆବଦ୍ଧ କୋଠରିରେ ବାଘକୁ ଛଡ଼ାଯାଇଛି। ଏଠାରେ ପୂର୍ବରୁ ରହିଥିବା ଏକ ବାଘୁଣି ସହିତ ପୃଥକ କୋଠରିରେ ରଖାଯାଇଛି। ନୂତନ ଭାବେ ଉକ୍ତ କୋଠରିରେ ରଖାଯାଇଥିବା ପୁରୁଷ ବାଘର ବୟସ ୮ ବର୍ଷ ଓ ପୂର୍ବରୁ ରହିଥିବା ବାଘୁଣୀର ବୟସ ୬ ବର୍ଷ। ବର୍ତ୍ତମାନ ପାଇଁ ଉଭୟଙ୍କ ମଧ୍ୟରେ ବନ୍ଧୁତା ନ ହେବା ପର୍ଯ୍ୟନ୍ତ ଗୋଟିଏ କୋଠରିରେ ରଖାଯିବ ନାହିଁ ବୋଲି ବନ୍ୟପ୍ରାଣୀ ଉପଖଣ୍ଡ ଅଧିକାରୀ ଅଂଶୁପ୍ରଜ୍ଞା ଦାଶ କହିଛନ୍ତି।

ସୂଚନାଯୋଗ୍ୟ, ନୂଆପଡ଼ାରେ ଏହି କଳରାପତରିଆ ଆକ୍ରମଣରେ ୨ ଜଣଙ୍କ ଜୀବନ ଯାଇଥିବା ବେଳେ ଜଣେ ଗୁରୁତର ହୋଇଥିଲେ। ଏନେଇ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଥିଲା। ବନ୍ୟପ୍ରାଣୀ ବିଭାଗ କଲରାପତରିଆ ବାଘକୁ ବହୁ କଷ୍ଟରେ କାବୁ କରିବାରେ ସକ୍ଷମ ହୋଇଥିଲା। ୨୦୨୩ ନଭେମ୍ବର ୮ ତାରିଖରେ ସମ୍ବଲପୁର ଉଦ୍ଧାର କେନ୍ଦ୍ରକୁ ଅଣାଯାଇ କିଛି ଦିନ ପାଇଁ ସଙ୍ଗରୋଧରେ ରଖାଯାଇଥିଲା। ସିସିଟିଭି କ୍ୟାମେରା ମାଧ୍ୟମରେ ବାଘର ସ୍ବାସ୍ଥ୍ୟ ଓ ଗତିବିଧି ଉପରେ ବନ ବିଭାଗ ପକ୍ଷରୁ ତୀକ୍ଷ୍ଣ ନଜର ରଖାଯାଇଥିଲା।

ସେପ୍ଟେମ୍ବର ୯ରେ ବାଘକୁ ସଙ୍ଗରୋଧରୁ ମୁକ୍ତ କରାଯାଇଥିଲା। କେନ୍ଦ୍ରୀୟ ଚିଡ଼ିଆଖାନା ପ୍ରାଧିକରଣର ଅନୁମିତ ପୂର୍ବକ ବାଘକୁ ଆଣି ଏଠାରେ ସ୍ବତନ୍ତ୍ର ପଞ୍ଜୁରୀରେ ରଖାଯାଇଛି। ବାଘର ଆଚରଣ ଓ ମାଈ ବାଘ ପ୍ରତି ତା’ର ବ୍ୟବହାର ଉପରେ ମଧ୍ୟ ଲକ୍ଷ୍ୟ ରଖାଯାଇଛି। ମାଈ ବାଘ ପ୍ରତି ତା’ର ଆଚରଣ ଉତ୍ତମ ହେଲେ ଉଭୟଙ୍କୁ ଏକାଠି ରହିବାକୁ ଦିଆଯିବ ଓ ସାଧାରଣ ଜନତା ଏବଂ ପର୍ଯ୍ୟଟକ ମଧ୍ୟ ଉଭୟଙ୍କୁ ଏକାଠି ଦେଖିପାରିବେ ବୋଲି ବନଖଣ୍ଡ ଅଧିକାରୀ ଦାଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରୋଡ ରୋମିଓଙ୍କୁ ଧରି ନିସ୍ତୁକ ପିଟିଲେ ଯୁବତୀ

ତାଳଚେର,୧।୧୦: ଅନୁଗୋଳ ଜିଲା ତାଳଚେର ହାଟତୋଟା ବଜାରରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ଦୁଇଜଣ ରୋଡ୍‌ ରୋମିଓ ବଜାରରେ ଜଣେ ଯୁବତୀଙ୍କୁ ଅଶ୍ଲୀଳ ଇଙ୍ଗିତ...

ବିଡିଓଙ୍କୁ ତାଲା ପକାଇଲେ ଏମ୍‌ପିଙ୍କ ପ୍ରତିନିଧି, ଭାଜପା କର୍ମକର୍ତ୍ତା

କେନ୍ଦୁଝର,୧।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ତେଲକୋଇ ବିଡିଓଙ୍କ ବ୍ୟବହାରରେ କ୍ଷୁବ୍ଧ ହୋଇ ମଙ୍ଗଳବାର ଭାଜପା ନେତା ଓ କର୍ମୀ ବ୍ଲକ କାର୍ଯ୍ୟାଳୟ ମୁଖ୍ୟ ଗେଟ୍‌ରେ...

ପୋଲିସ ସ୍ବାମୀଙ୍କୁ ମାରି ଦେଇଥିବା ଅଭିଯୋଗ ଆଣିଥିଲେ ସ୍ତ୍ରୀ: ଏସ୍‌ଆଇ, ହାବିଲଦାର ନିଲମ୍ବିତ

ଫୁଲବାଣୀ, ୧ା୧୦(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଗୋଚ୍ଛାପଡା ଥାନା ଡାଙ୍ଗଣାମୁ ଘାଟି ରାସ୍ତାରୁ ଗତ ୨୬ ତାରିଖରେ ବୌଦ୍ଧ ଜିଲା କଣ୍ଟାମାଳ...

ସମ୍ବଲପୁର ନାବାଳିକା ବଳାତ୍କାର, ହତ୍ୟା ମାମଲା: ଅଭିଯୁକ୍ତଙ୍କୁ ଫାଶୀଦଣ୍ଡ ଦେଲେ କୋର୍ଟ

ସମ୍ବଲପୁର,ଜମନକିରା,୧ା୧୦(ପ୍ରମୋଦ ବହିଦାର, ରବିନ୍ଦ୍ର ଦାନୀ): ସମ୍ବଲପୁର ଜିଲା ଜମନକିରା ଥାନା ଅଧୀନ କସଡ଼ା ଗ୍ରାମରେ ଘଟିଥିବା ନାବାଳିକା ବଳାତ୍କାର ଓ ହତ୍ୟା ମାମଲାର ରାୟ ମଙ୍ଗଳବାର...

ସୁନ୍ଦରଗଡ଼ରେ ଯୁବକଙ୍କୁ ହତ୍ୟା

ହେମଗିର,୧।୧୦( ଚୈତନ୍ୟ ପଟେଲ): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଟାଙ୍ଗରଡିହିରେ ମଙ୍ଗଳବାର ଜଣଙ୍କୁ ଇଟାରେ ଛେଚି ହତ୍ୟା କରାଯାଇଛି। ମୃତକ ହେଲେ ଟାଙ୍ଗରଡିହି ଗ୍ରାମର...

ପାର୍ବଣରେ ବୋନସ୍‌ ଦାବି ତେଜିଲା, ନ ମିଳିଲେ…

ରାଉରକେଲା,୧।୧୦(ବିପ୍ଳବ ରଞ୍ଜନ ଦାଶ): ଆର୍‌ଏସ୍‌ପିରେ କାର୍ଯ୍ୟରତ ଠିକା ଶ୍ରମିକଙ୍କୁ ବୋନସ୍‌ ପ୍ରଦାନ ଦାବି ନେଇ ରାଉରକେଲା ହିନ୍ଦ୍‌ ମଜଦୁର ସଭା ଓ ଜିଲା ଶିଳ୍ପାଞ୍ଚଳ ଶ୍ରମିକ...

ବୁଲାଣି ରାସ୍ତାରେ ବସ୍‌ରୁ ଖସି ପଡ଼ିଲେ ହେଲପର୍‌, ମାଡ଼ିଗଲା ବସ୍‌…

ପୁରୀ,୧।୧୦: ପୁରୀ ଜିଲା ଖାଜୁରିଆ ରାସ୍ତା ଗୋବିନ୍ଦପୁର ମହାବୀର ଛକ ବୁଲାଣି ନିକଟରେ ଏକ ଦୁର୍ଘଟଣା ଘଟିଛି। ଚଳନ୍ତା ବସ୍‌ରୁ ହେଲପର୍‌ ଜଣକ ଖସି ପଡିଥିବା...

ବ୍ଲାକଲିଷ୍ଟ ସଂସ୍ଥାକୁ ଦିଆଯାଇଛି ଆର୍‌ଆଇ, ଅମିନ ପରୀକ୍ଷା ଦାୟିତ୍ୱ: ଆଇଟି ମନ୍ତ୍ରୀ ଦେଲେ ବଡ଼ ମନ୍ତବ୍ୟ

ଭୁବନେଶ୍ୱର,୧ା୧୦: ଓଡ଼ିଶା ସବ-ଅର୍ଡିନେଟ ଷ୍ଟାଫ୍ ସିଲେକ୍ସନ କମିଶନ(ଓଏସଏସଏସସି) ଦ୍ୱାରା ଆର୍‌ଆଇ, ଏଆର୍‌ଆଇ, ଆଇସିଡିଏସ୍‌ ସୁପର ଭାଇଜର, ଅମିନ ପରୀକ୍ଷାରେ ଅନିୟମିତତା ହେଉଥିବା ଅଭିଯୋଗ ମଧ୍ୟରେ ବଡ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri