Categories: ଜାତୀୟ

ଟୟୋଟା ରୁମିଅନ୍‌ର ଅନାବରଣ

ଭୁବନେଶ୍ୱର,୧୨।୯: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ଟୟୋଟା କିର୍ଲୋସ୍କର ମୋଟର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଟୟୋଟା ରୁମିଅନ୍‌’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର ଇସପିରିଟ ଟୟୋଟା (ଫିଲ୍‌ଡ ମୋଟର ପ୍ରାଇଭେଟ୍‌ ଲିମିଟେଡ୍‌) ତେଲଙ୍ଗାପେଣ୍ଠ କଟକ ପକ୍ଷରୁ ଏକ ସ୍ବତନ୍ତ୍ର ଅନାବରଣ ଉତ୍ସବର ଆୟୋଜନ କରାଯାଇଥିଲା। ଉକ୍ତ ଉତ୍ସବରେ ଫିଲ୍‌ଡ ମୋଟର ପ୍ରାଇଭେଟ୍‌ ଲିମିଟେଡ୍‌ (ଇସପିରିଟ ଟୟୋଟା)ର ଏମ୍‌ଡି କବୀର ତାନେଜା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଅନାବରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଇସପିରିଟ ଟୟୋଟାର ସିଇଓ ରାଜେଶ ଗଣ୍ଡୋତ୍ରା, ଏଜିଏମ୍‌ ସେଲ୍‌ସ ଶଶିଭୂଷଣ ଦାସ ଏବଂ ଏମ୍‌ଏମ୍‌ ହରିଚରଣ ସିହ୍ନା ପ୍ରମୁଖ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ଅଲ ନ୍ୟୁ ଟୟୋଟା ରୁମିଅନ୍‌ରେ ଅନେକ ଅତ୍ୟାଧୁନିକ ଫିଚର ସହ ୬ଟି ଭାରିଆଣ୍ଟରେ ଉପଲବ୍ଧ ହେଉଥିବା ଉକ୍ତ ମଡେଲ ୫ଟି ଆକର୍ଷଣୀୟ କଲରରେ ଆସୁଛି।

Share