ବଲାଙ୍ଗୀର ଟାଉନ ଥାନା ଭିତରକୁ ପଶିଲେ ଶତାଧିକ ମହିଳା

ବଲାଙ୍ଗୀର ଅଫିସ,୧୫।୧: ବଲାଙ୍ଗୀରରେ ବୃଦ୍ଧି ପାଉଥିବା ଅପରାଧ, ଭୁଶୁଡ଼ି ପଡ଼ିଥିବା ଆଇନ ଶୃଙ୍ଖଳା ପରିସ୍ଥିତି, ଗୁଣ୍ଡାଗର୍ଦ୍ଦି ବିରୋଧରେ ସାଧାରଣ ଲୋକେ ନ୍ୟାୟ ପାଇବା ପାଇଁ ସଚେତନ ନାଗରିକ ଓ ଜନସାଧାରଣଙ୍କ ପକ୍ଷରୁ ଟାଉନ୍‌ଥାନା ଘେରାଉ କରାଯାଇଛି ା କିଛି ଦିନ ତଳେ ଜଣେ ଯୁବକ ଟାଙ୍ଗିଆ ଧରି ବଲାଙ୍ଗୀର ସହରର ଡେଲି ମାର୍କେଟ୍‌ ପନିପରିବା ବେପାରୀଙ୍କୁ ଆକ୍ରମଣ କରୁଥିଲେ। ପରେ ଆପୋଷ ସମାଧାନ ନାଁରେ ଅଭିଯୁକ୍ତଙ୍କୁ ପୋଲିସ ଛାଡ଼ି ଦେଇଥିବା ଅଭିଯୋଗ ଆଣି ଶତାଧିକ ସଚେତନ ମହିଳା ଓ ସାଧାରଣ ଲୋକେ ଏକ ରାଲିରେ କୋଶଲ କଳାମଣ୍ଡଳଠାରୁ ବାହାରି ଟାଉନଥାନା ଘେରାଉ କରିବା ସହ ସହରକୁ ଗୁଣ୍ଡା ମୁକ୍ତ କରିବାକୁ ଦାବି କରିଥିଲେ। ଉକ୍ତ ରାଲିରେ ପୌରପରିଷଦର ପୂର୍ବତନ ଅଧ୍ୟକ୍ଷା ସନ୍ତୋଷିନୀ ବେହେରା ଯୋଗଦେଇ ଆଇନ ସମସ୍ତଙ୍କ ପାଇଁ ସମାନ ହେଉ, ବଲାଙ୍ଗୀର ଆଦର୍ଶ ଥାନାରେ ଠିକ୍‌ ଭାବରେ ନ୍ୟାୟ ମିଳୁ ନାହିଁ ଅଭିଯୋଗ କରିଥିଲେ।

Share