Categories: ବାଣିଜ୍ୟ

କ୍ୱାଲିଟି କନ୍‌ସେପ୍ଟ କନ୍‌ଭେନ୍‌ଶନରେ ଟିପିସିଓଡିଏଲ୍‌ ପୁରସ୍କୃତ

ଭୁବନେଶ୍ୱର,୧୪।୯: ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ନିକଟରେ ଆଉ ଏକ ରାଜ୍ୟସ୍ତରୀୟ ସମ୍ମାନ ଓ ପୁରସ୍କୃତ ହୋଇଛି। ବିଶେଷକରି କ୍ୱାଲିଟି ସର୍କଲ ଫୋରମ୍‌ ଅଫ୍‌ ଇଣ୍ଡିଆ (କ୍ୟୁସିଏଫ୍‌ଆଇ) ପକ୍ଷରୁ ସିଲିକନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିଠାରେ ଆୟୋଜିତ ୫ମ ‘ଚାପ୍ଟର କନ୍‌ଭେନ୍‌ଶନ ଅନ୍‌ କ୍ୱାଲିଟି କନ୍‌ସେପ୍ଟ-୨୦୨୩’ରେ ଟିପିସିଓଡିଏଲ୍‌ ଉଲ୍ଲେଖନୀୟ ଉପଲବ୍ଧି ହାସଲ କରିଛି। ଏକ ଉତ୍ତମ ଭବିଷ୍ୟତ ପାଇଁ କ୍ୱାଲିଟି କନ୍‌ସେପ୍ଟକୁ ସୁଦୃଢ଼ କରିବା ବିଷୟବସ୍ତୁ ଉପରେ ଆୟୋଜିତ ଏହି ସମ୍ମିଳନୀରେ ଟିପିସିଓଡିଏଲ୍‌ ସମସ୍ତ ସ୍ବର୍ଣ୍ଣ ବର୍ଗ ପୁରସ୍କାର ହାସଲକରି କ୍ୟୁସିସି, କାଇଜେନ୍‌ ଓ କର୍ମକ୍ଷେତ୍ର ପରିଚାଳନାରେ ଉତ୍କର୍ଷ ପ୍ରଦର୍ଶନ କରିଛି।

ଏହି ଉପଲବ୍ଧି ହାସଲ କରିବାରେ ଟିପିସିଓଡିଏଲ, ମେଣ୍ଟର, ବରିଷ୍ଠ ଟିମ୍‌ ଲିଡର ଓ ଉତ୍ସର୍ଗୀକୃତ ଟିମ୍‌ ସଦସ୍ୟଙ୍କ ସାମଗ୍ରିକ ଉଦ୍ୟମ ଗୁରୁତ୍ୱପୂର୍ଣ୍ଣ ଥିଲା। ୧୦ଟି ପ୍ରକଳ୍ପ ଜରିଆରେ ଟିପିସିଓଡିଏଲ୍‌ ଏହି ସଫଳତା ହାସଲ କରିଛି, ଯାହା ନିରନ୍ତର ଉନ୍ନତି ପ୍ରତି ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ସେହିଭଳି ଚାପ୍ଟର କନ୍‌ଭେନସନ ଅନ୍‌ କ୍ୱାଲିଟି କନ୍‌ସେପ୍ଟ ୨୦୨୩ ରେ ଟିପିସିଓଡିଏଲ୍‌ର ସମସ୍ତ ୧୦ ଟିମ୍‌ ସ୍ବର୍ଣ୍ଣ ବର୍ଗ ପୁରସ୍କାର ହାସଲ କରିଥିବା ବେଳେ ସମ୍ମାନଜନକ ନ୍ୟାଶନାଲ କନ୍‌ଭେନ୍‌ସନ୍‌ ଅନ୍‌ କ୍ୱାଲିଟି କନ୍‌ସେପ୍ଟ (ଏନ୍‌ସିକ୍ୟୁସି) ପାଇଁ ଯୋଗ୍ୟ ବିବେଚିତ ହୋଇଛି। ଏ ସମ୍ପର୍କରେ ଟିପିସିଓଡିଏଲ୍‌ର ସିଇଓ ଅରବିନ୍ଦ ସିଂହ କହିଛନ୍ତି, କ୍ୱାଲିଟି ଓ ଉତ୍କର୍ଷ ପ୍ରତି ଟିପିସିଓଡିଏଲ୍‌ର ଅତୁଟ ପ୍ରତିବଦ୍ଧତା ଏହି ସମ୍ମାନଗୁଡ଼ିକରେ ପ୍ରତିଫଳିତ ହୋଇଛି।

ସଫଳତା ପାଇଁ ନିରନ୍ତର ଉନ୍ନତି ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ଏହି ସମ୍ମାନଗୁଡ଼ିକ ଆମ କର୍ମଚାରୀମାନଙ୍କ କଠିନ ପରିଶ୍ରମ ଓ ଉତ୍ସର୍ଗୀକୃତ ମନୋଭାବର ପ୍ରମାଣ। ଆଗାମୀ କ୍ୱାଲିଟି କନ୍‌ସେପ୍ଟର ଜାତୀୟ ସମ୍ମିଳନୀରେ ଆମର ଦକ୍ଷତା ପ୍ରଦର୍ଶନ କରିବାକୁ ଆମେ ଚାହଁିରହିଛୁ। ଉନ୍ନତି ଜାରି ରଖିବା ସହ ପ୍ରଭାବଶାଳୀ ଓ ଭରସାଯୋଗ୍ୟ ବିଦ୍ୟୁତ୍‌ ବଣ୍ଟନର ଲକ୍ଷ୍ୟ ପ୍ରତି ଟିପିସିଓଡିଏଲ୍‌ ସଂକଳ୍ପବଦ୍ଧ ରହିଛି।

Share