ଟିପିସିଓଡିଏଲ୍‌ର ସ୍ମାର୍ଟ ଗ୍ରୀନ୍‌ ଅଭିଯାନ

ଭୁବନେଶ୍ୱର,୧୦ା୬ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟିପି ସେଣ୍ଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପରିସରରେ ବିଶ୍ୱ ପରିବେଶ ଦିବସ ଏବଂ ଟାଟାର ସ୍ଥାୟିତ୍ୱ ମାସ ନିକଟରେ ପାଳିତ ହୋଇଯାଇଛି। ଏପରିକି ଚଳିତ ବର୍ଷର ବିଷୟବସ୍ତୁ ‘ସ୍ମାର୍ଟ ଲାଇଫ୍‌’ ପରିବେଶ ପାଇଁ ସ୍ମାର୍ଟ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ଉପରେ କମ୍ପାନୀ ଗୁରୁତ୍ୱ ପ୍ରଦାନ କରୁଛି। ଏହି ପରିପ୍ରେକ୍ଷୀରେ ଟିପିସିଓଡିଏଲ୍‌ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ସ୍ମାର୍ଟ ଗ୍ରୀନ୍‌ ଅଭିଯାନ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି।

ଅପରପକ୍ଷରେ ଟିପିସିଓଡିଏଲ୍‌ର ସିଇଓ ଅରଭିନ୍ଦ୍‌ ସିଂହ ମିଳିତ ଜାତିସଂଘ ପରିବେଶ କାର୍ଯ୍ୟକ୍ରମ(ୟୁଏନ୍‌ଇପି)ର ଅଭିଯାନ ଜେନେରେଶନ ରେଷ୍ଟୋରେଶନ ସହ ଯୋଡ଼ି ହୋଇ ପରିବେଶ ସ୍ଥାୟିତ୍ୱ ପାଇଁ କମ୍ପାନୀର ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଛନ୍ତି।

ଏହି ଅବସରରେ ସେ କହିଛନ୍ତି, ସ୍ଥାୟିତ୍ୱ ଆମ ପରିଚାଳନାର କେନ୍ଦ୍ରରେ ରହିଛି, ଆମକୁ ସ୍ଥାୟିତ୍ୱ ପାଇଁ ସ୍ବର ଉତ୍ତୋଳନ କରିବାକୁ ହେବ ଏବଂ କମ୍ପାନୀ ବାହାରେ ମଧ୍ୟ ସଚେତନତା ସୃଷ୍ଟି କରିବାକୁ ପଡ଼ିବ। ସେହିଭଳି ଦୀର୍ଘସ୍ଥାୟିତ୍ୱ ଅଭ୍ୟାସ ବିଷୟରେ ତୃଣମୂଳସ୍ତରର ସମସ୍ତ କର୍ମଚାରୀଙ୍କୁ ଶିକ୍ଷିତ କରିବା ଗୁରୁତ୍ୱପୂର୍ଣ୍ଣ ହୋଇଥିଲାବେଳେ ସ୍ମାର୍ଟ ଗ୍ରୀନ୍‌ ଅଭିଯାନ ଅଧୀନରେ ୧୬ଟି ଇଭି କାର୍‌କୁ ନିକଟରେ ଶୁଭାରମ୍ଭ କରାଯାଇଛି।

ଏହି ଯାନଗୁଡ଼ିକ କମ୍ପାନୀର କାର୍ବନ ଫୁଟପ୍ରିଣ୍ଟ ହ୍ରାସ ସହ ବାର୍ଷିକ ୫୩.୮ ଟନ୍‌ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ପାଇବ। ଏହି ତ୍ରୈମାସରେ ଅତିରିକ୍ତ ୧୪ଟି ଇଭି କାର୍‌ର ଶୁଭାରମ୍ଭ କରାଯିବ। ଆଇଏସଓ ୧୪୦୦୧ପ୍ରମାଣିତ କମ୍ପାନୀ ଭାବେ ସୁରକ୍ଷିତ ବ୍ୟାଟେରି ନିଷ୍କାସନ ଏବଂ ଏସ୍‌ଏଫ୍‌୬ ଗ୍ୟାସ ବ୍ୟବହାର ହ୍ରାସ କରିବା ସମେତ ଏହାର ପରିଚାଳନାର ସମସ୍ତ ଦିଗରେ ସ୍ଥାୟିତ୍ୱ ଅନ୍ତର୍ଭୁକ୍ତ କରିବା ପାଇଁ ଟିପିସିଓଡିଏଲର ଦାୟିତ୍ୱ ଉପରେ ସିଂହ ଗୁରୁତ୍ୱାରୋପ କରିଥିଲେ। ସେହିପରି କମ୍ପାନିର ବରିଷ୍ଠ ନେତୃତ୍ୱ ଦଳ ଟାଟା ସ୍ଥାୟିତ୍ୱ ମାସ ୨୦୨୪ ସମ୍ପର୍କରେ ସେମାନଙ୍କର ଅଭିଜ୍ଞତା ବାଣ୍ଟିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଛଟେଇ କରିବ ମେଟା: ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ କର୍ମଚାରୀ ସାମିଲ

ନୂଆଦିଲ୍ଲୀ,୧୭ା୧୦: ଭବିଷ୍ୟତକୁ ଦୃଷ୍ଟିରେ ରଖି ଛଟେଇ କରିବାକୁ ଯାଉଛି ମେଟା। ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ ଏବଂ ରିଅଲିଟି ଲ୍ୟାବ୍ ସମେତ ୟୁନିଟ୍ ଗୁଡିକରେ କର୍ମଚାରୀଙ୍କୁ ଛଟେଇ...

ଅକ୍ଟୋବରରେ ବଢ଼ିଲା ଏଫ୍‌ଡି ମୂଲ୍ୟ, ୭.୫%ରୁ ଅଧିକ ସୁଧହାର ଦେଉଛନ୍ତି ୧୦ ବ୍ୟାଙ୍କ

ନୂଆଦିଲ୍ଲୀ,୧୭।୧୦: କ୍ରମାଗତ ଭାବେ ବ୍ୟାଙ୍କର ନଗଦ ରାଶି ହ୍ରାସ ପାଇବା ସହିତ ବ୍ୟାଙ୍କ କାରବାରରେ ମଧ୍ୟ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ଉଭୟ ବ୍ୟାଙ୍କ ଓ...

ସୁଲଭ ଇଣ୍ଟରନେଟ୍ ପାଇଁ ଭାରତ ସରକାର ନେଲେ ବଡ଼ ନିଷ୍ପତ୍ତି: ପ୍ରଶଂସା କଲେ ଏଲନ ମସ୍କ

ନୂଆଦିଲ୍ଲୀ,୧୬ା୧୦: ଭାରତରେ ଖୁବଶୀଘ୍ର ଉପଲବ୍ଧ ହେବାକୁ ଯାଉଛି ସାଟେଲାଇଟ ଇଣ୍ଟରନେଟ୍। ଏଥିପାଇଁ କେନ୍ଦ୍ର ସରକାର ସ୍ପେକ୍ଟ୍ରମ୍ ନିଲାମ କରିବା ବଦଳରେ ବିଶ୍ୱ ସ୍ତରୀୟ ନୀତି ଅନୁସରଣ...

କ୍ରୋକୋଡାଇଲ ଷ୍ଟୋରର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୬।୧୦: ଦେଶର ପ୍ରମୁଖ ପ୍ରିମିୟମ ପୋଷାକ ବ୍ରାଣ୍ଡ୍‌ ତଥା ଅଗ୍ରଣୀ ରିଟେଲ ଚେନ୍‌ ‘କ୍ରୋକୋଡାଇଲ’ର ଏକ୍ସକ୍ଲୁସିଭ ଷ୍ଟୋର (କ୍ରୋକୋଡାଇଲ ସିମ୍ପୋନି ମଲ୍‌ ପାହାଳ ଷ୍ଟୋର) ର...

ରିଲାଏନ୍ସ ଜିଓର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୧୬।୧୦(ଅଭୟ ଦାଶ): ରିଲାଏନ୍ସ ଜିଓର ନୂତନ ଉତ୍ପାଦ ‘ଜିଓଭାରତ ଭି୩ ଏବଂ ଜିଓ ଭାରତ ଭି୪’ ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି ଏହି ୨ ନୂଆ...

ମାମାଆର୍ଥ ସହ ମିଶୋର ବୁଝାମଣା

ନୂଆଦିଲ୍ଲୀ,୧୬।୧୦: ଭାରତରେ ଦ୍ରୁତ ବୃଦ୍ଧି ପାଉଥିବା ପର୍ସନାଲ କେୟାର ବ୍ରାଣ୍ଡ୍‌ ମାମାଆର୍ଥ ଏବଂ ଇ-କର୍ମସ ପ୍ଲାଟ୍‌ଫର୍ମ ମିଶୋ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି।...

ଭାରତୀୟ ଡେଟା ସେଣ୍ଟରରେ ଭାରତର ଡେଟା ରହୁ: ଆକାଶ

ନୂଆଦିଲ୍ଲୀ,୧୬।୧୦: ଭାରତରେ ଡେଟା ସୃଷ୍ଟି ହେବାର ଆକାର ଏବଂ ଗତି ବେଶ୍‌ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏପରିକି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସହିତ ଆହୁରି...

ସେପ୍ଟେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ହାର ୫.୪୯%

ଭୁବନେଶ୍ୱର,୧୫ା୧୦(ଅନୁରାଧା ମହାରଣା): ପନିପରିବା ମୂଲ୍ୟରେ ବ୍ୟାପକ ବୃଦ୍ଧି ହେତୁ ଖୁଚୁରା ମୁଦ୍ରାସ୍ଫୀତି ହାରରେ ତୀବ୍ର ବୃଦ୍ଧି ଘଟିଛି। ଗତ ୯ମାସ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ଖୁଚୁରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri