ବ୍ରହ୍ମପୁର ଅଫିସ, ୩୧।୧- ବ୍ରହ୍ମପୁର ଭିଜିଲାନ୍ସ ସ୍ବତନ୍ତ୍ର ଜଜଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ମଙ୍ଗଳବାର ସାଉଥକୋ ଜେନେରାଲ ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ରେଡ କରିଛି। ବ୍ରହ୍ମପୁର ସାଉଥକୋ ଇଲେକ୍ଟ୍ରିକାଲ ଜେନେରାଲ ମ୍ୟାନେଜର (ଜିଏମ) ପ୍ରମୋଦ କୁମାର ଚୌଧୁରୀଙ୍କ ଗଞ୍ଜାମ ଓ ପୁରୀ ସମେତ ଏକକାଳୀନ ୧୦ଟି ସ୍ଥାନରେ ଏକକାଳୀନ ଚଢାଉ କରାଯାଇଛି। ବ୍ରହ୍ମପୁର ଲୋଚାପଡା ମେନ ରୋଡ ନିକଟରେ ଥିବା ମାଆ ଭୌରବୀ ଟ୍ରେଡରରେ ଥିବା ଅଫିସ, ଟିପିଏସଓଡ଼ିଏଲ ବ୍ରହ୍ମପୁର କୋର୍ଟପେଟା ଛକ ନିକଟକେ ଥିବା ଅଫିସ ଚାମ୍ବର, ବ୍ରହ୍ମପୁର ଫାଷ୍ଟ ଲେନ ସିଦ୍ଧାର୍ଥ ନଗରରେ ଥିବା ୩ ମହଲା ଘର, ବ୍ରହ୍ମପୁର ଅଙ୍କୁଲି ଶଶିଭୂଷଣନଗରରେ ଥିବା ଦୁଇ ମହଲା ଘର, ଗଞ୍ଜାମ ଗୋପାଳପୁର ହରିପୁର ଗାଁରେ ଥିବା ଦୁଇ ମହଲା ଘର, ବ୍ରହ୍ମପୁରରେ ଥିବା ଫାର୍ମ ହାଉସ, ବ୍ରହ୍ମପୁର ଟାଉନ ଲୋଚାପଡାରେ ଥିବା ଘର, ପୁରୀ ପିପିଲିରେ ଥିବା ଫ୍ଲାର୍ ବ୍ରହ୍ମପୁର ଅମ୍ବାପୁଆରେ ଥିବା ଦୁଇ ମହଲା ଅଟ୍ଟାଳିକା, ଫ୍ଲାଟ, ଗଞ୍ଜାମ ବାଳକୃଷ୍ଣପୁରସ୍ଥିତ ପୈତୃକ ଘର ଉପରେ ଚଢାଉ ହୋଇଛି। ଚଢାଉରେ ଜଣେ ଜଣେ ଅତିରିକ୍ତ ଏସ୍ପି, ୩ ଜଣ ଡିଏସ୍ପି, ୧୨ ଜଣ ଇନସ୍ପେକ୍ଟର, ୧୨ ଜଣ ଏସଆଇ ଏବଂ ଏଏସଆଇ ଏବଂ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି।