Categories: ଫୁରସତ

ମେଟ୍ରୋ ଟ୍ରେନ୍‌ରେ ଟାଓ୍ବେଲ୍‌ ବୟଙ୍କ ଯାତ୍ରା, ଭିଡିଓ ଦେଖିଲେ…

ସୋସିଆଲ ମିଡିଆ ନିଶା କିଛି ପିଲାଙ୍କୁ ଏକ ପ୍ରକାର ପାଗଳ କରିଦେଉଛି। ସ୍ଥାନ, କାଳ, ପାତ୍ର ନ ମାନି ସେମାନେ ରିଲ୍‌ କରିବାରେ ବ୍ୟସ୍ତ ରହୁଛନ୍ତି। ସେମାନେ ଆଖପାଖ ଲୋକଙ୍କ ବିଷୟରେ ଚିନ୍ତା କରନ୍ତି ନାହିଁ କିମ୍ବା ଏହା ସେମାନଙ୍କର ସମ୍ମାନ କିମ୍ବା ଅପମାନ ପାଇଁ କୌଣସି କଥାକୁ ଧ୍ୟାନ ଦିଅନ୍ତି ନାହିଁ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କିଛି ଦୃଶ୍ୟ ଲୋକଙ୍କୁ ପସନ୍ଦ ଆସୁଥିବା ବେଳେ ଆଉ କିଛି ଲୋକଙ୍କୁ ନାପସନ୍ଦ ହୋଇଥାଏ। ଦିଲ୍ଲୀ ମେଟ୍ରୋ ଟ୍ରେନ୍‌ ଅଜବ ଦୃଶ୍ୟ ଦେଖିବାର ମାଧ୍ୟମ ପାଲଟିଛି। ଡିଏମ୍‌ଆର୍‌ସି ସହିତ ଯାତ୍ରୀମାନେ ପ୍ରତିଦିନ ଅଜବ ଅଜବ କାର୍ଯ୍ୟ ଯୋଗୁ ବିରକ୍ତି ପ୍ରକାଶ କରୁଛନ୍ତି।

ମୋହିତ ଗୌହାର ନାମକ ଇନ୍‌ଷ୍ଟାଗ୍ରାମ ପେଜ୍‌ରେ ଶେୟାର ହୋଇଥିବା ଭିଡିଓରେ ଦିଲ୍ଲୀ ମେଟ୍ରୋରେ ଜଣେ ଯୁବକଙ୍କୁ ଟାଓ୍ବେଲରେ ଦେଖିବାକୁ ମିଳିଛି। ଉପସ୍ଥିତ ଯାତ୍ରୀମାନେ ଏହା ଦେଖି ହସିବାକୁ ବାଧ୍ୟ ହୋଇଥିଲେ।

ଭାଇରାଲ ଭିଡିଓରେ ଦିଲ୍ଲୀ ମେଟ୍ରୋରେ ଜଣେ ଯୁବକ ଟାଓ୍ବେଲ ପିନ୍ଧି ଯାତ୍ରା କରୁଥିବା ଦେଖିବାକୁ ମିଳିଛି। ଯୁବକ ଜଣକ ଏକ ଗଞ୍ଜି ପିନ୍ଧିବା ସହ ଟାଓ୍ବେଲ ଗୁଡ଼ାଇ ହୋଇଛନ୍ତି। ଏହି ଟାଓ୍ବେଲ ଉପରେ ତାଙ୍କର ସେମିତି ଆତ୍ମବିଶ୍ୱାସ ଥିବା ଦେଖିବାକୁ ମିଳିଛି। କିନ୍ତୁ ତାଙ୍କୁ ଆଖପାଖ ସିଟ୍‌ରେ ବସିଥିବା ଯାତ୍ରୀମାନେ ଦେଖି ହସିବାରେ ଲାଗୁଛନ୍ତି। ମେଟ୍ରୋରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ତାଙ୍କୁ ପାଗଳ ଏବଂ ସୋସିଆଲ ମିଡିଆରେ ଡଲ୍‌ ବୋଲି ଭାବୁଥିଲେ। ଯାତ୍ରୀମାନେ ତାଙ୍କର ମୁର୍ଖତା ଏବଂ ଅଜବ ସୃଜନଶୀଳତା ଦେଖି ଉଚ୍ଚ ସ୍ବରରେ ହସିବାକୁ ଲାଗିଲେ। ଭିଡିଓରେ କିଛି ଯୁବତୀ ମଧ୍ୟ ଟାଓ୍ବେଲ ଥିବା ଯୁବକଙ୍କୁ ଦେଖି ଲଜ୍ଜିତ ହେଉଥିଲେ। ତେଣୁ ସେମାନେ ଆଖି ବନ୍ଦ କରିଥିବାର ନଜର ଆସିଛନ୍ତି।

ଭିଡିଓଟି ଶେୟାର ହେବାର କିଛି ସମୟ ମଧ୍ୟରେ୨.୨୬ ଲକ୍ଷରୁ ଅଧିକ ଲୋକ ଦେଖିଛନ୍ତି। କିଛି ୟୁଜର ଯୁବକଙ୍କୁ ମୁର୍ଖ କହିଥିବା ବେଳେ ଆଉ କିଛି ୟୁଜର ସୃଜନଶୀଳତା ନାମରେ କିଛି ଠିକ୍‌ ନୁହେଁ। ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ସମସ୍ତେ ଯତ୍ନ ନିଅ, କେହି ଟାଓ୍ବେଲ ଟାଣ ନାହିଁ।

Share