Advertisement

ଶକ୍ତି ସଂରକ୍ଷଣରେ ଟିପିସିଓଡିଏଲ୍‌ ସମ୍ବର୍ଦ୍ଧିତ

ଭୁବନେଶ୍ୱର,୫।୧ (ଅଭୟ ଦାଶ):ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌)କୁ ନିକଟରେ ଆଉ ଏକ ସମ୍ମାନ ଓ ୪-ତାରକା ମାନ୍ୟତା ମିଳିଛି। ଏପରିକି ଶକ୍ତି ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଟିପିସିଓଡିଲ୍‌କୁ ସମ୍ବର୍ଦ୍ଧିତ ସହ ଶକ୍ତି ସଂରକ୍ଷଣ ପୁରସ୍କାର ବା ଏନକନ-୨୦୨୪ ସମ୍ମାନରେ ସମ୍ମାନିତ କରାଯାଇଛି।
ଉଲ୍ଲେଖଯୋଗ୍ୟ, କୋଲକାତାଠାରେ ଆୟୋଜିତ ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ)ର ଶକ୍ତି ସମ୍ମିଳନୀ-୨୦୨୪ (ଏନର୍ଜି କନ୍‌କ୍ଲେଭ-୨୦୨୪)ରେ ଟିପିସିଓଡିଏଲ୍‌କୁ ଶକ୍ତି ସଂରକ୍ଷଣ ପୁରସ୍କାର ଓ ୪-ତାରକା ମାନ୍ୟତା ପ୍ରଦାନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଆୟୋଜିତ ସମ୍ମାନ ସମାରୋହ ଉତ୍ସରେ ଯୋଗ ଦେଇ ଟିପିସିଓଡିଏଲ୍‌ର ପ୍ରତିନିଧି ଅତିଥିଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ।
ଅପରପକ୍ଷରେ ଏନ୍‌କନ୍‌ ଫୋରମଗୁଡିକ ଶିଳ୍ପଗୁଡିକରେ ଶକ୍ତି ଦକ୍ଷତା ପଦକ୍ଷେପ ଏବଂ ପ୍ରକୃତି ପ୍ରତି ସକାରାତ୍ମକ ଅଭ୍ୟାସ ଆପଣାଉଥିବ ସଂସ୍ଥାକୁ ସମ୍ମାନିତ କରିଥାଏ। ଏପରିକି ଉତ୍ପାଦନ ଓ ସେବା କ୍ଷେତ୍ରରେ ଥିବା ୬୨ସଂସ୍ଥା ଏଥିରେ ଅଂଶ ଗ୍ରହଣ କରିଥିଲେ। ଆଇଟିସି ଲିମିଟେଡ୍‌, ଆଦିତ୍ୟ ବିର୍ଲା ଗ୍ରୁପ୍‌, ଆଇଏଫ୍‌ଏଫ୍‌ସିଓ, ଏକ୍ସାଇଡ୍‌ ଇଣ୍ଡଷ୍ଟ୍ରିଜ୍‌, ଜିନ୍ଦଲ ଷ୍ଟିଲ୍ସ, ନାଲ୍‌କୋ, ରାମ୍କୋ ସିମେଣ୍ଟ, ଟାଟା ଷ୍ଟିଲ୍‌ ଭଳି କମ୍ପାନୀ ସହ ଟିପିସିଓଡିଏଲ୍‌ ପ୍ରତିଦ୍ୱନ୍ଦ୍ୱିତାକରି ଏହି ସମ୍ମାନ ଲାଭ କରିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel