Categories: ବାଣିଜ୍ୟ

ଟିପିସିଓଡିଏଲ୍‌ର ଶକ୍ତି ସଂରକ୍ଷଣ ଦିବସ

ଭୁବନେଶ୍ୱର,୧୭।୧୨: ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ ଶକ୍ତି ସଂରକ୍ଷଣ ଦିବସ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବିଶ୍ୱତାପନ, ଜଳବାୟୁ ପରିବର୍ତ୍ତନ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ଏବଂ ଶକ୍ତି ସମ୍ବଳ ସଂରକ୍ଷଣର ଆବଶ୍ୟକତା ଉପରେ ସଚେତନତା ସୃଷ୍ଟି କରିବା ଲାଗି କମ୍ପାନୀ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଉଲ୍ଲେଖଯୋଗ୍ୟ, ଟିପିସିଓଡିଏଲ୍‌ର ସିଇଓ ଅରବିନ୍ଦ ସିଂହଙ୍କ ନେତୃତ୍ୱରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ସହ ଶକ୍ତି ସଂରକ୍ଷଣ ଦିବସର ଶୁଭାରମ୍ଭ କରାଯାଇଥିଲା। ଉକ୍ତ ସମାରୋହରେ ଟିପିସିଓଡିଏଲ୍‌ର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ, ଯାହା ଶକ୍ତି ସଂରକ୍ଷଣ ଲାଗି କମ୍ପାନୀର ନେତୃତ୍ୱ ମଣ୍ଡଳୀର ପ୍ରତିବଦ୍ଧତାକୁ ଦର୍ଶାଉଛି।
ଏ ସମ୍ପର୍କରେ ଟିପିସିଓଡିଏଲ୍‌ର ସିଇଓ ସିଂହ କହିଛନ୍ତି, ପୂର୍ବାପେକ୍ଷା ଶକ୍ତି ସଂରକ୍ଷଣ ବେଶ୍‌ ଜରୁରୀ ହୋଇପଡ଼ିଛି। ଏପରିକି ଜଳବାୟୁ ପରିବର୍ତ୍ତନ ଯୋଗୁ ଦେଖାଦେଇଥିବା ଆହ୍ବାନର ମୁକାବିଲା କରିବା ଲାଗି ବିଭିନ୍ନ ପଦକ୍ଷେପ କାର୍ଯ୍ୟକାରୀ କରିବା ଏବଂ ଦୀର୍ଘସ୍ଥାୟୀ ଅଭ୍ୟାସର ପ୍ରସାର କରିବା ଆମ ସମସ୍ତଙ୍କ ସାମଗ୍ରିକ ଦାୟିତ୍ୱ ହୋଇଥିବାବେଳେ ଏ କ୍ଷେତ୍ରର ଉଦାହରଣ ହୋଇ ଆଗରେ ରହିବା ଲାଗି ଟିପିସିଓଡିଏଲ୍‌ ପ୍ରତିବଦ୍ଧ ରହିଛି। ସେହିଭଳି ଶକ୍ତି ସଂରକ୍ଷଣର ଗୁରୁତ୍ୱ ଉପରେ ସେ ବିସ୍ତୃତ ତଥ୍ୟ ଉପରେ ଆଲୋକପାତ କରିଥିଲେ। ଏପରିକି ଶକ୍ତି ସଂରକ୍ଷଣ ଅଭିଯାନକୁ ପ୍ରତ୍ୟକ୍ଷ ଭାବେ ପାଳନକରି ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବା ଲାଗି ଅନୁପ୍ରାଣିତ କରିବାର ପ୍ରତିବଦ୍ଧତାକୁ ଟିପିସିଓଡିଏଲ୍‌ ଦୋହରାଇଥିଲା।

Share