Advertisement

ଟିପିସିଓଡିଏଲ୍‌ ପକ୍ଷରୁ ନୈତିକତା ସପ୍ତାହର ଶୁଭାରମ୍ଭ

ଭୁବନେଶ୍ୱର,୨୮।୨: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିମିଟେଡ୍‌ (ଟିପିସିଓଡିଏଲ୍‌)ପକ୍ଷରୁ ନୈତିକତା ସପ୍ତାହର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଟାଟା ଗ୍ରୁପର ପ୍ରତିଷ୍ଠାତା ଜାମ୍‌ସେଦଜୀ ନୁସେରୱାନଜୀ ଟାଟାଙ୍କ ଜୟନ୍ତୀ ଅବସରରେ ୨୦୨୫ ଫେବୃଆରୀ ୨୪ରୁ ନୈତିକତା ସପ୍ତାହ-୨୦୨୫ ପାଳିତ ହୋଇଛି। ନୈତିକ ବ୍ୟବସାୟ ଅଭ୍ୟାସ, ସଚ୍ଚୋଟତା ଏବଂ ସ୍ବଚ୍ଛତା ପ୍ରତି ଟିପିସିଓଡିଏଲ୍‌ର ଅତୁଟ ପ୍ରତିବଦ୍ଧତାକୁ ଏହି ଉତ୍ସବ ଦୋହରାଉଛି। ଏହି କାର୍ଯ୍ୟକ୍ରମକୁ ଟିପିସିଓଡିଏଲ୍‌ର ସିଇଓ ତଥା ପ୍ରମୁଖ ନୈତିକ ଅଧିକାରୀ ଅରଭିନ୍ଦ୍‌ ସିଂହ ଉଦ୍‌ଘାଟନ କରିଥିବାବେଳେ କମ୍ପାନୀର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏଥିରେ ନୈତିକ ନେତୃତ୍ୱ ଏବଂ ଟାଟା ଗ୍ରୁପର ମୂଳ ମୂଲ୍ୟବୋଧକୁ ସୁଦୃଢ଼ କରିବା ଉପରେ ଏକ ସପ୍ତାହବ୍ୟାପୀ ଆଲୋଚନା ଆରମ୍ଭ ହୋଇଥିଲା। ସର୍ବୋଚ୍ଚସ୍ତରର ଗଭର୍ନାନ୍ସ ଏବଂ ବିଶ୍ୱାସ ବଜାୟ ରଖିବା ପାଇଁ କମ୍ପାନୀର ପ୍ରତିବଦ୍ଧତାକୁ ଦୋହରାଇ ଟିପିସିଓଡିଏଲ୍‌ର ସମସ୍ତ ସର୍କଲ, ଡିଭିଜନ ଏବଂ ଆନୁଷଙ୍ଗିକ କାର୍ଯ୍ୟାଳୟରେ ନୈତିକତାର ଶପଥ ପାଠ କରାଯାଇଥିଲା। ଏ ସମ୍ପର୍କରେ ଟିପିସିଓଡିଏଲ୍‌ର ସିଇଓ ତଥା ପ୍ରଧାନ ନୈତିକ ଅଧିକାରୀ ଅରଭିନ୍ଦ୍‌ ସିଂହ କହିଛନ୍ତି, ଟିପିସିଓଡିଏଲ୍‌ରେ ନୈତିକତା କେବଳ ଏକ ପ୍ରତିଶ୍ରୁତି ନୁହେଁ, ଏହା ଏକ ଜୀବନଶୈଳୀ। ଯାହା ଆମ କର୍ମଚାରୀଙ୍କଠାରୁ ଆରମ୍ଭ କରି ବିକ୍ରେତା, ଯୋଗାଣକାରୀ ଏବଂ ଆମେ ସେବା କରୁଥିବା ସମୁଦାୟ ପର୍ଯ୍ୟନ୍ତ ବିସ୍ତାରିତ। ନିରନ୍ତର ଏବଂ ଦାୟିତ୍ୱପୂର୍ଣ୍ଣ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ଦୈନିକ ନୈତିକ ମୂଲ୍ୟବୋଧ ବଜାୟ ରଖିବା ଗୁରୁତ୍ୱପୂର୍ଣ୍ଣ ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel