ମାନବଯୁକ୍ତ ଚନ୍ଦ୍ର ରୋଭର୍‌ ପାଇଁ ରିଜେନେରେଟିଭ ଫୁଏଲ ପ୍ରସ୍ତୁତ କଲା ଟୟୋଟା, ନାସାର ପରବର୍ତ୍ତୀ ମିଶନରେ ହେବ ବ୍ୟବହାର

ଟୋକିଓ,ଓ୍ବାଶିଂଟନ୍‌,୨୨।୭: ଜାପାନର ମୋଟର ବାହାନ ନିର୍ମାତା ଟୟୋଟା ମୋଟର ମାନବଯୁକ୍ତ ଚନ୍ଦ୍ର ରୋଭରକୁ ଶକ୍ତି ଦେବା ପାଇଁ ପୁନନିର୍ମାଣଶୀଳ ଇନ୍ଧନ ସେଲ ଟେକ୍ନୋଲୋଜି ବ୍ୟବହାର କରିବାକୁ ଯୋଜନା ପ୍ରସ୍ତୁତ କରିଛି। ଏହି କୌଶଳର ବ୍ୟବହାରରେ ଚନ୍ଦ୍ରରେ ଥିବା ଜଳ ବରଫକୁ ଭବିଷ୍ୟତରେ ଶକ୍ତି ଉତ୍ସ ଭାବରେ ବ୍ୟବହାର କରିବାର ସମ୍ଭାବନାକୁ ବଢାଇ ଦେଇଛି।

ଜାପାନର ଜାତୀୟ ଏରୋସ୍ପେସ ଏବଂ ସ୍ପେସ ଏଜେନ୍ସି ଜାପାନ ଏରୋସ୍ପେସ ଏକ୍ସପ୍ଲୋରେଶନ ଏଜେନ୍ସି କହିଛି ଯେ, ଆର୍ଟେମିସ ମିଶନରେ ଯୋଗଦାନ ରୂପରେ ୨୦୨୯ର ଲଞ୍ଚ ତାରିଖ ସୁଦ୍ଧା ଜାପାନ ନାସାକୁ ଚନ୍ଦ୍ର ରୋଭର ଯୋଗାଇବ।
ନାସା ୨୦୨୪ ସୁଦ୍ଧା ଏହି ମିଶନରେ ମହିଳା ଏବଂ ପୁରୁଷଙ୍କୁ ଚନ୍ଦ୍ରକୁ ପଠାଇବାକୁ ଯୋଜନା କରିଛି।

Share