Categories: ବାଣିଜ୍ୟ

ଟିପି ଓଡ଼ିଶା ଡିସ୍‌କମ୍‌ ପକ୍ଷରୁ ୫୩ ହଜାର ନିଯୁକ୍ତି

ଭୁବନେଶ୍ୱର,୩୧।୧୦ : ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ଓଡ଼ିଶା ଡିସ୍‌କମ୍‌ଗୁଡ଼ିକ ପକ୍ଷରୁ ୫୩ ହଜାରରୁ ଅଧିକ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ପ୍ରଦାନ କରାଯାଇଛି। ପ୍ରତ୍ୟକ୍ଷ ନିଯୁକ୍ତି କାର୍ଯ୍ୟକ୍ରମ ବ୍ୟତୀତ ରାଜ୍ୟରେ ଟାଟା ପାୱାର ଯୋଗାଣକାରୀଙ୍କଠାରୁ ଆରମ୍ଭକରି ସେବା ପ୍ରଦାନକାରୀ, ଠିକାଦାର ଏବଂ ସହାୟକ ସେବା ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ପରୋକ୍ଷ ନିଯୁକ୍ତି ସୃଷ୍ଟିରେ ସହାୟକ ହୋଇଛି। କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡଷ୍ଟ୍ରିଆଲ୍‌ ଟେକ୍ନୋଲୋଜି (କିଟ୍‌), ଇନ୍ଦିରା ଗାନ୍ଧୀ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଆଇଜିଆଇଟି), ସିଲିକନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଏସ୍‌ଆଇଟି), ଭୁବନାନନ୍ଦ ଓଡ଼ିଶା ସ୍କୁଲ ଅଫ୍‌ ଇଞ୍ଜିନିୟରିଂ (ବୋସ୍‌), ବୈଷୟିକ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ଆଇଟିଇଆର୍‌) ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ର (ଡବ୍ଲ୍ୟୁଏସ୍‌ସି) ଭଳି ପ୍ରତିଷ୍ଠିତ ଅନୁଷ୍ଠାନ ସହ ବିଭିନ୍ନ ରଣନୈତିକ ନିବେଶ ଓ ଭାଗୀଦାରିରେ କମ୍ପାନି ଓଡ଼ିଶାର ସାମାଜିକ-ଅର୍ଥନୈତିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ସଂସ୍ଥା ପକ୍ଷରୁ କୁହଯାଇଛିା ଅନ୍ୟପଟେ ପରିଚାଳନା, ସୁରକ୍ଷା, ବୈଷୟିକ ଓ ପ୍ରଶାସନିକ କ୍ଷେତ୍ରସହ ମହିଳାଙ୍କ ଦ୍ୱାରା ମିଟର ପରୀକ୍ଷଣ ଲ୍ୟାବ, ବିଦ୍ୟୁତ୍‌ ବ୍ୟବସ୍ଥା ନିୟନ୍ତ୍ରଣ କେନ୍ଦ୍ର, ଆଇଟି, ଫାଇନାନ୍ସ ଓ ସତର୍କତା ଆଦିର ପରିଚାଳନା କାର୍ଯ୍ୟ କରୁଛନ୍ତି। ଏ ସମ୍ପର୍କରେ ଟାଟା ପାୱାରର ସଭାପତି ସଞ୍ଜୟ ବାଙ୍ଗା କହିଛନ୍ତି ଯେ, ସ୍ଥାନୀୟ ଯୁବପିଢ଼ିଙ୍କୁ ଦୀର୍ଘସ୍ଥାୟୀ ନିଯୁକ୍ତି ସୁଯୋଗ ପ୍ରଦାନ କରି ଟାଟା ପାୱାର ଓଡ଼ିଶା ଡିସକମ୍‌ଗୁଡ଼ିକ ଗର୍ବିତ। ଓଡ଼ିଶାର ୪ଟି ଡିସକମ୍‌ ଦ୍ୱାରା ପ୍ରତ୍ୟକ୍ଷ ଭାବେ ୧୪ ହଜାର କର୍ମଚାରୀ ନିୟୋଜିତ ହୋଇଛନ୍ତି।

Share